ଉର୍ଫି କହିଲେ ନିଜ ଦୁଃଖ:ଡ୍ରେସ କିଣିବା ପାଇଁ ନଥିଲା ଟଙ୍କା
ମୁମ୍ବାଇ:ଆଜିକା ତାରିଖରେ ଉର୍ଫି ଜାଭେଦ୍ ଏକ ପରିଚିତ ଚେହେରା । ନିଜ ପୋଷାକ ପିନ୍ଧା ଷ୍ଟାଇଲ୍ ପାଇଁ ସେ ବେଶ୍ ଚର୍ଚ୍ଚାରେ ରହିଥାନ୍ତି । ଉର୍ଫିଙ୍କ ଫଟୋ ଦେଖିବା ପାଇଁ ଫ୍ୟାନ୍ସ ଉତ୍ସାହର ସହ ଅପେକ୍ଷା କରିଥାନ୍ତି । ସୋସିଆଲ ମିଡିଆର କିଛି ୟୁଜର୍ସ ଅଭିନେତ୍ରୀଙ୍କ ପ୍ରଶଂସା କରୁଥିବା ବେଳେ କିଛି ସମାଲୋଚନା କରିଥାନ୍ତି । ବର୍ତ୍ତମାନ ଉର୍ଫି ନିଜ ବିଷୟରେ ଏକ ଆଶ୍ଚର୍ଯ୍ୟ କଲା ପରି କଥା ପ୍ରକାଶ କରିଛନ୍ତି । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।
ଉର୍ଫି ଜାଭେଦ୍ ହ୍ୟୁମାନ୍ସ ଅଫ୍ ବମ୍ବେକୁ ଦେଇଥିବା ଏକ ସାକ୍ଷାତକାରରେ ପ୍ରକାଶ କରିଛନ୍ତି ଯେ, ଯେତେବେଳେ ତାଙ୍କୁ 'ବିଗ୍ ବସ୍' OTT ଯିବାକୁ ପଡିବ ଥିଲା ସେତେବେଳେ ତାଙ୍କ ପାଖରେ ନୂଆ ପୋଷାକ କିଣିବାକୁ ପର୍ଯ୍ୟାପ୍ତ ଅର୍ଥ ନଥିଲା । ଗଣମାଧ୍ୟମ ସାମ୍ନାରେ ଲୋକ ମାନେ ମୋତେ ଯେଉଁ ପୋଷାକରେ ଦେଖୁଥିଲେ ତାହା ସବୁ ଧାରରେ ଆଣିଥିବା ଟଙ୍କାର ଡ୍ରେସ୍ ଥିଲା । ଯେତେବେଳେ ତାଙ୍କୁ ପ୍ରଶ୍ନ କରାଯାଇଥିଲା ବର୍ତ୍ତମାନ ତାଙ୍କ ସ୍ଥିତି କିପରି ଅଛି ଯାହା ଉତ୍ତରରେ ଉର୍ଫି କହିଥିଲେ ବର୍ତ୍ତମାନ ଭଲରେ ଥିବା ପରି ଅନୁଭବ କରୁଛି ।
ଉର୍ଫି ଜାଭେଦ୍ ଏକ ସାକ୍ଷାତକାରରେ କହିଛନ୍ତି ଯେ 'ବିଗ୍ ବସ୍' OTTରେ ଯିବା ସମୟରେ ମୁଁ ଲୋକଙ୍କଠୁ ଧାର ମାଗି ଟଙ୍କା ନେଇଥିଲି । ଯାହା ଦ୍ୱାରା ମୁଁ କିଛି ପୋଷାକ ସିଲେଇ କରିପାରିଥିଲି । ଗତ ବର୍ଷ ପର୍ଯ୍ୟନ୍ତ, ମୋ ପାଖରେ ରହିବା ଏବଂ ଖାଇବା ପାଇଁ ମଧ୍ୟ ଟଙ୍କା ନଥିଲା । ମୋର କିଛି ସାଙ୍ଗ ଥିଲେ ଯେଉଁମାନଙ୍କ ଘରକୁ ଯାଇ ରହିବା ସହ ଖାଦ୍ୟ ମଧ୍ୟ ଖାଉଥିଲି ।

ଉର୍ଫି ଆହୁରି କହିଛନ୍ତି ଯେ, ସେହି ସମୟରେ ଟେନସନ କେବଳ ପୋଷାକ, ଜୋତା, ମେକ୍ ଅପ କିଣିବା ଏବଂ ଜୀବିକା ବଜାୟ ରଖିବାର ଥିଲା । ଆଜିକା ତାରିଖରେ ମୁଁ ଟଙ୍କା ସଞ୍ଚୟ କରିପାରେ ନାହିଁ ହେଲେ ମୁଁ ଅନାବଶ୍ୟକ ଭାବେ ଟଙ୍କା ଖର୍ଚ୍ଚ ବି କରେ ନାହିଁ । ମୁଁ ପାର୍ଲରକୁ ଯାଏ ନାହିଁ । ମୋର କୌଣସି ବିଳାସପୂର୍ଣ୍ଣ ଜିନିଷ ନାହିଁ । ମୋ ଉପରେ ବହୁତ ଦାୟିତ୍ୱ ଅଛି । ଯେଉଁ ମାନେ ମୋ ପାଇଁ କାମ କରୁଛନ୍ତି ସେମାନଙ୍କୁ ମଧ୍ୟ ଟଙ୍କା ଦେବା ପାଇଁ ପଡିଥାଏ । ଫଳରେ ବର୍ତ୍ତମାନ ଟଙ୍କା ରଖିବା ପାଇଁ ମୁଁ ସକ୍ଷମ ନୁହେଁ ।
ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ ଉର୍ଫି ଜାଭେଦ୍ ଟେଲିଭିଜନ ଜରିଆରେ ନିଜ ଅଭିନୟ ଜୀବନ ଆରମ୍ଭ କରିଥିଲେ । ସେ ବିଗ୍ ବସ ଓଟିଟିରେ ମଧ୍ୟ ନଜର ଆସିଥିଲେ । ଆଜି ଉର୍ଫି ସୋସିଆଲ ମିଡିଆ ସେନସେସନ ପାଲଟିଛନ୍ତି ।
-
ବ୍ରିଟେନକୁ ସିଧାସଳଖ ଚେତାବନୀ ଦେଲା ଇରାନ, କହିଲା ଆମେରିକାକୁ ସାହାଯ୍ୟ କରିବା ପଡ଼ିବ ମହଙ୍ଗା -
ମାର୍ଚ୍ଚ ଶେଷ ସପ୍ତାହରେ ପ୍ରଳୟ କରିବ କାଳବୈଶାଖୀ -
ଘରୋଇ ବସ୍ରେ ଅଗ୍ନିକାଣ୍ଡ, ବିଧାୟକ ମଙ୍ଗୁ ଖିଲଙ୍କ ସମେତ ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର -
ନାଟୋ'କୁ ଭୀରୁ କହି ବର୍ଷିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ -
ଓଡ଼ିଆ ଖାଦ୍ୟ ପଖାଳକୁ ମିଳିଲା ଅନ୍ତର୍ଜାତୀୟ ପରିଚୟ -
Zomatoରୁ ଖାଇବା ଅର୍ଡର କରିବା ହେଲା ମହଙ୍ଗା, ବଢ଼ିଲା ପ୍ଲାଟଫର୍ମ ଫିସ୍ -
ଆଜି ପବିତ୍ର ଇଦ୍-ଉଲ୍-ଫିତର୍, ଆଲିଙ୍ଗନ କରି ଜଣାଉଛନ୍ତି ଶୁଭେଚ୍ଛା





Click it and Unblock the Notifications