ଅଭିନେତ୍ରୀ ବୈଶାଳୀ ଠକ୍କର ଶେଷ ଇଚ୍ଛା ପୂରଣ କଲେ ମାତାପିତା
ଅଭିନେତ୍ରୀ ବୈଶାଳୀ ଠକ୍କର ଶେଷ ଇଚ୍ଛା ପୂରଣ କଲେ ମାତାପିତା
ମୁମ୍ବାଇ: 'ୟେ ରିସ୍ତା କୟା କେହଲତା ହୈ' ଫେମ୍ ଅଭିନେତ୍ରୀ ବୈଶାଳୀ ଠକ୍କର । ଅଭିନେତ୍ରୀଙ୍କ ହଠାତ୍ ଦେହାନ୍ତ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ସେ ମଧ୍ୟପ୍ରଦେଶର ଇନ୍ଦୋରରେ ନିଜ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ବୈଶାଳୀ ଠକ୍କରଙ୍କ ବିୟୋଗରେ ମନୋରଞ୍ଜନ ଜଗତରେ ଶୋକର ଛାୟ ଖେଳିଯାଇଛି । ବୈଶାଳୀଙ୍କୁ ହରାଇ ଦୁଃଖରେ ଭାଙ୍ଗି ପଡିଛନ୍ତି ପିତାମାତା । ୩୦ ବର୍ଷ ବୟସରେ ଦୁନିଆକୁ ଅଲବିଦା କହି ଚାଲିଯାଇଥିବା ବୈଶାଳୀଙ୍କର ଶେଷ ଇଚ୍ଛା ପୂରଣ କରିଛନ୍ତି ପିତାମାତା ।

ପିତାମାତା ପୂରଣ କଲେ ବୈଶାଳୀଙ୍କ ଶେଷ ଇଚ୍ଛା
'ୟେ ରିସ୍ତା କୟା କେହଲତା ହୈ' ଏବଂ ' 'ସସୁରାଲ ସିମର କା' ,ପରି ଟିଭି ସିରିଏଲରେ ଅଭିନୟ କରି ପ୍ରଶଂସା ସାଉଁଟୁଥିବା ଅଭିନେତ୍ରୀଙ୍କ ବୈଶାଳୀଙ୍କର ଏପରି ହଠାତ୍ ମୃତ୍ୟୁ ସମସ୍ତଙ୍କୁ ଚିକତ କରିଛି । ବିଶେଷ କରି ବୈଶାଳୀଙ୍କ ପିତାମାତାଙ୍କ ଖୁବ କଷ୍ଟ ସମୟ ଦେଇ ଗତି କରୁଛନ୍ତି ।ଏହାରି ମଧ୍ୟରେ ଖବର ଆସୁଛି ଯେ ବୈଶାଳୀ ଠକ୍କରଙ୍କ ପିତାମାତା ନିଜ ଝିଅର ଶେଷ ଇଚ୍ଛା ପୂରଣ କରିଛନ୍ତି । ଇଣ୍ଡିଆ ଟୁଡେ ରିପୋର୍ଟ ଅନୁଯାୟୀ, ବିଶାଲୀଙ୍କ ସମ୍ପର୍କୀୟ ଭାଇ କହିଛନ୍ତି ଯେ - ଦେହାନ୍ତ ପରେ ବୈଶାଳୀ ତାଙ୍କ ଆଖି ଦାନ କରିବାକୁ ଚାହୁଁଥିଲେ । ଦୁର୍ଭାଗ୍ୟବଶତଃ ବୈଶାଳୀ ବହୁତ କମ ବୟସରୁ ଦୁନିଆ ଛାଡି ଚାଲିଯାଇଛନ୍ତି । ସେ ନିଜ ଆଖିକୁ ବହୁତ ଭଲ ପାଉଥିଲେ। ପ୍ରାୟତଃ ସେ କହୁଥିଲେ ଯେ ମୃତ୍ୟୁ ପରେ ସେ ଆଖି ଦାନ କରିବେ । ସେ ଏ ବିଷୟରେ ନିଜ ମାଙ୍କୁ ମଧ୍ୟ କହିଥିଲେ । ରବିବାର ଦିନ ଶବଦାହ ପୂର୍ବରୁ ବୈଶଳୀ ଠକ୍କରଙ୍କ ପିତାମାତା ତାଙ୍କ ଆଖି ସରକାରୀ ଡାକ୍ତରଖାନାରେ ଦାନ କରିଥିଲେ, ଯାହାଫଳରେ ତାଙ୍କର ସୁନ୍ଦର ଆଖିରେ କେହି ଜଣେ ସାରା ଦୁନିଆକୁ ଦେଖି ପାରିବ ।
वैशाली ठक्कर के मामले में 2 लोगों के विरुद्ध लुक आउट सर्कुलर जारी किया है। दोनों आरोपियों पर 5 हजार का इनाम भी घोषित किया गया। एमपी के गृहमंत्री नरोत्तम मिश्रा ने दी जानकारी @NavbharatTimes #NBTMPNews #VaishaliThakkar pic.twitter.com/F2GHzoerW3
— NBTMadhyapradesh (@NBTMP) October 19, 2022
ବୈଶାଳୀଙ୍କ ମୃତଦେହ ସହିତ ଇନ୍ଦୋର ପୋଲିସ ଏକ ସୁଇସାଇଡ୍ ନୋଟ୍ ମଧ୍ୟ ଜବତ କରିଥିଲା । ଯେଉଁଥିରେ ସେ ରାହୁଲ ଓ ତାଙ୍କ ପତ୍ନୀଙ୍କ ନାଁ ଲେଖି ଯାଇଥିଲେ । ଅଭିନେତ୍ରୀଙ୍କ ଆତ୍ମହତ୍ୟାକୁ ନେଇ ରାହୁଲ ଏବଂ ତାଙ୍କ ପତ୍ନୀଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିଛି । ତେବେ ରାହୁଲ ଏବଂ ତାଙ୍କ ପତ୍ନୀ ଏବେ ମଧ୍ୟ ଫେରାର ଅଛନ୍ତି । ଉଭୟଙ୍କ ସନ୍ଧାନରେ ଇନ୍ଦୋର ପୋଲିସର ତିନୋଟି ଟିମକୁ ମୁତୟନ କରାଯାଇଛି ।












Click it and Unblock the Notifications