ପୋଷାକ ପାଇଁ ଉର୍ଫିଙ୍କୁ ଲିଗାଲ୍ ନୋଟିସ୍, ରେକର୍ଡ ହେଲା ଅଭିନେତ୍ରୀଙ୍କ ବୟାନ
ପୋଷାକ ପାଇଁ ଉର୍ଫିଙ୍କୁ ଲିଗାଲ୍ ନୋଟିସ୍, ରେକର୍ଡ ହେଲା ଅଭିନେତ୍ରୀଙ୍କ ବୟାନ
ମୁମ୍ବାଇ: ସୋସିଆଲ ମିଡିଆର ଚର୍ଚ୍ଚିତ ଚେହେରା । ଯିଏ ନିଜ ଡ୍ରେସ୍ ପାଇଁ ରହିଥାନ୍ତି ଲାଇମଲାଇଟରେ । ଏବେ ରାଜନୈତିକ ଫାସରେ ପଡିଛନ୍ତି । ଆଜ୍ଞା ହଁ ଏଠି ଆମେ ଅଭିନେତ୍ରୀ ଉର୍ଫି ଜାଭେଦଙ୍କ ବିଷୟରେ ହିଁ ଆଲୋଚନା କରୁଛୁ । ବିଜେପି ନେତ୍ରୀ ଚିତ୍ରା ୱାଗ୍ ତାଙ୍କ ବିରୋଧରେ ଅଭିଯୋଗ ଆଣିବା ପରେ ଉର୍ଫିଙ୍କ ବୟାନ ରେକର୍ଡ କରିଛି ପୋଲିସ ।

କିଛି ଦିନ ତଳେ ଉର୍ଫିଙ୍କ ପୋଷାକକୁ ନେଇ ଆପତ୍ତି ଜଣାଇଥିଲେ ବିଜେପି ନେତ୍ରୀ ଚିତ୍ରା ୱାଗ୍ । ସେ ସିଧା ସିଧା ଅଭିନେତ୍ରୀଙ୍କୁ ଟାର୍ଗେଟ୍ କରି କହିଥିଲେ ଯେ, ଉର୍ଫି ଏପରି ଡ୍ରେସ ପିନ୍ଧିବା ଯୋଗୁ ମାହୋଲ ଖରାପ ହେଉଛି । ସେ ଟ୍ୱିଟରରେ ଉର୍ଫିଙ୍କ ଡ୍ରେସିଂ ସେନ୍ସକୁ ନେଇ ସମାଲୋଚନା କରିଥିଲେ । ଏହା ସହ ମହାରାଷ୍ଟ୍ର ମହିଳା କମିଶନଙ୍କ ଦୃଷ୍ଟି କାହିଁକି ପଡୁ ନାହିଁ ବୋଲି ମଧ୍ୟ ପ୍ରଶ୍ନ କରିଥିଲେ ।
ସେପଟେ ଶୁକ୍ରବାର ଦିନ ଏହି ମାମଲାକୁ ନେଇ ଉର୍ଫି ମହିଳା ଆୟୋଗ ରୂପାଲୀ ଚକାନକରଙ୍କ ଦ୍ୱାରସ୍ଥ ହୋଇ ଚିତ୍ରାଙ୍କ ବୋରଧର ଅଭିଯୋଗ କରିଥିଲେ । ଏବଂ ଉର୍ଫି ସୁରକ୍ଷା ପାଇଁ କମିଶନଙ୍କୁ ଅନୁରୋଧ ମଧ୍ୟ କରିଛନ୍ତି ।












Click it and Unblock the Notifications