For Quick Alerts
Turn On Notification  
For Daily Alerts
Oneindia App Download

Year Ender 2020 : ରୂପେଲି ପରଦାରେ ଲକ୍ଷ୍ମଣରେଖା ଟାଣିଥିଲା କରୋନା ତଥାପି ଟିଭିରେ ମୁକ୍ତିଲାଭ କରିଥିଲା ଏହି ସବୁ ଫିଲ୍ମ

ବର୍ଷ ଆରମ୍ଭରୁ ବେସ୍ ସରଗରମ ରହିଥିଲା ରୁପେଲୀ ପରଦା । ଓଲିଉଡର ଗୋଟିଏ ପରେ ଗୋଟିଏ ସିନେମା ରିଲିଜ୍ ହୋଇଥିଲା । ହେଲେ ସମୟ ଗଡିବା ସହ ଏହି ଉତ୍ସାହରେ ଲାଗିଥିଲା ବ୍ରେକ୍ । କରୋନା ମହାମାରୀରେ ବନ୍ଦ ହୋଇ ଯାଇଥିଲା ସୁଟିଂ ଓ ସିନେମା ହଲ୍ ।

|

ଭୁବନେଶ୍ୱର : ବର୍ଷ ଆରମ୍ଭରୁ ବେସ୍ ସରଗରମ ରହିଥିଲା ରୁପେଲି ପରଦା । ଓଲିଉଡର ଗୋଟିଏ ପରେ ଗୋଟିଏ ସିନେମା ରିଲିଜ୍ ହୋଇଥିଲା । ଦର୍ଶକଙ୍କ ତାଳି ମାଡରେ ଫାଟି ପଡୁଥିଲା ସିନେମା ହଲ୍ । କଳାକାର, ନିର୍ଦ୍ଦେଶକ, କାହାଣୀକାର ଓ ପ୍ରଯୋଜକ ସମସ୍ତଙ୍କ ପାଖରେ ଦେଖିବାକୁ ମିଳିଥିଲା ଉତ୍ସାହ । ହେଲେ ସମୟ ଗଡିବା ସହ ଏହି ଉତ୍ସାହରେ ଲାଗିଥିଲା ବ୍ରେକ୍ । କରୋନା ମହାମାରୀରେ ବନ୍ଦ ହୋଇ ଯାଇଥିଲା ସୁଟିଂ ଓ ସିନେମା ହଲ୍ । ତଥାପି ଆଗୁଆ ଯେଉଁ ସବୁ ସିନେମାନର ସୁଟିଂ ସରିଥିଲା ସେହିଗୁଡିକ ମୁକ୍ତିଲାଭ କରିଥିଲା ଟିଭି ପରଦାରେ । ଘରେ ବସି ଟିଭି ପରଦା ମାଧ୍ୟମରେ ନିଜ କଳାକାରମାନଙ୍କୁ ଉତ୍ସାହିତ କରିଥିଲେ ଦର୍ଶକ । ଯେଉଁଠି ହୁଇସିଲ୍ ଓ ତାଳି ମାଡରେ କମ୍ପୁଥାନ୍ତା ହଲ୍ ସେହି ସମୟରେ ଟିଭି ପରଦାରେ ଘରେ ରହି କଳାକାରଙ୍କୁ ଦିଆଯାଇଥିଲା ନିରବ ସମର୍ଥନ । ସମୟ ଗଡିବା ସହ ଲକ୍ ଡାଉନ୍ ଓ ସଟ୍ ଡାଉନର ସ୍ଥିତିରେ ମଧ୍ୟ ପରିବର୍ତ୍ତନ ହୋଇଥିଲା । ଏବେ ଅପେକ୍ଷା ଆର ବର୍ଷକୁ, ସିନେମା ହଲ୍ ଖୋଲିବାକୁ ଓ ରୁପେଲି ପରଦାକୁ ।

ବର୍ଷା ପ୍ରିୟଦର୍ଶିନୀ

ହଲ୍‌ ରେ ମୁକ୍ତିଲାଭ କରିଥିବା ଫିଲ୍ମ
'ମୁଁ ପରେଦେଶୀ ଚଢ଼େଇ'- 10 ଜାନୁଆରୀ
'ବାବୁ ଭାଇଜାନ'- 12 ଜାନୁଆରୀ
'କୁଇନ୍‌'- 15 ଜାନୁଆରୀ
'ଅଦୃଶ୍ୟମ୍‌'- 31 ଜାନୁଆରୀ
'ଶଲାବୁଢ଼ାର ବଦଲା'- 31 ଜାନୁଆରୀ

ଅନୁ ଚୌଧୁରୀ
ଟିଭିରେ ମୁକ୍ତିଲାଭ କରିଥିବା ଫିଲ୍ମ
'ଡହରା ଟୋକା'(ଜୀସାର୍ଥକ)- 9 ଫେବୃଆରୀ
'ଅନୁ ଦିଦି ନଟ୍ ଆଉଟ୍‌'(ତରଙ୍ଗ)- ମାର୍ଚ୍ଚ 8
'ମୂଷା ମୋର ରଜନୀକାନ୍ତ'(ତରଙ୍ଗ)- ଜୁନ୍‌ 14
'ମୁଁ ତୁମେ ଲକ୍‌ଡାଉନ୍‌'(ଜୀସାର୍ଥକ)- ଜୁନ୍‌- 14
'ଅଙ୍ଗୁର ନମିଳିଲେ ଖଟା'(ଜୀସାର୍ଥକ)- ଅଗଷ୍ଟ 30
'ମୋ ମମି ପାପାଙ୍କ ବାହାଘର'(ତରଙ୍ଗ)- ସେପ୍ଟେମ୍ବର 6
'ଲକିର ଲକ୍‌ଡାଉନ୍ ଲଭ୍‌ଷ୍ଟୋରୀ'(ତରଙ୍ଗ)- ଅକ୍ଟୋବର 18
'ପ୍ରେମ ନା'ପାଗଳପଣ'(ଜୀସାର୍ଥକ)- ଅକ୍ଟୋବର 18
'ଦୁର୍ଗତିନାଶିନୀ'(ଜୀସାର୍ଥକ)- ନଭେମ୍ବର 15

ଚଳିତଥର ଅନେକ ଚଳଚ୍ଚିତ୍ରରେ ଦର୍ଶକ ଦେଖିଲେ ନୂଆ ପୁରୁଣା କଳାକାରଙ୍କ ନୂଆ ଯୋଡ଼ି । ଏହି ଯୋଡିକୁ ଖୁବ୍ ପସନ୍ଦ କରିଥିଲେ ଦର୍ଶକ ।

ବଡ଼ ପରଦାରେ ନୂଆ ଯୋଡ଼ି
ଅର୍ଦ୍ଧେନ୍ଦୁ-ଅନୁଭା ('ମୁଁ ପରେଦେଶୀ ଚଢ଼େଇ')
ଅରିନ୍ଦମ-ଶିବାନୀ ( 'ବାବୁ ଭାଇଜାନ')
ବର୍ଷା-ଜୟଜିତ୍ ('କୁଇନ୍‌')
ରିଲିଜ୍ ୱେବ୍‌ସିରିଜ୍‌
'ଚୁମ୍ବକ', '୭୨ ଆୱାର୍ସ', 'ଇଚ୍ଛା', 'ଲେଡିଜ୍ ହଷ୍ଟେଲ୍‌' ଓ 'ଆୟୁଷ୍ମାନ ମସ୍ତରାମ୍‌' ।
News Year 2021 : ବର୍ଷ ଶେଷ ଆଡକୁ ଅନେକ ଚଳଚ୍ଚିତ୍ର ଏବଂ ଓ୍ୱେବ ସିରିଜ୍ ଆଗାମୀ ଦିନରେ ମୁକ୍ତିଲାଭ କରିବା ନେଇ ଏହି ବର୍ଷ ହୋଇଛି ଘୋଷଣା । କେଉଁ ଚଳଚ୍ଚିତ୍ରର ପୋଷ୍ଟର ରିଲିଜ୍ ହୋଇଛି ତ ଆଉ କାହାର ଟିଜର୍ ଇତି ମଧ୍ୟ ରିଲିଜ୍ ହୋଇ ସାରିଛି ।

ଓଡ଼ିଆ ଓ୍ୱେବ ସିରିଜ
ମୁକ୍ତିଲାଭ ଅପେକ୍ଷାରେ ସିନେମା/ୱେବ୍‌ସିରିଜ୍‌
'ଏଇ ବୋଧେ ଭଲପାଇବା', 'ରେଣ୍ଡୋ ମାଝି', 'ମନ ମୋର କାଗଜ ଗୁଡ଼ି', 'ଅରୁନ୍ଧତୀ',
'ମହାବାହୁ', 'ତୁ ମୋ କମ୍‌ଜୋରି', 'ପାପ','ଆଖି', 'କହିବିନି ତତେ
ଆଇ ଲଭ୍ ୟୁ', 'ପଲ୍ ପଲ୍ ଦିଲ୍ ତତେ ଚାହେଁ', 'ତୋ ପାଇଁ ମୁଁ', 'ତିତିଲି', 'ତୋ
ଫ୍ୟାମିଲି, ମୋ ଫ୍ୟାମିଲି', 'ଗାଁର ନାଁ ଗାଲୁଆପୁର' ଏବଂ ୱେବ୍‌ସିରିଜ୍‌
'ସେକ୍ସନ୍‌-୩୭୭' ଓ 'ଆନ୍ଥୋନୀ' ।
ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Unforgettable 2020 in Odisha Entertainment Movie and Web Series Released
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X