Get Updates
Get notified of breaking news, exclusive insights, and must-see stories!

ସନ୍ୟାସ ଧର୍ମ ଗ୍ରହଣ କଲେ ଅଭିନେତ୍ରୀ,ମୁମ୍ବାଇ ଛାଡ଼ି ହିମାଳୟରେ ପହଞ୍ଚିଲେ

Mumbai: Actress Nupur Alankar Takes Sanyaas .ସନ୍ୟାସ ଧର୍ମ ଗ୍ରହଣ କଲେ ଅଭିନେତ୍ରୀ,ମୁମ୍ବାଇ ଛାଡ଼ି ହିମାଳୟରେ ପହଞ୍ଚିଲେ

ମୁମ୍ବାଇ: ୨୭ ବର୍ଷ ଟେଲିଭିଜନରେ ଅଭିନୟ କରି ଦର୍ଶକଙ୍କ ମନୋରଞ୍ଜନ କରୁଥିବା ନୁପୁର ଆଲଙ୍କାର ଏବେ ସନ୍ୟାସ ନେଇ ଯାଇଛନ୍ତି। ସେ ଜଣେ ସଫଳ ଅଭିନେତ୍ରୀ । ନିଜ କ୍ୟାରିୟରରେ ସେ ଅନେକ ଟିଭି ସିରିଏଲରେ କାମ କରିଛନ୍ତି । ସ୍ୱରାଗିନି, ଆଗଲେ ଜନମ ମୋହେ ବିଟିୟା ହି କିଜୋ' ଭଳି ସିରିଏଲରେ ସେ କାମ କରି ଦର୍ଶକଙ୍କ ମନରେ ନିଜ ଅଭିନୟରେ ଏକ ସ୍ୱତନ୍ତ୍ର ଛାପ ଛାଡିଥିଲେ । ଏବେ ଟେଲିଭିଜନ ଗତରୁ ଅବସର ନେଇଛନ୍ତି ନୁପୁର ଆଲଙ୍କା । ପରଦା ଉପରେ ଆଉ ନଜର ଆସିବେନି ନୁପୁର । ରଙ୍ଗିନ୍ ଦୁନିଆରୁ ବିଦୟ ନେଇ ମୋହ ମାୟା ତ୍ୟାଗ କରି ସେ ସନ୍ୟାସ ଗ୍ରହଣ କରିଛନ୍ତିସ ଅଭିନେତ୍ରୀ ନୁପୁର । ସୂଚନା ଅନୁସାରେ ଏବେ ସେ ତୀର୍ଥଯାତ୍ରାରେ ଯାଇଛନ୍ତି । ମାୟାନାଗରୀ ମୁମ୍ବାଇ ଛାଡ଼ି ଏବେ ସେ ହିମାଳୟରେ ଅଛନ୍ତି ।

Nupur Alankar

କରୋନା ମହାମାରୀ ଲକଡାଉନ୍ ସମୟରେ ନାନା ସମସ୍ୟା ଦେଇ ସେ ଗତି କରିଥିଲେ ଅଭିନେତ୍ରୀ । ଜୀବନର ମଞ୍ଚରେ ତାଙ୍କୁ ଅନେକ ସଂଘର୍ଷ କରିବା ପାଇଁ ପଡିଥିଲା । କରୋନାରେ ହାତରେ କାମ ନଥିବାରୁ ସେ ଆର୍ଥିକ ସମସ୍ୟା ଦେଇ ଗତି କରିଥିଲେ । ଏହାରି ମଧ୍ୟରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ମଧ୍ୟ ଠିକ୍ ନଥିଲା ।ଚିକିତ୍ସା ପାଇଁ ମଧ୍ୟ ପାଖରେ ଟଙ୍କା ନଥିଲା । ଯାହା ପରେ ସେ ସନ୍ୟାସ ନେବାର ନିଷ୍ପତ୍ତି ନେଇଥିଲେ । ସୂଚନା ଅନୁସାରେ ସେ ଫେବୃଆରୀରେ ସନ୍ୟାସ ଗ୍ରହଣ କରିଥିଲେ । ଏବେ ସେ ତୀର୍ଥଯାତ୍ରାରେ ବ୍ୟସ୍ତ ଅଛନ୍ତି ଏବଂ ଅନେକ ଅସହାୟ ଲୋକଙ୍କୁ ସାହାଯ୍ୟ କରୁଛି । ମୁଁ ସର୍ବଦା ଆଧ୍ୟାତ୍ମିକତା ପ୍ରତି ଆଗ୍ରହୀ ଥିଲି ଏବଂ ମୁଁ ଆଧ୍ୟାତ୍ମିକତାକୁ ଅନୁସରଣ କରିଆସୁଥିଲି, ତେଣୁ ବର୍ତ୍ତମାନ ସମୟ ଆସିଛି ଯେତେବେଳେ ମୁଁ ନିଜକୁ ସମ୍ପୂର୍ଣ୍ଣ ଏଥିରେ ଲିପ୍ତ ରଖିବି ବୋଲି କହିଛନ୍ତି ଅଭିନେତ୍ରୀ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+