Year Ender 2020 : ରୂପେଲି ପରଦାରେ ଲକ୍ଷ୍ମଣରେଖା ଟାଣିଥିଲା କରୋନା ତଥାପି ଟିଭିରେ ମୁକ୍ତିଲାଭ କରିଥିଲା ଏହି ସବୁ ଫିଲ୍ମ
ବର୍ଷ ଆରମ୍ଭରୁ ବେସ୍ ସରଗରମ ରହିଥିଲା ରୁପେଲୀ ପରଦା । ଓଲିଉଡର ଗୋଟିଏ ପରେ ଗୋଟିଏ ସିନେମା ରିଲିଜ୍ ହୋଇଥିଲା । ହେଲେ ସମୟ ଗଡିବା ସହ ଏହି ଉତ୍ସାହରେ ଲାଗିଥିଲା ବ୍ରେକ୍ । କରୋନା ମହାମାରୀରେ ବନ୍ଦ ହୋଇ ଯାଇଥିଲା ସୁଟିଂ ଓ ସିନେମା ହଲ୍ ।
ଭୁବନେଶ୍ୱର : ବର୍ଷ ଆରମ୍ଭରୁ ବେସ୍ ସରଗରମ ରହିଥିଲା ରୁପେଲି ପରଦା । ଓଲିଉଡର ଗୋଟିଏ ପରେ ଗୋଟିଏ ସିନେମା ରିଲିଜ୍ ହୋଇଥିଲା । ଦର୍ଶକଙ୍କ ତାଳି ମାଡରେ ଫାଟି ପଡୁଥିଲା ସିନେମା ହଲ୍ । କଳାକାର, ନିର୍ଦ୍ଦେଶକ, କାହାଣୀକାର ଓ ପ୍ରଯୋଜକ ସମସ୍ତଙ୍କ ପାଖରେ ଦେଖିବାକୁ ମିଳିଥିଲା ଉତ୍ସାହ । ହେଲେ ସମୟ ଗଡିବା ସହ ଏହି ଉତ୍ସାହରେ ଲାଗିଥିଲା ବ୍ରେକ୍ । କରୋନା ମହାମାରୀରେ ବନ୍ଦ ହୋଇ ଯାଇଥିଲା ସୁଟିଂ ଓ ସିନେମା ହଲ୍ । ତଥାପି ଆଗୁଆ ଯେଉଁ ସବୁ ସିନେମାନର ସୁଟିଂ ସରିଥିଲା ସେହିଗୁଡିକ ମୁକ୍ତିଲାଭ କରିଥିଲା ଟିଭି ପରଦାରେ । ଘରେ ବସି ଟିଭି ପରଦା ମାଧ୍ୟମରେ ନିଜ କଳାକାରମାନଙ୍କୁ ଉତ୍ସାହିତ କରିଥିଲେ ଦର୍ଶକ । ଯେଉଁଠି ହୁଇସିଲ୍ ଓ ତାଳି ମାଡରେ କମ୍ପୁଥାନ୍ତା ହଲ୍ ସେହି ସମୟରେ ଟିଭି ପରଦାରେ ଘରେ ରହି କଳାକାରଙ୍କୁ ଦିଆଯାଇଥିଲା ନିରବ ସମର୍ଥନ । ସମୟ ଗଡିବା ସହ ଲକ୍ ଡାଉନ୍ ଓ ସଟ୍ ଡାଉନର ସ୍ଥିତିରେ ମଧ୍ୟ ପରିବର୍ତ୍ତନ ହୋଇଥିଲା । ଏବେ ଅପେକ୍ଷା ଆର ବର୍ଷକୁ, ସିନେମା ହଲ୍ ଖୋଲିବାକୁ ଓ ରୁପେଲି ପରଦାକୁ ।

ହଲ୍ ରେ ମୁକ୍ତିଲାଭ କରିଥିବା ଫିଲ୍ମ
'ମୁଁ ପରେଦେଶୀ ଚଢ଼େଇ'- 10 ଜାନୁଆରୀ
'ବାବୁ ଭାଇଜାନ'- 12 ଜାନୁଆରୀ
'କୁଇନ୍'- 15 ଜାନୁଆରୀ
'ଅଦୃଶ୍ୟମ୍'- 31 ଜାନୁଆରୀ
'ଶଲାବୁଢ଼ାର ବଦଲା'- 31 ଜାନୁଆରୀ

'ଡହରା ଟୋକା'(ଜୀସାର୍ଥକ)- 9 ଫେବୃଆରୀ
'ଅନୁ ଦିଦି ନଟ୍ ଆଉଟ୍'(ତରଙ୍ଗ)- ମାର୍ଚ୍ଚ 8
'ମୂଷା ମୋର ରଜନୀକାନ୍ତ'(ତରଙ୍ଗ)- ଜୁନ୍ 14
'ମୁଁ ତୁମେ ଲକ୍ଡାଉନ୍'(ଜୀସାର୍ଥକ)- ଜୁନ୍- 14
'ଅଙ୍ଗୁର ନମିଳିଲେ ଖଟା'(ଜୀସାର୍ଥକ)- ଅଗଷ୍ଟ 30
'ମୋ ମମି ପାପାଙ୍କ ବାହାଘର'(ତରଙ୍ଗ)- ସେପ୍ଟେମ୍ବର 6
'ଲକିର ଲକ୍ଡାଉନ୍ ଲଭ୍ଷ୍ଟୋରୀ'(ତରଙ୍ଗ)- ଅକ୍ଟୋବର 18
'ପ୍ରେମ ନା'ପାଗଳପଣ'(ଜୀସାର୍ଥକ)- ଅକ୍ଟୋବର 18
'ଦୁର୍ଗତିନାଶିନୀ'(ଜୀସାର୍ଥକ)- ନଭେମ୍ବର 15
ଚଳିତଥର ଅନେକ ଚଳଚ୍ଚିତ୍ରରେ ଦର୍ଶକ ଦେଖିଲେ ନୂଆ ପୁରୁଣା କଳାକାରଙ୍କ ନୂଆ ଯୋଡ଼ି । ଏହି ଯୋଡିକୁ ଖୁବ୍ ପସନ୍ଦ କରିଥିଲେ ଦର୍ଶକ ।
ବଡ଼ ପରଦାରେ ନୂଆ ଯୋଡ଼ି
ଅର୍ଦ୍ଧେନ୍ଦୁ-ଅନୁଭା ('ମୁଁ ପରେଦେଶୀ ଚଢ଼େଇ')
ଅରିନ୍ଦମ-ଶିବାନୀ ( 'ବାବୁ ଭାଇଜାନ')
ବର୍ଷା-ଜୟଜିତ୍ ('କୁଇନ୍')
ରିଲିଜ୍ ୱେବ୍ସିରିଜ୍
'ଚୁମ୍ବକ', '୭୨ ଆୱାର୍ସ', 'ଇଚ୍ଛା', 'ଲେଡିଜ୍ ହଷ୍ଟେଲ୍' ଓ 'ଆୟୁଷ୍ମାନ ମସ୍ତରାମ୍' ।
News Year 2021 : ବର୍ଷ ଶେଷ ଆଡକୁ ଅନେକ ଚଳଚ୍ଚିତ୍ର ଏବଂ ଓ୍ୱେବ ସିରିଜ୍ ଆଗାମୀ ଦିନରେ ମୁକ୍ତିଲାଭ କରିବା ନେଇ ଏହି ବର୍ଷ ହୋଇଛି ଘୋଷଣା । କେଉଁ ଚଳଚ୍ଚିତ୍ରର ପୋଷ୍ଟର ରିଲିଜ୍ ହୋଇଛି ତ ଆଉ କାହାର ଟିଜର୍ ଇତି ମଧ୍ୟ ରିଲିଜ୍ ହୋଇ ସାରିଛି ।

'ଏଇ ବୋଧେ ଭଲପାଇବା', 'ରେଣ୍ଡୋ ମାଝି', 'ମନ ମୋର କାଗଜ ଗୁଡ଼ି', 'ଅରୁନ୍ଧତୀ',
'ମହାବାହୁ', 'ତୁ ମୋ କମ୍ଜୋରି', 'ପାପ','ଆଖି', 'କହିବିନି ତତେ
ଆଇ ଲଭ୍ ୟୁ', 'ପଲ୍ ପଲ୍ ଦିଲ୍ ତତେ ଚାହେଁ', 'ତୋ ପାଇଁ ମୁଁ', 'ତିତିଲି', 'ତୋ
ଫ୍ୟାମିଲି, ମୋ ଫ୍ୟାମିଲି', 'ଗାଁର ନାଁ ଗାଲୁଆପୁର' ଏବଂ ୱେବ୍ସିରିଜ୍
'ସେକ୍ସନ୍-୩୭୭' ଓ 'ଆନ୍ଥୋନୀ' ।
-
୩୧ ରାଜ୍ୟସଭା ସାଂସଦ କୋଟିପତି -
କାରଣ ଦର୍ଶାଅ ନୋଟିସ୍ର ଉତ୍ତର ରଖିଲେ ବିଜେଡିର ୬ ବିଧାୟକ, କହିଲେ ନୋଟିସ୍ ପ୍ରତ୍ୟାହାର କରନ୍ତୁ, ନଚେତ୍... -
ଗ୍ରାହକଙ୍କ ପାଇଁ ଖୁସି ଖବର; ଏକାଥରକେ ଏତିକି ଟଙ୍କା କମିଲା ସୁନା ଦର -
ହଠାତ୍ ଆମେରିକାର ଚିନ୍ତା ବଢାଇ ଦେଲା ଇରାନ, ଡିଏଗୋ ଗାର୍ସିଆ' ଉପରେ ଇରାନର କ୍ଷେପଣାସ୍ତ୍ର ମାଡ଼ -
ଆସୁଛି କାଳବୈଶାଖୀ, ଝଡ଼ବର୍ଷା ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ -
ବନ୍ଦ ହେବ ଇରାନ ଆମେରିକା ଯୁଦ୍ଧ, ସଙ୍କେତ ଦେଲେ ଆମେରିକା ରାଷ୍ଟ୍ରପତି -
ଆୟର୍ଲାଣ୍ଡ ସହ ଦୁଇଟି ସୀମିତ ଓଭର ମ୍ୟାଚ୍ ଖେଳିବ ଭାରତ -
ଭୁବନେଶ୍ୱର CRP ଛକ ନିକଟ ମାର୍କେଟ୍ କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ -
ଇରାନକୁ କଡ଼ା ଚେତାବନୀ ଦେଲେ ୟୁରୋପୀୟ ଦେଶ -
ପ୍ରେମାନନ୍ଦ ମହାରାଜ ଜୀଙ୍କୁ ଭେଟିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ -
ଚିଠି ଗୋଟେ ଅଫିସରୁ ବସି ଟାଇପ୍ ହୋଇଛି, ଏମାନେ ଦସ୍ତଖତ କରିଛନ୍ତି ; ପ୍ରମିଳା ମଲ୍ଲିକ -
ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି; ଚୁକ୍ତିଭିତ୍ତିକ ସ୍କିମାଟିକ୍ ଜୁନିୟର ଶିକ୍ଷକଙ୍କୁ ନିୟମିତ କର୍ମଚାରୀ ମାନ୍ୟତା










Click it and Unblock the Notifications