Get Updates
Get notified of breaking news, exclusive insights, and must-see stories!

ବିଗିଡିଲା ଅଭିନେତ୍ରୀ ଉର୍ଫିଙ୍କ ଚେହେରା

ମୁମ୍ବାଇ:ସୋସିଆଲ ମିଡିଆ ସେନସେସନ୍ ଉର୍ଫି ଜାବେଦ । ନିଜ ବୋଲ୍ଡ ଡ୍ରେସ ଆଉ ଲୁକକୁ ନେଇ ସେ ଚର୍ଚ୍ଚାରେ ରହିଥାନ୍ତି । ପ୍ରତ୍ୟେକ ଦିନ ସେ ନିଜ ଲାଇମ ଲାଇଟରେ ରହିଥାନ୍ତି କିନ୍ତୁ ଏଥର ତାଙ୍କ ଫ୍ୟାଶନ ଦେଇଛି ତାଙ୍କୁ କଷ୍ଟ । ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଉର୍ଫି ନିଜେ ଏ ବିଷୟରେ ସୂଚନା ଦେଇଛନ୍ତି। ଯାହା ଦେଖି ପ୍ରଶଂସକମାନେ ମଧ୍ୟ ଆଶ୍ଚର୍ଯ୍ୟ ।

ଉର୍ଫି ଇନେଷ୍ଟାଗ୍ରାମରେ ସେୟାର କରିଥିବା ଫଟୋରେ ତାଙ୍କ ମୁହଁ ବିଗିଡି ଯାଇଥିବାର ଦେଖିବା ପାଇଁ ମିଳିଛି । ପ୍ରକୃତରେ ଅଭିନେତ୍ରୀ ଏକ ଫଟୋ ସେୟାର କରିଛନ୍ତି ଯେଉଁଥିରେ ତାଙ୍କ ଚେହେରା ଓ ଆଖି ଫୁଲି ଯାଇଛି । ଉର୍ଫି ଜାଭେଦ ନିଜ ଡାର୍କ ସର୍କଲଗୁଡିକ ଲୁଚାଇବା ପାଇଁ ଆଖି ଟ୍ରିଟମେଣ୍ଟ କରିଥିଲେ । କିନ୍ତୁ ଏହି ଚିକିତ୍ସା ପରେ ଡାର୍କ ସର୍କଲରୁ ମୁକ୍ତି ପାଇବା ବଦଳରେ ତାଙ୍କ ଆଖି ତଳ ଫୁଲିଯାଇଛି । ଉର୍ଫି ନିଜେ ଇନଷ୍ଟା ଷ୍ଟୋରୀରେ ତାଙ୍କର ଏହି ଫଟୋ ସେୟାର କରିଛନ୍ତି ।

Urfi Javed

ଉର୍ଫିଙ୍କର ଏହି ଫଟୋ ଦେଖି ୟୁଜର୍ସ ମଧ୍ୟ ବେଶ ଚିନ୍ତାରେ ପଡ଼ିଯାଇଛନ୍ତି । ଅଭିନେତ୍ରୀଙ୍କର ଏପରି ଅବସ୍ଥା କିପରି ହେଲା ସେନେଇ ଅନେକ ଲୋକ ପ୍ରଶ୍ନ କରୁଛନ୍ତି । ବର୍ତ୍ତମାନ ସୋସିଆଲ ମିଡିଆରେ ଉର୍ଫିଙ୍କର ଏହି ଫଟୋ ବେଶ୍ ଭାଇରାଲ ହେବାରେ ଲାଗିଛି । ତେବେ ଏଥି ପାଇଁ ଅଭିନେତ୍ରୀଙ୍କୁ ଟ୍ରୋଲର ଶିକାର ମଧ୍ୟ ହେବା ପାଇଁ ପଡୁଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+