ଉର୍ଫିଙ୍କ ପୋଷାକକୁ ନେଇ ଏପରି କହିଲେ ରାଜ କୁନ୍ଦ୍ରା, ପର୍ଣ୍ଣ ଷ୍ଟାର୍ କହି ଯବାବ୍ ଦେଲେ ଅଭିନେତ୍ରୀ
Urfi Javed On Shilpa Shetty Husband Raj Kundra: ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କୁ ନେଇ ଅନେକ ବିବାଦ ରହିଛି । ବର୍ତ୍ତମାନ ତାଙ୍କର ମାସ୍କ ମ୍ୟାନ୍ ଲୁକକୁ ନେଇ ମଧ୍ୟ ଚର୍ଚ୍ଚା ଲାଗି ରହିଛି । ଏହା ବ୍ୟତୀତ ତାଙ୍କ ଷ୍ଟାଣ୍ଡ ଅପ୍ କମେଡିର ଭିଡିଓ ସୋସିଆଲ ମଡିଆରେ ଭାଇରାଲ ହେବାରେ ଲାଗିଛି ।
ଷ୍ଟାଣ୍ଡ ଅପ୍ କମେଡିରେ ରାଜ କୁନ୍ଦ୍ରା ନିଜକୁ ପରିହାସ କରିବା ସହିତ ଉର୍ଫି ଜାଭେଦଙ୍କୁ ମଧ୍ୟ ପରିହାସ କରିଥିଲେ। ଭିଡିଓରେ ରାଜ କହୁଛନ୍ତି - 'ଗତ ଦୁଇ ବର୍ଷ ମଧ୍ୟରେ ମତେ କେବଳ ପାପାରାଜି ଭଲ ପାଇବା ଦେଇଛନ୍ତି, କାରଣ ମିଡିଆ ପାଇଁ କେବଳ ଦୁଇଟି ତାରକା ଅଛନ୍ତି, ଗୋଟିଏ ମୁଁ ଏବଂ ଅନ୍ୟଟି ଉର୍ଫି ଜାଭେଦ୍ ... ଗଣମାଧ୍ୟମ କେବଳ ଦେଖିବା ପାଇଁ ଚାହେଁ ଯେ ରାଜକୁନ୍ଦ୍ରା କେତେବେଳେ କ'ଣ ପନ୍ଧିବେ ଏବଂ ଉର୍ଫି ଜାଭେଦ୍ ବର୍ତ୍ତମାନ କ'ଣ ପିନ୍ଧିଲେ ନାହିଁ...।
ରାଜ କୁନ୍ଦ୍ରାଙ୍କ ଏହି ପରିହାସରେ ଶୋ'ରେ ବସିଥିବା ଦର୍ଶକ ବହୁତ ହସିଥିଲେ ଏବଂ ଲୋକମାନେ କରତାଳି ମଧ୍ୟ ଦେଇଥିଲେ, କିନ୍ତୁ ଉର୍ଫି ଜାଭେଦଙ୍କ ରାଗର ଶିକାର ହୋଇଥିଲେ ରାଜ କୁନ୍ଦ୍ରା । ଇନଷ୍ଟା ଷ୍ଟୋରୀରେ ରାଜଙ୍କ ଭିଡିଓ ସେୟାର ଅଭିନେତ୍ରୀ ଲେଖିଛନ୍ତି - 'ଯିଏ ଅନ୍ୟକୁ ଉଲଗ୍ନ କରି ଟଙ୍କା ରୋଜଗାର କରେ, ସେ ବର୍ତ୍ତମାନ ମୋ ପୋଷାକ ଉପରେ ମନ୍ତବ୍ୟ ଦେବ, ଏହାସହ ସେ ରାଜ କୁନ୍ଦ୍ରାଙ୍କୁ ପର୍ଣ୍ଣ କିଙ୍ଗ୍ ବୋଲି ମଧ୍ୟ କହିଛନ୍ତି । ଏହି ଷ୍ଟାଣ୍ଡ ଅପ୍ କମେଡିରେ ରାଜ କୁନ୍ଦ୍ରା ମଧ୍ୟ ନିଜର ପରିହାସ କରିଛନ୍ତି। ସେ କହିଛନ୍ତି ତାଙ୍କୁ ଲୋକ ଶିଳ୍ପାଙ୍କ ସ୍ୱାମୀ, ମାସ୍କ ମ୍ୟାନ୍ ବୋଲି ଏବେ ଚିହ୍ନୁଛନ୍ତି ।

ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ଏହା ପୂର୍ବରୁ ଉର୍ଫି ଜାବେଦ କହିଥିଲେ ଯେ 'ମୁଁ ରାଜ କୁନ୍ଦ୍ରାଙ୍କଠୁ ଖୁବ୍ inspired ହୋଇଛି । ମୁଁ ତାଙ୍କୁ ଭଲ ପାଏ, ମୁଁ ମଧ୍ୟ ତାଙ୍କ ପରି କିଛି ନୂଆ କରିବି'। ରାଜ କୁନ୍ଦ୍ରାଙ୍କ ନୂଆ ଲୁକକୁ ବେଶ୍ ପ୍ରଶଂସା କରିଥିଲେ ଉର୍ଫି ।












Click it and Unblock the Notifications