ରଣବୀରଙ୍କ ସମର୍ଥନରେ ଟ୍ୱିଙ୍କଲ ଖନ୍ନା
Twinkle Khanna On Ranveer Singh Nude photos :ରଣବୀରଙ୍କ ସମର୍ଥନରେ ଟ୍ୱିଙ୍କଲ ଖନ୍ନା
ମୁମ୍ବାଇ: ରଣବୀର ସିଂଙ୍କ ସମର୍ଥନରେ ବାହାରିଲେ ଟ୍ୱିଙ୍କଲ ଖନ୍ନା । ସୋସିଆଲ ମିଡିଆରେ ଏକ ବଡ଼ ପୋଷ୍ଟ ସେୟାର କରିଛନ୍ତି । ଅଭିନେତା ରଣଭୀର ସିଂଙ୍କ ସମର୍ଥନରେ ସେ ଏହି ପୋଷ୍ଟ ଲେଖିଛନ୍ତି। କିଛି ଦିନ ହେଲା ଅଭିନେତାଙ୍କର ନଗ୍ନ ଫଟୋକୁ ତାଙ୍କୁ ଖୁବ ଟ୍ରୋଲ କରାଯାଉଛି । ବିବାଦ ବଢିବା ପରେ ଆଲିଆ ଭଟ୍ଟ ,ଅର୍ଜୁନ କପୁରଙ୍କ ଭଳି ଅନେକ ବଲିଉଡ ଷ୍ଟାର ରଣବୀରଙ୍କ ସପୋର୍ଟରେ ବାହାରିଥିଲେ । ବର୍ତ୍ତମାନ ଖିଲାଡି କୁମାରଙ୍କ ପତ୍ନୀ ତଥା ଅଭିନେତ୍ରୀ ଟ୍ୱିଙ୍କଲ ମଧ୍ୟ ରଣଭୀରଙ୍କୁ ସମର୍ଥନ କରିଛନ୍ତି । ତେବେ ମାମଲା ଥଣ୍ଡା ହେବା ପରେ ଅଭିନେତ୍ରୀ ତାଙ୍କ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ଯେ ରଣଭୀରଙ୍କ ଫଟୋରେ କିଛି ଦେଖାଯାଉ ନାହିଁ । ବାଇନାକୁଲାର୍ କିମ୍ବା ଜୁମ୍ କରି ଦେଖିବା ପରେ ମଧ୍ୟ ସେ କିଛି ଦେଖି ପାରିଲେ ନାହିଁ।

ନିକଟରେ ରଣବୀରଙ୍କ ସମର୍ଥନରେ ବଲିଉଡ ଅଭିନେତ୍ରୀ ବିଦ୍ୟା ବାଲାନ ମଧ୍ୟ ବାହାରିଥିଲେ । ସେ କହିଥିଲେ 'ଯଦି ଏହି ଫଟୋସୁଟ କାହାକୁ ଭଲ ଲାଗୁନାହିଁ, ତେବେ ସେମାନେ ଦେଖନ୍ତୁ ନାହିଁ । ଏପରିକି ଏହା ବିଷୟରେ ପଢ଼ନ୍ତୁ ନାହିଁ କିନ୍ତୁ ଲୋକମାନଙ୍କୁ କ'ଣ କରିବା ଉଚିତ ଏବଂ କ'ଣ ନ କରିବା ଉଚିତ ତାହା କହିବାର କୌଣସି ଅର୍ଥ ନାହିଁ ।
ତେବେ ଲୋକପ୍ରିୟ ପତ୍ରିକା ପେପର୍ ମାଗାଜିନ୍ ପାଇଁ ଅଭିନେତା ରଣବୀର ସିଂହ ଏହି ଫଟୋସୁଟ୍ କରିଥିଲେ । ଏହି ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ତାଙ୍କ ବିରୋଧରେ ମାମଲା ମଧ୍ୟ ରୁଜୁ ହୋଇଥିଲା । ମହିଳାଙ୍କ ଭାବନାକୁ ଆଘାତ ହେଇଥିବା ଅଭିଯୋଗରେ ମୁମ୍ବାଇ ପୁଲିସ୍ ଅଭିନେତାଙ୍କ ବିରୋଧରେ ମାମଲା ରୁଜୁ କରିଛି ।












Click it and Unblock the Notifications