ଏହି କାରଣରୁ ପୂରା ପୋଷାକ ପିନ୍ଧନ୍ତି ନାହିଁ ଉର୍ଫି !
ଏହି କାରଣରୁ ପୂରା ପୋଷାକ ପିନ୍ଧନ୍ତି ନାହିଁ ଉର୍ଫି !
ମୁମ୍ବାଇ: ସୋସିଆଲ୍ ମିଡିଆ ସେନସେସନ୍ ଉର୍ଫି ଜାଭେଦ୍ ଆଜିକା ତାରିଖରେ ଏକ ପରିଚିତ ଚେହେରା । ଉର୍ଫି ହୁଏତ ଇଣ୍ଡଷ୍ଟ୍ରିରେ ଅଭିନୟ କରିବାର ସ୍ୱପ୍ନ ନେଇ ମୁମ୍ବାଇ ଆସିଥିଲେ, ହେଲେ ଏବେ ସେ ନିଜ ଅଭିନୟ କ୍ୟାରିୟର ପାଇଁ ନୁହେଁ ବରଂ ନିଜର ଖାସ୍ ଫ୍ୟାସନ ଷ୍ଟାଇଲ୍ ପାଇଁ ଘରେ ଘରେ ପରିଚିତ । ତାଙ୍କୁ ପ୍ରତିଦିନ ଭିନ୍ନ ଭିନ୍ନ ଷ୍ଟାଇଲରେ ଦେଖିବା ପାଇଁ ମିଳିଥାଏ । ଯେଉଁଥି ପାଇଁ ଅଭିନେତ୍ରୀଙ୍କୁ ଟ୍ରୋଲର ଶିକାର ହେବା ପାଇଁ ପଡିଥାଏ । ନିକଟରେ ଉର୍ଫି ନିଜ ଛୋଟ ଡ୍ରେସ ପିନ୍ଧିବାର କାରଣ ପ୍ରକାଶ କରିଛନ୍ତି ।

ଉର୍ଫି ଜାଭେଦ୍ 'ମେରୀ ଦୁର୍ଗା', 'ବେହଦ୍' ଭଳି ଅନେକ ଟିଭି ସିରିଏଲରେ କାମ କରି ସାରିଛନ୍ତି । 'ବିଗ୍ ବସ୍ OTT'ରେ ମଧ୍ୟ ଉର୍ଫିଙ୍କୁ ଦେଖିବା ପାଇଁ ମିଳିଥିଲା ଏହି ଶୋ'ରେ ମଧ୍ୟ ସେ ନିଜ ଡ୍ରେସ ପାଇଁ ଚର୍ଚ୍ଚାରେ ରହିଥିଲେ । ଉର୍ଫି ଜାଭେଦଙ୍କୁ ନିଜ ଡ୍ରେସ ପାଇ ଟ୍ରୋଲ ହେବା ପାଇଁ ପଡିଥାଏ । ହେଲେ ଅନେକ ସେଲିବ୍ରିଟି ତାଙ୍କର ପ୍ରଶଂସା ମଧ୍ୟ କରିଥାନ୍ତି ।












Click it and Unblock the Notifications