Get Updates
Get notified of breaking news, exclusive insights, and must-see stories!

କରୋନା ଦେଖାଇଲା କରାଳ ରୂପ : ଓଡ଼ିଶାରେ ଓଲିଉଡ୍ ହେଲା ମୁରବି ଶୂନ୍ୟ

କରୋନା ସମୟରେ ଓଡ଼ିଆ ଜାତି ତାଙ୍କର ପ୍ରିୟ କଳାକାରମାନଙ୍କୁ ମଧ୍ୟ ହରାଇଥିଲେ । ଅନେକ ବର୍ଷିୟାନ କଳାକାରଙ୍କର ଏହି ବର୍ଷ 2020 ରେ ମୃତ୍ୟୁ ହୋଇଥିଲା ।

Unforgettable 2020 : ଚଳିତବର୍ଷ କରୋନା ମହାମାରୀରେ ସାରା ଦେଶ ଜର୍ଜ୍ଜରିତ ହୋଇଛି । ଚାରି ଆଡେ ଆତଙ୍କ ଖେଳିଛି । ବର୍ଷ ଆରମ୍ଭରୁ କରୋନାକୁ ନେଇ ମଣିଷ ଜୀବନର ଅସହାୟତାର ଚିତ୍ର ସାମ୍ନାକୁ ଆସିଥିଲା । ଏକ ଅଚିହ୍ନା, ଅଦୃଶ୍ୟ ଭାଇରସ୍ ବିରୋଧରେ ଲଢେଇ କରି ଅନେକ ଲୋକଙ୍କର ମୃତ୍ୟୁ ହୋଇଥିଲା । ଏହି ପରିପ୍ରେକ୍ଷିରେ କରୋନା ସମୟରେ ଓଡ଼ିଆ ଜାତି ତାଙ୍କର ପ୍ରିୟ କଳାକାରମାନଙ୍କୁ ମଧ୍ୟ ହରାଇଥିଲା । ଅନେକ ବର୍ଷିୟାନ କଳାକାର ଏହି ବର୍ଷ ଆରପାରିରେ । ବର୍ଷବର୍ଷ ତମାମ୍ ଯେଉଁ ଟିଭି ପରଦା ଠାରୁ ନେଇ ମଞ୍ଚ ପର୍ଯ୍ୟନ୍ତ ଲୋକଙ୍କୁ ସେମାନଙ୍କ ନିଖୁଣ ଅଭିନୟରେ ବାନ୍ଧି ରଖୁଥିଲେ ସେହିମାନେ ଅପ୍ରତ୍ୟାଶିତ ଭାବେ ଆମକୁ ଛାଡି ଆରପାରିକୁ ଚାଲି ଯାଇଥିଲେ ।

ବିଜୟ ମହାନ୍ତି

ସେହିପରି ସଙ୍ଗୀତ ଜଗତ ହେଉ ଅବା ଯାତ୍ରା ବର୍ଷିୟାନ କଳାକାରମାନଙ୍କ ମୃତ୍ୟୁରେ ସୃଷ୍ଟି ହୋଇଛି ଶୂନ୍ୟସ୍ଥାନ । କରୋନାର କରାଳ ରୂପ ମଧ୍ୟରେ ଏକଦା କଳା ମାଧ୍ୟମରେ ଆମ ପରିବାରର ସଦସ୍ୟ ହୋଇଥିବା କଳାକାର ଏବେ ସ୍ମୃତିରେ ସାଇତା ହୋଇ ରହିବେ ସବୁଦିନ ଓ ସବୁ ସମୟରେ ।

ଆରପାରିରେ କଳାକାର
- ଜାନୁଆରୀ 6 ରେ ଓଡ଼ିଶୀ ନୃତ୍ୟଶିଳ୍ପୀ ତଥା ଅଭିନେତ୍ରୀ ପଦ୍ମଶ୍ରୀ ଡ. ମିନତି ମିଶ୍ର
- 13 ଜାନୁଆରୀରେ ଜାତୀୟ ପୁରସ୍କାର ପ୍ରାପ୍ତ ଚଳଚ୍ଚିତ୍ର ନିର୍ଦ୍ଦେଶକ ମନମୋହନ ମହାପାତ୍ର
- 19 ଜାନୁଆରୀରେ ବିଶିଷ୍ଟ କଣ୍ଠଶିଳ୍ପୀ ସୁନନ୍ଦା ପଟ୍ଟନାୟକ
- 25 ଅପ୍ରେଲ ରେ ଲୋକପ୍ରିୟ ହାସ୍ୟ ଅଭିନେତା ସୌମ୍ୟରଞ୍ଜନ ପଣ୍ଡା(ଚଞ୍ଚ)
- 26 ଅପ୍ରେଲ୍‌ରେ ନାଟ୍ୟକାର, ନିର୍ଦ୍ଦେଶକ, ଫିଲ୍ମ ନିର୍ଦ୍ଦେଶକ, ସଂଳାପକାର ଓ ଚିତ୍ରନାଟ୍ୟକାର ଡ. ବିଜୟ ମିଶ୍ର
- 20 ଜୁଲାଇରେ ବରିଷ୍ଠ ଅଭିନେତା ଓ ନିର୍ଦ୍ଦେଶକ ବିଜୟ ମହାନ୍ତି
- 27 ଜୁଲାଇ ଆଲ୍‌ବମ୍ କୁଇନ୍ ତଥା ଓଲିଉଡ ଅଭିନେତ୍ରୀ ଦୀପା ସାହୁ

ରାଜୁ ମିଶ୍ର
- 12 ଅଗଷ୍ଟରେ ବରିଷ୍ଠ ଅଭିନେତା ରମେଶ ପାଣିଗ୍ରାହୀ
- 16 ଅଗଷ୍ଟରେ ଦେବେନ ମିଶ୍ର
- 9 ସେପ୍ଟେମ୍ବରରେ ଗୀତିକାର, ନାଟ୍ୟକାର ଓ ନିର୍ଦ୍ଦେଶକ ସାରଦା ପ୍ରସନ୍ନ ନାୟକ
- 9 ସେପ୍ଟେମ୍ବରରେ ବିଶିଷ୍ଟ ସିନେମାଟୋଗ୍ରାଫର ଗାଗାରିନ୍ ମିଶ୍ର
- 12 ସେପ୍ଟେମ୍ବରରେ ଚଳଚ୍ଚିତ୍ର ନିର୍ଦ୍ଦେଶକ ଶିଶିର ମୋହନ ପତି
- 12 ସେପ୍ଟେମ୍ବରରେ ଯାତ୍ରା ଅଭିନେତା ମହେନ୍ଦ୍ର ଦାଶ ଓରଫ୍ ଭିକୁ ସେଠ୍‌
- 13 ସେପ୍ଟେମ୍ବରରେ ନାଟ୍ୟକାର, ଅଭିନେତା ଓ ନିର୍ଦ୍ଦେଶକ ଅଜିତ ଦାସ
- 20 ସେପ୍ଟେମ୍ବରରେ ଚଳଚ୍ଚିତ୍ର ପ୍ରଯୋଜକ ବୀରକିଶୋର ମହାପାତ୍ର
- 2 ଅକ୍ଟୋବରରେ ପଶ୍ଚିମ ଓଡ଼ିଶାର ପ୍ରଥମ ଚଳଚ୍ଚିତ୍ର ପ୍ରଯୋଜକ ତୋଫାନ ତ୍ରିପାଠୀ
- 5 ଅକ୍ଟୋବରରେ ଓଲିଉଡର ବାପା ତଥା ବରିଷ୍ଠ ଅଭିନେତା ସନ୍ତୋଷ ନାୟକ
- 2 ନଭେମ୍ବରରେ ସିନେମାଟୋଗ୍ରାଫର, ନିର୍ଦ୍ଦେଶକ, ସଙ୍ଗୀତକାର, କାହାଣୀ, ସଂଳାପକାର, ଚିତ୍ରନାଟ୍ୟକାର ଓ ଅଭିନେତା ରାଜୁ ମିଶ୍ର
- 21 ନଭେମ୍ବରରେ ଅଭିନେତା ଜିମୂତ ପଟ୍ଟନାୟକ
- 6 ଡିସେମ୍ବରରେ ଗୀତିକାର, ନାଟ୍ୟକାର, ଚଳଚ୍ଚିତ୍ର ଅଭିନେତା ନେତ୍ରାନନ୍ଦ ବାରିକ
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+