'କାଷ୍ଟିଂ କାଉଚ୍'ର ଶିକାର ହୋଇଥିଲେ ଉର୍ଫି ! ନିଜକୁ ଭାଗ୍ୟବାନ ବୋଲି ମଧ୍ୟ କହିଲେ
MUMBAI ,FILM NEWS ,BOLLYWOOD NEWS ,BOLLYWOODNEWS IN HINDI ,URFI JAVED,CASTING Couch ,TV INDUSTRY ,କାଷ୍ଟିଂ କାଉଚ୍ ,ଟେଲିଭିଜନ ,ଉର୍ଫି ଜାଭେଦ ,ଟିଭି ଅଭିନେତ୍ରୀ ଉର୍ଫି ଜାଭେଦ.'କାଷ୍ଟିଂ କାଉଚ୍'ର ଶିକାର ହୋଇଥିଲେ ଉର୍ଫି
ମୁମ୍ବାଇ: ଟେଲିଭିଜନ ହେଉ କିମ୍ବା ବଲିଉଡ ଇଣ୍ତଷ୍ଟ୍ରି , କାଷ୍ଟିଂ କାଉଚ୍ ସବୁବେଳେ ଏକ ଗମ୍ଭୀର ପ୍ରସଙ୍ଗ ରହିଆସିଛି । ଅଭିନେତ୍ରୀ ମାନେ ଚଳଚ୍ଚିତ୍ର କିମ୍ବା ସିରିଏଲରେ କାଷ୍ଟ କରିବା ପାଇଁ ଅନେକ ଥର କାଷ୍ଟିଂ କାଉଚର ଶିକର ହୋଇଥାନ୍ତି ଅନେକ ଅଭିନେତ୍ରୀ ଏହି ପ୍ରସଙ୍ଗରେ ଖୋଲାଖୋଲି ଆଲୋଚନା ମଧ୍ୟ କରିଛନ୍ତି । ଟିଭି ଅଭିନେତ୍ରୀ ଉର୍ଫି ଜାଭେଦ ମଧ୍ୟ କାଷ୍ଟିଂ କାଉଚର ଶିକାର ହୋଇଛନ୍ତି, ଯାହା ସେ ନିକଟରେ ଏକ ସାକ୍ଷାତକାରରେ କହିଛନ୍ତି ।

ନିଜ ଡ୍ରେସ୍ ,ଓ ଷ୍ଟାଇଲ୍ ପାଇଁ ଚର୍ଚ୍ଚାରେ ରହିଥାନ୍ତି ଉର୍ଫି ।ସୋସାଆଲ ମିଡିଆରେ ପ୍ରତ୍ୟକ ଦିନ ତାଙ୍କର ଭିନ୍ନ ଅନ୍ଦାଜରେ ଫଟୋ ଦେଖିବା ପାଇଁ ମିଳିଥାଏ । ଯାହାକୁ ନେଇ ଲାଇମଲାଇଟରେ ରହିଥାନ୍ତି । ହେଲେ ଏବେ ଉର୍ଫି କାଷ୍ଟିଂ କାଉଚ ବିଷୟରେ ଆଲୋଚନା କରି ଚର୍ଚ୍ଚାରେ ଅଛନ୍ତି । ନିକଟରେ 'ସ୍ପଟବଏ' ସହ କଥା ହେବା ସମୟର କାଷ୍ଟିଂ କାଉଚ୍ ବିଷୟରେ ପ୍ରକାଶ କରିଛନ୍ତି ଉର୍ଫି । ଏହା ମଧ୍ୟ କହିଥିଲେ ଯେ ତାଙ୍କ ସହିତ ଥରେ କିମ୍ବା ଦୁଇଥର ଏହା ଘଟିଛି । ହେଲେ , ସେ ଏହି ମାମଲାରେ ଖୁବ ଚତୁର,ତେଣୁ ସେ ଏଥିରୁ ମୁକ୍ତି ପାଇବାରେ ସଫଳ ହୋଇଥିଲେ ।
ଅଭିନେତ୍ରୀ କହିଛନ୍ତି, ସତ କହିବାକୁ ଗଲେ, ମୁଁ ଟିଭି ଇଣ୍ଡଷ୍ଟ୍ରିରେ କେବେବି ଏପରି ଅନୁଭବ କରି ନାହିଁ, ଏହା ଏକ ସ୍ୱଚ୍ଛ ସ୍ଥାନ । ଯଦିଓ ଏହା ମୋ ସହିତ ଥରେ କିମ୍ବା ଦୁଇଥର ଘଟିଛି, କୌଣସି ଜଣଙ୍କ ପାଇଁ ପୁରା ଇଣ୍ତଷ୍ଟ୍ରିକୁ ଦୋଷ ଦେବା ଉଚିତ୍ ମନେ କରୁ ନାହିଁ । ମୁଁ ଭାବୁଛି ଏହା ପ୍ରତ୍ୟେକ ଝିଅଙ୍କ ସହିତ ଘଟିଥିବ, ଇଣ୍ତଷ୍ଟ୍ରିରେ ପ୍ରତ୍ୟକ ଝିଅକୁ ଏହାକୁ ଅନୁଭବ କରିବାକୁ ପଡିଥାଏ ଏବଂ ଏଥିରେ ବଡ଼ ବଡ଼ ନାଁ ମଧ୍ୟ ସାମିଲ ଅଛି ।
ଏହି ସାକ୍ଷାତକାରରେ ଉର୍ଫି ଜାଭେଦ୍ ନିଜକୁ ଚତୁର ବୋଲି ବର୍ଣ୍ଣନା କରି କହିଥିଲେ ଯେ ସେ ଏଥିରୁ ବାହାରିବାରେ ସଫଳ ହୋଇଛି । ସେ କହିଥିଲେ , ମୁଁ ଏପର୍ଯ୍ୟନ୍ତ ଭାଗ୍ୟବାନ ମୁଁ ଏହି ସବୁ ଜାଲରେ କେବେବି ଫସି ନାହିଁ । ଜଣେ ବ୍ୟକ୍ତି ଭାବରେ ମଧ୍ୟ ଆପଣଙ୍କ ଉପରେ ଅନେକ କିଛି ନିର୍ଭର କରେ, ଆପଣଙ୍କ ପାଖରେ ନାଁ କହିବାର ବିକଳ୍ପ ଅଛି ।












Click it and Unblock the Notifications