ବୈଶାଳୀ ଠକ୍କର ଆତ୍ମହତ୍ୟା ମାମଲା:ସରିଥିଲା ର୍ନିବନ୍ଧ, ହୋଇପାରିଲା ନାହିଁ ବିବାହ

ବୈଶାଳୀ ଠକ୍କର ଆତ୍ମହତ୍ୟା ମାମଲା:ସରିଥିଲା ର୍ନିବନ୍ଧ ହୋଇପାରିଲା ନାହିଁ ବିବାହ

ମୁମ୍ବାଇ: ଟେଲିଭିଜନ ଧାରାବାହିକ 'ସସୁରାଲ ସିମର କା' ଫେମ୍ ଅଭିନେତ୍ରୀ ବୈଶାଳୀ ଠକ୍କର ପ୍ରାୟ ଏକ ବର୍ଷ ହେଲା ଇନ୍ଦୋରରେ ନିଜ ଘରେ ରହୁଥିଲେ । ହେଲେ କୌଣସି କାରଣ ପାଇଁ ନିଜ ଇନ୍ଦୋର ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ତାଙ୍କ ମୃତ ଦେହ ପାଖରୁ ଏକ ସୁଇସାଇଡାଲ୍‌ ନୋଟ୍‌ ମଧ୍ୟ ପୋଲିସ ଜବତ କରିଛି । ଏ ମାମଲାରେ ଅଧିକ ପଚରାଉଚରା କରୁଛି ପୋଲିସ । ଅଭିନେତ୍ରୀଙ୍କୁ ଅନେକ ଲୋକପ୍ରିୟ ଧାରାବାହିକରେ ଦେଖିବା ପାଇଁ ମିଳିଛି । ସେ 'ସସୁରାଲ ସିମର କା', ସୁପର ସିଷ୍ଟର, ମନମୋହିନୀ ସିଜିନ-୨ ପରି ପପୁଲାର ସିରିଏଲରେ କାମ କରିଥିଲେ । ତାଙ୍କ ଆତ୍ମହତ୍ୟା ଖବର ଅନେକ ଟେଲି କଳାକାରଙ୍କୁ ଆଶ୍ଚର୍ଯ୍ୟ କରିଛି । ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ ଅଭିନେତ୍ରୀଙ୍କର ର୍ନିବନ୍ଧ ମଧ୍ୟ ଶେଷ ହୋଇ ସାରିଥିଲା । ତାଙ୍କ ଆତ୍ମହତ୍ୟାରେ ପ୍ରେମ ସମ୍ପର୍କର ଏକ ମାମଲା ସାମ୍ନାକୁ ଆସୁଛି । ହେଲେ ଏ ପର୍ଯ୍ୟନ୍ତ ପୋଲିସ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ ।

Vaishali Thakkar
ବୈଶାଳୀ ଠକ୍କରଙ୍କ ପ୍ରେମ କାହାଣୀ !
ବୈଶାଳୀ ଠକ୍କର ଡାକ୍ତର ଅଭିନନ୍ଦନ ସିଂଙ୍କୁ ମନ ଦେଇ ବସିଥିଲେ । ଯାହାର ସୂଚନା ସେ ନିଜେ ଏକ ସାକ୍ଷାତକାରରେ ଦେଇଥିଲେ । ସେ କହିଥିଲେ ଯେ ତାଙ୍କ ମା' ବିବାହ ୱେବସାଇଟରେ ତାଙ୍କର ଏକ ପ୍ରୋଫାଇଲ ଖୋଲିଥିଲେ । ଯେଉଁଠି ତାଙ୍କ ପରିଚୟ ଡାକ୍ତର ଅଭିନନ୍ଦନ ସିଂଙ୍କ ସହ ହୋଇଥିଲା । ଧିରେ ଧିରେ ବନ୍ଧୁତା ଓ ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଯଦିଓ ଡକ୍ଟର ଅଭିନନ୍ଦନ କେନିଆରେ ରହୁଥିଲେ, ତଥାପି ସେ ବୈଶାଳୀଙ୍କୁ ଭେଟିବା ପାଇଁ ଭାରତ ଆସୁଥିଲେ । ଉଭୟ ପରସ୍ପରକୁ ଦୀର୍ଘ ଦିନ ଧରି ଡେଟ କରୁଥିଲେ ।

ଉଭୟଙ୍କ ର୍ନିବନ୍ଧ ହେବା ପରେ ମନୋରଞ୍ଜନ ଜଗତରେ ବୈଶାଳୀଙ୍କ ବିବାହ ଖବରକୁ ନେଇ ଚର୍ଚ୍ଚା ଜୋରଧରିଥିଲା । ହେଲେ ବିବାହ ପର୍ଯ୍ୟନ୍ତ କଥା ଯିବା ପୂର୍ବରୁ ହିଁ ସମ୍ପର୍କରେ ପୂର୍ଣ୍ଣଚ୍ଛେଦ ପଡିଯାଇଥିଲା । ତେବେ କରୋନା କାରଣରୁ ଦୁହେଁଙ୍କ ବିବାହ ତାରିଖ ଆଗକୁ ଘୁଞ୍ଚି ଯାଇଥିଲା । ପିତାମାତାଙ୍କ ନିର୍ଦ୍ଦେଶରେ ସେ ନିର୍ବନ୍ଧ କରି ନେଇଥିଲେ । ଯାହାର ସୂଚନା ନିଜେ ବୈଶାଲି ଏକ ସାକ୍ଷାତକାରରେ ଦେଇଥିଲେ । ତେବେ ଏହା ପରେ ଦୁହିଁଙ୍କ ସମ୍ପର୍କରେ ଦୂରତା ସୃଷ୍ଟି ହୋଇଥିଲା । ଆଉ ଏବେ ବୈଶାଲିଙ୍କ ଆତ୍ମହତ୍ୟା ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏହି ମାମଲାରେ ପୋଲିସ ତଦନ୍ତ ଜାରି ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+