ଏହି କାରଣରୁ ଡାକ୍ତରଖାନାରେ ଭର୍ତ୍ତି ହେଲେ ଉର୍ଫି ଜାବେଦ
Urfi Javed Hospitalised: ନିଜ ଷ୍ଟାଇଲ୍ ପାଇଁ ଚର୍ଚ୍ଚାରେ ରହୁଥିବା ଅଭିନେତ୍ରୀ ଉର୍ଫି ଜାଭେଦ୍ କୌଣସି ନା କୌଣସି କାରଣରୁ ଚର୍ଚ୍ଚାରେ ରହିଥାନ୍ତି । ବର୍ତ୍ତମାନ ପୁଣି ଲାଇମଲାଇଟରେ ଅଛନ୍ତି । ନୂଆବର୍ଷ ଆରମ୍ଭ ହେବା ସହ ଅଭିନେତ୍ରୀ ଅସୁସ୍ଥ ହୋଇ ପଡିଛନ୍ତି । ବର୍ତ୍ତମାନ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଉର୍ଫି ନିଜେ ଫଟୋ ସେୟାର କରିଛନ୍ତି ଯାହା ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି ।
ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଫଟୋରେ, ଉର୍ଫି ଜାଭେଦ୍ ଡାକ୍ତରଖାନା ବେଡରେ ଶୋଇଥିବାର ନଜର ଆସୁଛନ୍ତି । ଫଟୋରେ ଉର୍ଫିଙ୍କ ପାଟିରେ ଅକ୍ସିଜେନ୍ ମାସ୍କ ଲାଗିଥିବାର ଦେଖିବା ପାଇଁ ମିଳୁଛି । ସେ ନିଜେ ଏହି ଫଟୋକୁ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି ।

ପ୍ରଶଂସକମାନଙ୍କ ସହ ଏହି ଫଟୋ ସେୟାର କରି ଉର୍ଫି ଲେଖିଛନ୍ତି 2024 ଏକ ଧମାକାରୁ ଆରମ୍ଭ ହୋଇଛି । ଏହି ଫଟୋ ଭାଇରାଲ ହେବା ପରେ ଲୋକଙ୍କ ପ୍ରତିକ୍ରିୟା ଆସିବା ଆରମ୍ଭ ହୋଇଛି । ଅନେକ ସୋସିଆଲ ମିଡିଆ ୟୁଜର୍ସ ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ଚିନ୍ତା ପ୍ରକଟ କରିଥିବାବେଳେ ଅନେକ ଲୋକ ଏହାକୁ ସମାଲୋଚନା କରୁଛନ୍ତି ।
ଉର୍ଫି ଜାଭେଦଙ୍କ ସହ ମସ୍ତି କରି ଜଣେ ସୋସିଆଲ ମିଡିଆ ୟୁଜର୍ ଲେଖିଛନ୍ତି, ଯା ହେଉ ଉର୍ଫି ଡାକ୍ତରଖାନାରେ ଡ୍ରେସ୍ ତ ପିନ୍ଧିଛନ୍ତି । ଆଉ ଜଣେ ବ୍ୟକ୍ତି ଲେଖିଛନ୍ତି, ତୁମେ ଛୋଟ ଡ୍ରେସ ପିନ୍ଧୁଛ ବୋଲି ତୁମ ଦେହ ଖରାପ ହେଉଛି । ଏହି ସମସ୍ତ କମେଣ୍ଟ ପରେ ଅଭିନେତ୍ରୀ ଏହି ପୋଷ୍ଟକୁ ଡିଲିଟ କରିଦେଇଛନ୍ତି ।
ନିକଟରେ ଉର୍ଫିଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା ଯେଉଁଥିରେ ସେ କ ହୋଟେଲରେ ୱେଟର ଭାବରେ କାମ କରୁଥିବା ନଜର ଆସିଥିଲେ। ପରେ, ପରେ ଏହି ଭିଡିଓର ସତ୍ୟତା କହିଥିଲେ ଉର୍ଫି । ସେ କହିଥିଲେ କର୍କଟ ରୋଗୀଙ୍କୁ ସହାୟତା ପାଇଁ ପାଣ୍ଠି ସଂଗ୍ରହ ପାଇଁ ସେ ୱେଟର ହେବାର ନିଷ୍ପତ୍ତି ନେଇଥିଲେ ।












Click it and Unblock the Notifications