ବୈଶାଳୀ ଠକ୍କର ମୃତ୍ୟୁ ମାମଲା:ପଡୋଶୀ ରାହୁଲ ନାଭଲାନୀ ବିରୋଧରେ ଥାନାରେ ମାମଲା ରୁଜୁ

ବୈଶାଳୀ ଠକ୍କର ମୃତ୍ୟୁ ମାମଲା:ପଡୋଶୀ ରାହୁଲ ନାଭଲାନୀ ବିରୋଧରେ ଥାନାରେ ମାମଲା ରୁଜୁ

ମୁମ୍ବାଇ:ଦିମ୍ବଗତ ଟିଭି ଅଭିନେତ୍ରୀ ବୈଶାଳୀ ଠକ୍କର ଆତ୍ମହତ୍ୟା ମାମଲାରେ ତାଙ୍କ ପଡୋଶୀ ରାହୁଲ ନାଭଲାନୀ ବିରୋଧରେ ଥାନାରେ ମାମଲା ରୁଜୁ ହୋଇଛି । ସୂଚନା ଅନୁସାରେ ବୈଶାଳୀ ଓ ରାହୁଲଙ୍କ ମଧ୍ୟରେ ପୂର୍ବରୁ ସମ୍ପର୍କ ଥିଲା । ଯେଉଁଥି ପାଇଁ ପରବର୍ତ୍ତି ସମୟରେ ସେ ବାରମ୍ବାର ଅଭିନେତ୍ରୀଙ୍କୁ ବ୍ଲାକ୍‌ମେଲ୍ କରିବା ସହ ତାଙ୍କୁ ଜୀବନରେ ଆଗକୁ ବଢିବାକୁ ଦେଉନଥିଲେ । ଏ ବିଷୟରେ ବୈଶାଳୀଙ୍କ ପୁରା ପରିବାର ମଧ୍ୟ ଜାଣିଥିଲେ। ଏମିତିକି ବୈଶାଳୀଙ୍କର ବିବାହ ହେବାକୁ ମଧ୍ୟ ଦେଉନଥିଲେ। ରାହୁଲଙ୍କ ପାଇଁ ପୂର୍ବରୁ ବୈଶାଳୀଙ୍କର ର୍ନିବନ୍ଧ ମଧ୍ୟ ଭାଙ୍ଗି ଯାଇଥିଲା ।

vaishali thakkar
ରାହୁଲ ଲଗାତାର ତାଙ୍କୁ ଧମକ ମଧ୍ୟ ଦେଉଥିଲେ । ଏ ସବୁ ସହି ନ ପାରି ଅଭିନେତ୍ରୀ ଆତ୍ମହତ୍ୟା ଭଳି ଏକ ବଡ ପଦକ୍ଷେପ ନେଇଥିଲେ । ମଧ୍ୟପ୍ରଦେଶର ଇନ୍ଦୋରରେ ନିଜ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ ବୈଶାଳୀ । ତେବେ ମୃତ୍ୟୁ ପୂର୍ବରୁ ସୁଇସାଇଡ୍ ନୋଟ୍‌ରେ ଏସବୁ ଘଟଣା ବିଷୟରେ ଲେଖିଯାଇଥିଲେ । ଯାହାକୁ ଆଧାର କରି ତାଙ୍କ ରାହୁଲ ନାଭାଲଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି । ରାହୁଲ ଓ ତାଙ୍କ ପତ୍ନୀ ଦିଶାଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ ହୋଇଛି ସେପଟେ ଏହି ଘଟଣା ପରେ ରାହୁଲ ଫେରାର୍ ଅଛନ୍ତି ।

ରାହୁଲ ବୈଶାଳୀଙ୍କୁ ନେଇ ନାନା ଗୁଜବ ପ୍ରଚାର କରୁଥିଲେ । ଯେଉଁଥି ପାଇଁ ବୈଶାଳୀଙ୍କର ବାରମ୍ବାର ବାହାଘର ମଧ୍ୟ ଭାଙ୍ଗିଯାଉଥିଲା । ରାହୁଲ ସବୁବେଳେ ବ୍ଲାକ୍‌ମେଲ୍ କରୁଥିଲେ ଯେଉଁଥି ପାଇଁ ବୈଶାଳୀ ଆତ୍ମହତ୍ୟା କରିବା ପରି ନିଷ୍ପତ୍ତି ନେଇଥିଲେ ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ସେ ଏକରୁ ଅଧିକ ହିଟ୍ ସିରିଏଲରେ କାମ କରିଛନ୍ତି। ସେ ' 'ୟେ ରିସ୍ତା କୟା କେହଲତା ହୈ', 'ସସୁରାଲ ସିମର କା' ପରି ଟିଭି ସିରିଏଲରୁ ଲୋକପ୍ରିୟତା ହାସଲ କରିଥିଲେ । 'ସୁପର ସିଷ୍ଟର', ବିଷ୍ ୟା ଅମ୍ରିତ', 'ମନମୋହିନୀରେ-୨' ପରି ସୁପରହିଟ୍ ସିରିଏଲରେ ଅଭିନୟ କରିଥିଲେ । ତାଙ୍କ ଆତ୍ମହତ୍ୟା ଖବର ଟେଲିଭିଜନ ଜଗତକୁ ଚକିତ କରିଦେଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+