ଟେଲି ଇଭିନେତ୍ରୀ ବୈଶାଳୀ ଠାକ୍କରଙ୍କ ଆତ୍ମହତ୍ୟା

ଟେଲି ଇଭିନେତ୍ରୀ ବୈଶାଳୀ ଠାକ୍କରଙ୍କ ଆତ୍ମହତ୍ୟା,ବର୍ଷ ବର୍ଷ ଧରି ଛୋଟ ପରଦାରେ ରାଜ କରୁଥିବା ଜଣାଶୁଣା ଅଭିନେତ୍ରୀ ବୈଶାଳୀ ଠକ୍କର ଆତ୍ମହତ୍ୟା କରିଛନ୍ତି । ସେ ମଧ୍ୟପ୍ରଦେଶର ଇନ୍ଦୋରରେ ନିଜ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି

ମୁମ୍ବାଇ: ଟିଭି ଇଣ୍ଡଷ୍ଟ୍ରିରୁ ପୁଣିଥରେ ଦୁଃଖଦ ଖବର । ବର୍ଷ ବର୍ଷ ଧରି ଛୋଟ ପରଦାରେ ରାଜ କରୁଥିବା ଜଣାଶୁଣା ଅଭିନେତ୍ରୀ ବୈଶାଳୀ ଠକ୍କର ଆତ୍ମହତ୍ୟା କରିଛନ୍ତି । ସେ ମଧ୍ୟପ୍ରଦେଶର ଇନ୍ଦୋରରେ ନିଜ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ଘଟଣାସ୍ଥଳରେ ତେଜାଜୀ ନଗର ପୋଲିସ ପହଁଚି ମାମଲା ରୁଜୁ କରିବା ସହ ମୃତଦେହ ପୋଷ୍ଟମାର୍ଟମ ପାଇଁ ଏମଏସ ଡାକ୍ତରଖାନାକୁ ପଠାଇ ତଦନ୍ତ ଆରମ୍ଭ କରିଛି । ଏ ପର୍ଯ୍ୟନ୍ତ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି ।

Vaishali Thakkar Suicide

ସୂଚନା ଅନୁସାରେ, ସସୁରାଲ ସିମର କା ଫେମ୍ ଅଭିନେତ୍ରୀ ବୈଶାଳୀ ଠକ୍କର ପ୍ରାୟ ଏକ ବର୍ଷ ହେଲା ଇନ୍ଦୋରରେ ନିଜ ଘରେ ରହୁଥିଲେ । ହେଲେ କୌଣସି କାରଣ ପାଇଁ ନିଜ ଇନ୍ଦୋର ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ତାଙ୍କ ମୃତ ଦେହ ପାଖରୁ ଏକ ସୁଇସାଇଡାଲ୍‌ ନୋଟ୍‌ ମଧ୍ୟ ପୋଲିସ ଜବତ କରିଛି । ଅନୁସନ୍ଧାନରେ ପ୍ରେମ ସମ୍ପର୍କ ସାମ୍ନାକୁ ଆସିଛି । ଏ ମାମଲାରେ ଅଧିକ ପଚରାଉଚୁରା କରୁଛି ପୋଲିସ । ଅଭିନେତ୍ରୀଙ୍କୁ ଅନେକ ଲୋକପ୍ରିୟ ଧାରାବାହିକରେ ଦେଖିବା ପାଇଁ ମିଳିଛି । ସେ 'ସସୁରାଲ ସିମର କା', ସୁପର ସିଷ୍ଟର, ମନମୋହିନୀ ସିଜିନ-୨ ପରି ପପୁଲାର ସିରିଏଲରେ କାମ କରିଥିଲେ ।

ମୃତ୍ୟୁର କିଛି ଦିନ ପୂର୍ବରୁ ବୈଶାଳୀ ଠାକୁର ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଥିଲେ, ଯାହାକୁ ୨୫ ହଜାରରୁ ଅଧିକ ଲୋକ ପସନ୍ଦ କରିଥିଲେ। ଏହା ଏକ ଫନି ଭିଡିଓ ଥିଲା । ଯାହା ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି । ତାଙ୍କର ପ୍ରଶଂସକମାନେ ଏହି ଭିଡିଓକୁ ବହୁତ ପସନ୍ଦ କରିଥିଲେ । କିନ୍ତୁ, କିଏ ଜାଣିଥିଲା ​ଯେ, ମାତ୍ର ୩୦ ବର୍ଷ ବୟସରେ, ସେ ଏହି ଦୁନିଆକୁ ଅଲବିଦା କହି ଚାଲିଯିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+