ଗିରଫ ହେଲେ ଟିଭି ଅଭିନେତା ପ୍ରାଚୀନ ଚୌହାନ
ଟିଭି ଧାରାବାହିକ ‘କସୌଟି ଜିନ୍ଦେଗୀ କି' ସହିତ ଛୋଟ ପରଦାରେ ଡେବ୍ୟୁ କରିଥିବା ଅଭିନେତା ପ୍ରବୀଣ ଚୌହାନଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ହୋଇଛି ।
ମୁମ୍ବାଇ: ଗିରଫ ହେଲେ ଜଣାଶୁଣା ଟିଭି ଅଭିନେତା ପ୍ରାଚୀନ ଚୌହାନ । ଟିଭି ଧାରାବାହିକ 'କସୌଟି ଜିନ୍ଦେଗୀ କି' ସହିତ ଛୋଟ ପରଦାରେ ଡେବ୍ୟୁ କରିଥିବା ଅଭିନେତା ପ୍ରବୀଣ ଚୌହାନଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ହୋଇଛି । ପୀଡିତାଙ୍କ ଅଭିଯୋଗ ପରେ ଅଭିନେତା ପ୍ରବୀଣଙ୍କୁ ମୁମ୍ବାଇର ମାଲାଡ ଇଷ୍ଟ ପୋଲିସ ଶନିବାର ଗିରଫ କରିଥିବା ଜଣାପଡିଛି ।

ସୂଚନା ଅନୁସାରେ, ପୋଲିସ ଅଭିନେତାଙ୍କ ବିରୋଧରେ ମାମଲା ରୁଜୁ କରିଛି। ପ୍ରାଜୀନ ଚୌହାନ ଷ୍ଟାର ପ୍ଲସର ପ୍ରସିଦ୍ଧ ସୋ 'କସୌଟି ଜିନ୍ଦେଗୀ କି'ରେ ଡେବ୍ୟୁ କରିଥିଲେ, ଯେଉଁଥିରେ ସେ ସୁବ୍ରତୋ ବସୁ ଭୂମିକାରେ ଅଭିନୟ କରିଥିଲେ। ଏହା ସହିତ ସେ 'କୁଛ ଝୁକୀ ପାଲକେ', 'ସିନ୍ଦୂର ତେରେ ନାମ କା ସାତ୍ ଫେରେ' ମଧ୍ୟ ଅଭିନୟ କରିଛନ୍ତି।












Click it and Unblock the Notifications