For Quick Alerts
Turn On Notification  
For Daily Alerts
Oneindia App Download

କରୋନା ଦେଖାଇଲା କରାଳ ରୂପ : ଓଡ଼ିଶାରେ ଓଲିଉଡ୍ ହେଲା ମୁରବି ଶୂନ୍ୟ

କରୋନା ସମୟରେ ଓଡ଼ିଆ ଜାତି ତାଙ୍କର ପ୍ରିୟ କଳାକାରମାନଙ୍କୁ ମଧ୍ୟ ହରାଇଥିଲେ । ଅନେକ ବର୍ଷିୟାନ କଳାକାରଙ୍କର ଏହି ବର୍ଷ 2020 ରେ ମୃତ୍ୟୁ ହୋଇଥିଲା ।

|

Unforgettable 2020 : ଚଳିତବର୍ଷ କରୋନା ମହାମାରୀରେ ସାରା ଦେଶ ଜର୍ଜ୍ଜରିତ ହୋଇଛି । ଚାରି ଆଡେ ଆତଙ୍କ ଖେଳିଛି । ବର୍ଷ ଆରମ୍ଭରୁ କରୋନାକୁ ନେଇ ମଣିଷ ଜୀବନର ଅସହାୟତାର ଚିତ୍ର ସାମ୍ନାକୁ ଆସିଥିଲା । ଏକ ଅଚିହ୍ନା, ଅଦୃଶ୍ୟ ଭାଇରସ୍ ବିରୋଧରେ ଲଢେଇ କରି ଅନେକ ଲୋକଙ୍କର ମୃତ୍ୟୁ ହୋଇଥିଲା । ଏହି ପରିପ୍ରେକ୍ଷିରେ କରୋନା ସମୟରେ ଓଡ଼ିଆ ଜାତି ତାଙ୍କର ପ୍ରିୟ କଳାକାରମାନଙ୍କୁ ମଧ୍ୟ ହରାଇଥିଲା । ଅନେକ ବର୍ଷିୟାନ କଳାକାର ଏହି ବର୍ଷ ଆରପାରିରେ । ବର୍ଷବର୍ଷ ତମାମ୍ ଯେଉଁ ଟିଭି ପରଦା ଠାରୁ ନେଇ ମଞ୍ଚ ପର୍ଯ୍ୟନ୍ତ ଲୋକଙ୍କୁ ସେମାନଙ୍କ ନିଖୁଣ ଅଭିନୟରେ ବାନ୍ଧି ରଖୁଥିଲେ ସେହିମାନେ ଅପ୍ରତ୍ୟାଶିତ ଭାବେ ଆମକୁ ଛାଡି ଆରପାରିକୁ ଚାଲି ଯାଇଥିଲେ ।

ବିଜୟ ମହାନ୍ତି

ସେହିପରି ସଙ୍ଗୀତ ଜଗତ ହେଉ ଅବା ଯାତ୍ରା ବର୍ଷିୟାନ କଳାକାରମାନଙ୍କ ମୃତ୍ୟୁରେ ସୃଷ୍ଟି ହୋଇଛି ଶୂନ୍ୟସ୍ଥାନ । କରୋନାର କରାଳ ରୂପ ମଧ୍ୟରେ ଏକଦା କଳା ମାଧ୍ୟମରେ ଆମ ପରିବାରର ସଦସ୍ୟ ହୋଇଥିବା କଳାକାର ଏବେ ସ୍ମୃତିରେ ସାଇତା ହୋଇ ରହିବେ ସବୁଦିନ ଓ ସବୁ ସମୟରେ ।

ଆରପାରିରେ କଳାକାର
- ଜାନୁଆରୀ 6 ରେ ଓଡ଼ିଶୀ ନୃତ୍ୟଶିଳ୍ପୀ ତଥା ଅଭିନେତ୍ରୀ ପଦ୍ମଶ୍ରୀ ଡ. ମିନତି ମିଶ୍ର
- 13 ଜାନୁଆରୀରେ ଜାତୀୟ ପୁରସ୍କାର ପ୍ରାପ୍ତ ଚଳଚ୍ଚିତ୍ର ନିର୍ଦ୍ଦେଶକ ମନମୋହନ ମହାପାତ୍ର
- 19 ଜାନୁଆରୀରେ ବିଶିଷ୍ଟ କଣ୍ଠଶିଳ୍ପୀ ସୁନନ୍ଦା ପଟ୍ଟନାୟକ
- 25 ଅପ୍ରେଲ ରେ ଲୋକପ୍ରିୟ ହାସ୍ୟ ଅଭିନେତା ସୌମ୍ୟରଞ୍ଜନ ପଣ୍ଡା(ଚଞ୍ଚ)
- 26 ଅପ୍ରେଲ୍‌ରେ ନାଟ୍ୟକାର, ନିର୍ଦ୍ଦେଶକ, ଫିଲ୍ମ ନିର୍ଦ୍ଦେଶକ, ସଂଳାପକାର ଓ ଚିତ୍ରନାଟ୍ୟକାର ଡ. ବିଜୟ ମିଶ୍ର
- 20 ଜୁଲାଇରେ ବରିଷ୍ଠ ଅଭିନେତା ଓ ନିର୍ଦ୍ଦେଶକ ବିଜୟ ମହାନ୍ତି
- 27 ଜୁଲାଇ ଆଲ୍‌ବମ୍ କୁଇନ୍ ତଥା ଓଲିଉଡ ଅଭିନେତ୍ରୀ ଦୀପା ସାହୁ

ରାଜୁ ମିଶ୍ର
- 12 ଅଗଷ୍ଟରେ ବରିଷ୍ଠ ଅଭିନେତା ରମେଶ ପାଣିଗ୍ରାହୀ
- 16 ଅଗଷ୍ଟରେ ଦେବେନ ମିଶ୍ର
- 9 ସେପ୍ଟେମ୍ବରରେ ଗୀତିକାର, ନାଟ୍ୟକାର ଓ ନିର୍ଦ୍ଦେଶକ ସାରଦା ପ୍ରସନ୍ନ ନାୟକ
- 9 ସେପ୍ଟେମ୍ବରରେ ବିଶିଷ୍ଟ ସିନେମାଟୋଗ୍ରାଫର ଗାଗାରିନ୍ ମିଶ୍ର
- 12 ସେପ୍ଟେମ୍ବରରେ ଚଳଚ୍ଚିତ୍ର ନିର୍ଦ୍ଦେଶକ ଶିଶିର ମୋହନ ପତି
- 12 ସେପ୍ଟେମ୍ବରରେ ଯାତ୍ରା ଅଭିନେତା ମହେନ୍ଦ୍ର ଦାଶ ଓରଫ୍ ଭିକୁ ସେଠ୍‌
- 13 ସେପ୍ଟେମ୍ବରରେ ନାଟ୍ୟକାର, ଅଭିନେତା ଓ ନିର୍ଦ୍ଦେଶକ ଅଜିତ ଦାସ
- 20 ସେପ୍ଟେମ୍ବରରେ ଚଳଚ୍ଚିତ୍ର ପ୍ରଯୋଜକ ବୀରକିଶୋର ମହାପାତ୍ର
- 2 ଅକ୍ଟୋବରରେ ପଶ୍ଚିମ ଓଡ଼ିଶାର ପ୍ରଥମ ଚଳଚ୍ଚିତ୍ର ପ୍ରଯୋଜକ ତୋଫାନ ତ୍ରିପାଠୀ
- 5 ଅକ୍ଟୋବରରେ ଓଲିଉଡର ବାପା ତଥା ବରିଷ୍ଠ ଅଭିନେତା ସନ୍ତୋଷ ନାୟକ
- 2 ନଭେମ୍ବରରେ ସିନେମାଟୋଗ୍ରାଫର, ନିର୍ଦ୍ଦେଶକ, ସଙ୍ଗୀତକାର, କାହାଣୀ, ସଂଳାପକାର, ଚିତ୍ରନାଟ୍ୟକାର ଓ ଅଭିନେତା ରାଜୁ ମିଶ୍ର
- 21 ନଭେମ୍ବରରେ ଅଭିନେତା ଜିମୂତ ପଟ୍ଟନାୟକ
- 6 ଡିସେମ୍ବରରେ ଗୀତିକାର, ନାଟ୍ୟକାର, ଚଳଚ୍ଚିତ୍ର ଅଭିନେତା ନେତ୍ରାନନ୍ଦ ବାରିକ
ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Unforgettable 2020 in Odisha Many Actor and Actress Died in this Year
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X