ଟେଲି ଅଭିନେତ୍ରୀ ଲୀନା ଆଚାର୍ଯ୍ୟଙ୍କ ପରଲୋକ
କିଡନୀ ଜନିତ ରୋଗ ଯୋଗୁଁ ଟେଲି ଅଭିନେତ୍ରୀ ଲୀନା ଆଚାର୍ଯ୍ୟଙ୍କର ଶନିବାର ପରଲୋକ ଘଟିଛି ।
ମୁମ୍ୱାଇ: ପରଲୋକରେ ଆଉ ଜଣେ ଅଭିନେତ୍ରୀ । କିଡନୀ ଜନିତ ରୋଗ ଯୋଗୁଁ ଟେଲି ଅଭିନେତ୍ରୀ ଲୀନା ଆଚାର୍ଯ୍ୟଙ୍କର ଶନିବାର ପରଲୋକ ଘଟିଛି । ତେବେ ଦୀର୍ଘ ଦୁଇ ବର୍ଷ ଧରି ଲୀନା କିଡ୍ନୀ ରୋଗରେ ପୀଡ଼ିତ ଥିଲେ।

କିଛିଦିନ ପୂର୍ବରୁ ତାଙ୍କ ମା' ମଧ୍ୟ ତାଙ୍କୁ ନିଜର କିଡନୀ ଦାନ କରିଥିଲେ । ଏହା ପରେ ମଧ୍ୟ ଲୀନାଙ୍କର ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସି ନଥିଲା। ଶେଷରେ ଦିଲ୍ଲୀର ଏକ ହସ୍ପିଟାଲରେ ସେ ଗତକାଲି ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି।
ତେବେ ରାନୀ ମୁଖାର୍ଜୀଙ୍କ ଫିଲ୍ମ 'ହିଚ୍କି'ରେ ଲିନା ନଜର ଆସିଥିଲେ ଲୀନା । ସେହିପରି ସେ କିଛି ୱେବ ସିରିଜ୍ରେ ମଧ୍ୟ ସେ କାମ କରିଛନ୍ତି। ସେଥିମଧ୍ୟରେ ରହିଛି ବେବାକି ଓ କ୍ଲାସ ଅଫ 2020 । ସେହିପରି ଟେଲି ସିରିଏଲ 'ସେଠ୍ ଜୀ', 'ଆପ କେ ଆ ଜାନେ ସେ' , 'ମେରି ହାନିକାରକ ବିବି' ପରି ଟେଲି ସିରିଏଲ୍ରେ ଲୀନାଙ୍କ ଅଭିନୟର ଯାଦୁ ଦେଖିବାକୁ ମିଳିଥିଲା।












Click it and Unblock the Notifications