Miss Universe 2022: ବ୍ରହ୍ମାଣ୍ତ ସୁନ୍ଦରୀ ହେଲେ ଆମେରିକା ଆର୍ ବୋନୀ ଗାବ୍ରିଏଲ
Miss Universe 2022: ବ୍ରହ୍ମାଣ୍ତ ସୁନ୍ଦରୀ ହେଲେ ଆମେରିକା ଆର୍ ବୋନୀ ଗାବ୍ରିଏଲ
ୱାଶଂଟନ: ୭୧ ତମ ବ୍ରହ୍ମାଣ୍ତ ସୁନ୍ଦରୀ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଆମେରିକାର ପ୍ରସିଦ୍ଧ ମଡେଲ ଆର୍ ବୋନି ଗାବରିଏଲ ସାଜିଲେ ମିସ୍ ୟୁନିଭର୍ସ-୨୦୨୨ । ସେ ଜଣେ ଫ୍ୟାଶନ ଡିଜାଇନର ଏବଂ ମଡେଲ । ଗାବରିଏଲ ୟୁମିଭର୍ସିଟି ଅଫ୍ ନର୍ଥ ଟେକ୍ସାସରୁ ଫ୍ୟାଶନ ଡିଜାଇନରରେ ସ୍ନାତକତା ହାସଲ କରିଥିଲେ ।
The new Miss Universe is USA!!! #MISSUNIVERSE pic.twitter.com/7vryvLV92Y
— Miss Universe (@MissUniverse) January 15, 2023
୮୪ ପ୍ରତିଯୋଗୀତାଙ୍କୁ ପଛରେ ପକାଇ ମିସ୍ ୟୁନିଭର୍ସ-୨୦୨୨ର ମୁକୁଟ ଜିତିଛନ୍ତି ଆର୍ ବୋନି ଗାବରିଏଲ । ତାଙ୍କୁ ୨୦୨୧ର ବ୍ରହ୍ମାଣ୍ତ ସୁନ୍ଦରୀ ଭାରତର ହରନାଜ ସାନ୍ଧୁ ବିଜୟର ତାଜ୍ ପିନ୍ଧାଇଥିଲେ । ତେବେ ମିସ୍ ୟୁନିଭର୍ସର ପ୍ରଥମ ରନର୍ସଅପ୍ ଭେନେଜୁଆଲର ଅମନ୍ଦା ଡୁଡାମେଲ ଏବଂ ଦ୍ୱିତୀୟ ରନର୍ସଅପ ଡୋମିନିକାନ ରିପ୍ଲବିକର ଆଣ୍ତ୍ରେଇନା ମାର୍ଟିନେଜ ହାତେଇଛନ୍ତି । ବ୍ରହ୍ମାଣ୍ତ ସୁନ୍ଦରୀ ପ୍ରତିଯୋଗିତାରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଦିବିତା ରୟ ଟପ୍ ୧୬ରେ ରହିଥିଲେ ମଧ୍ୟ ଟପ୍ ୫ରେ ସ୍ଥାନ ମିଳିପାରି ନାହିଁ ।

ଆର୍ ବୋନୀ କିଏ ?
ଆର୍ ବୋନି ଗାବରିଏଲ ବିଷୟରେ କହିବାକୁ ଗଲେ, ୧୯୯୪ ମସିହା ମାର୍ଚ୍ଚ ୨୦ରେ ଟେକ୍ସାସରରେ ସେ ଜନ୍ମ ଗ୍ରହଣ କରିଥିଲେ । ସେ ରେମିଗିଓ ବୋନଜୋ ଆର ବନ ଗ୍ରାବିଏଲଙ୍କ ଝିଅ । ବୋନୀ ହେଉଛନ୍ତି ଜଣେ ଇକୋ ଫ୍ରେଣ୍ତଲୀ ଫ୍ୟାଶନ୍ ଡିଜାଇନର୍ । କଳା, କ୍ରୀଡ଼ାରେ ମଧ୍ୟ ତାଙ୍କ ଖାସ୍ ରୁଚି ରହିଛି । ସେ ମାତ୍ର ୧୫ ବର୍ଷ ବୟସରେ ହିଁ ଫ୍ୟାସନ୍ ଜଗତରେ ପ୍ରବେଶ କରିଥିଲେ । ଉତ୍ତର ଟେକ୍ସାସରେ ଥିବା ବିଶ୍ୱବିଦ୍ୟାଳରୁ ସେ ଫ୍ୟାଶନ ଡିଜାଇନରେ ଡିଗ୍ରୀ ହାସଲ କରିଥିଲେ । ବର୍ତ୍ତମାନ ସେ ନିଜ କମ୍ପାନୀ ବୋନୀ ନୋଇଆର ସିଇଓ ଭାବେ କାମ କରୁଛନ୍ତି ।












Click it and Unblock the Notifications