ଝିଅକୁ ଶାହାରୁଖ ଖାନ ପରି ଡରାଉଥିଲା ରାହୁଲ: ଅଭିନେତ୍ରୀ ବୈଶାଳୀ ଠକ୍କରଙ୍କ ମା'

ଝିଅକୁ 'ଡର' ଫିଲ୍ମର ଶାହାରୁଖ ଖାନ ପରି ଡରାଉଥିଲା ରାହୁଲ: ଅଭିନେତ୍ରୀ ବୈଶାଳୀ ଠକ୍କରଙ୍କ ମା'

ଭୋପାଳ: ଦିବଙ୍ଗତ ଅଭିନେତ୍ରୀ ବୈଶାଳୀ ଠକ୍କରଙ୍କ ପୂର୍ବତନ ବୟଫ୍ରେଣ୍ତ ତଥା ପଡୋଶୀ ଗିରଫ । ଅଭିନେତ୍ରୀଙ୍କୁ ଆତ୍ମହତ୍ୟା କରିବା ପାଇଁ ଉସକାଉଥିବା ଅଭିଯୋଗରେ ଗତକାଲି ଇନ୍ଦୋରରୁ ରାହୁଲ ନବଲାନୀଙ୍କୁ ଗିରଫ କରିଛି ପୋଲିସ ।

ଅଭିଯୁକ୍ତଙ୍କ ବିରୋଧରେ ନୋଟିସ୍ ଜାରି କରାଯାଇଛି
ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ ବୈଶାଳୀ ଆତ୍ମହତ୍ୟା ମାମଲାରେ ପୋଲିସ ଅଭିଯୁକ୍ତ ରାହୁଲ ଏବଂ ତାଙ୍କ ପତ୍ନୀ ଦିଶାଙ୍କ ବିରୋଧରେ ଆତ୍ମହତ୍ୟା କରିବା ପାଇଁ ଉସକାଉଥିବା ଅଭିଯୋଗରେ ଏକ ମାମଲା ରୁଜୁ କରିଛି ପୋଲିସ । ଏଥି ସହ ଗଣମାଧ୍ୟମରେ ଏହି ଖବର ପ୍ରକାଶ ପାଇବା ପରେ ଉଭୟ ଅଭିଯୁକ୍ତ ଫେରାର ଥିଲେ । ପରେ ପୋଲିସ ଉଭୟଙ୍କ ପାଇଁ 5-5 ହଜାର ପୁରସ୍କାର ରାଶି ଘୋଷଣା କରିଥିଲା । ସେମାନଙ୍କ ନାମରେ ନୋଟିସ୍ ମଧ୍ୟ ଜାରି କରାଯାଇଥିଲା ।

vaishali thakkar

ଇନ୍ଦୋରରୁ ବାହାରକୁ ଖସିଯିବାକୁ ଚେଷ୍ଟା କରୁଥିଲା ରାହୁଲ
ଅନ୍ୟପକ୍ଷରେ ଇନ୍ଦୋର ପୋଲିସ କମିଶନର ହରିନାରାୟଣ ଚାରି ମିଶ୍ର କହିଛନ୍ତି, "ପୋଲିସ ଦଳ ଅଭିଯୁକ୍ତ ଦମ୍ପତିଙ୍କୁ ଖୋଜୁଥିଲା ଏବଂ ଏହି ସମୟ ମଧ୍ୟରେ ରାହୁଲ ନବଲାନିଙ୍କୁ ଗିରଫ କରିବାରେ ଦଳ ସଫଳ ହୋଇଥିଲା । ରାହୁଲ ଇନ୍ଦୋରରୁ ଖସିଯିବାକୁ ଚେଷ୍ଟା କରୁଥିଲେ, କିନ୍ତୁ ଏହା କରିବା ପୂର୍ବରୁ ତାଙ୍କୁ ଧରାଯାଇଥିଲା । "ବର୍ତ୍ତମାନ ତାଙ୍କୁ ପଚରାଉଚରା କରାଯାଉଛି। ତଥାପି ରାହୁଲଙ୍କ ପତ୍ନୀ ଦିଶା ଏବେ ବି ଫେରାର ଅଛନ୍ତି ଏବଂ ତାଙ୍କୁ ଖୋଜା ଚାଲିଛି ।

ଝିଅ ପାଇଁ ନ୍ୟାୟ ଦାବି କଲେ ମା'
ଏଥି ସହିତ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ବୈଶାଳୀଙ୍କ ମା' କହିଛନ୍ତି ରାହୁଲ ଝିଅକୁ ଫିଲ୍ମ 'ଡର'ରେ ଶାହାରୁଖ ଖାନଙ୍କ ପରି ହଇରାଣ କରୁଥିଲା । ରାହୁଲଙ୍କ ପାଇଁ ବୈଶାଳୀଙ୍କର ବିବାହ ବାରମ୍ବର ଭାଙ୍ଗି ଯାଉଥିଲା । ଯେଉଁଥି ପାଇଁ ସେ ଡିପ୍ରେସନରେ ଥିଲେ । ବୈଶାଳୀଙ୍କ ମା' ଗଣମାଧ୍ୟମକୁ ଅପିଲ କରିଛନ୍ତି ଯେ ତାଙ୍କ ଝିଅର ସତ୍ୟତା ସମସ୍ତଙ୍କୁ ସାନ୍ନାକୁ ଆସୁ ଓ ତାଙ୍କ ନ୍ୟାୟ ମିଳୁ । ଏଥିସହ ଅଭିଯୁକ୍ତ ରାହୁଲ ଏବଂ ଦିଶାଙ୍କ ବିରୋଧରେ ହତ୍ୟା କଟା କାର୍ଯ୍ୟାନୁଷ୍ଠାନ ନିଆଯାଉ ।

ବୈଶାଳୀ ଅନେକ ହିଟ୍ ସିରିଏଲରେ କାମ କରିଥିଲେ
ବୈଶାଳୀ ଠକ୍କର ଗତ କିଛି ବର୍ଷ ଧରି ଟିଭି ଇଣ୍ଡଷ୍ଟ୍ରିରେ କାମ କରୁଥିଲେ। ସେ ଟପ୍ ରେଟିଂ ଟିଭି ସିରିଏଲରେ କାମ କରିଥିଲେ । 'ସସୁରାଲ ସିମର କା' ଏବଂ ''ୟେ ରିସ୍ତା କୟା କେହଲତା ହୈ' ଭଳି ଟିଭି ସିରିଏଲ ବ୍ୟତୀତ , ସୁପର ସିଷ୍ଟର, ମନମୋହିନୀ ସିଜିନ-୨ ପରି ପପୁଲାର ସିରିଏଲରେ କାମ କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+