Get Updates
Get notified of breaking news, exclusive insights, and must-see stories!

ଶ୍ରଦ୍ଧା ୱାଲକର ମର୍ଡର କେଶ୍ ପାଇଁ ଭାଙ୍ଗି ଯାଇଥିଲା ତୁନିଶା-ଶିଜାନଙ୍କ ସମ୍ପର୍କ !

ଶ୍ରଦ୍ଧା ୱାକର ମର୍ଡର କେଶ୍ ପାଇଁ ଭାଙ୍ଗି ଯାଇଥିଲା ତୁନିଶା-ଶିଜାନଙ୍କ ସମ୍ପର୍କ !

ମୁମ୍ବାଇ: ଟେଲି ଅଭିନେତ୍ରୀ ତୁନିଶା ଶର୍ମା ଶନିବାର ଅପରାହ୍ନରେ ଶୋ'ର ସେଟରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ଏହି ଅଭିନେତ୍ରୀ ତାଙ୍କ କୋ-ଷ୍ଟାର ତଥା ପୂର୍ବତନ ପ୍ରେମିକ ଶିଜାନଙ୍କ ମେକଅପ୍ ରୁମରେ ଏହି ପଦକ୍ଷେପ ନେଇଥିଲେ । ଅଭିନେତ୍ରୀଙ୍କ ମା ଶିଜାନଙ୍କ ବିରୋଧରେ ଏଫ୍ଆଇଆର୍ ଦାଖଲ କରିଥିଲେ ଏବଂ ତାଙ୍କୁ ସେ ତାଙ୍କ ଝିଅକୁ ଆତ୍ମହତ୍ୟା କରିବା ପାଇଁ ଉସକାଉ ଥିବା କଥା କହିଥିଲେ । ଏହା ପରେ ତାଙ୍କୁ ପୋଲିସ ଗିରଫ କରି ଚାରି ଦିନିଆ ରିମାଣ୍ତରେ ନେଇଛି । ବର୍ତ୍ତମାନ ତାଙ୍କୁ ପଚରା-ଉଚରା କରାଯାଉଛି ।

Tunisha-Sheezans relationship

ପଚରାଉଚରା ବେଳେ ଶିଜାନ ତୁନିଶାଙ୍କ ସହ ସମ୍ପର୍କ ଥିବା କଥା ସ୍ୱୀକାର କରିଥିଲେ ଏବଂ ଧର୍ମ ଏବଂ ବୟସ ପାର୍ଥକ୍ୟ ହେତୁ ସେମାନେ ଏହି ସମ୍ପର୍କକୁ ଭାଙ୍ଗିବା ପାଇଁ ବା ବ୍ରେକଅପ୍ କରିବା ପାଇଁ ସ୍ଥିର କରିଥିବା ନେଇ ସେ ପୋଲିସ ସାମ୍ନାରେ ପ୍ରକାଶ କରିଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ, ଶ୍ରଦ୍ଧା ୱାଲକର ମାମଲା ପରେ ଦେଶର ପରିସ୍ଥିତି ଦେଖି ସେ ଭୟବିତ ହୋଇ ପଡିଥିଲେ । ଯାହାର ପ୍ରଭାବ ତାଙ୍କ ସମ୍ପର୍କ ଉପରେ ମଧ୍ୟ ପଡିଥିଲା । ଏବଂ ସେ ବ୍ରେକଅପ୍ କରିବାର ନିଷ୍ପତ୍ତି ନେଇଥିଲେ ।

ସୂଚନାନୁସାରେ, ତାଙ୍କର ଦେହାନ୍ତ ହେବାର ଗୋଟିଏ ଦିନ ପୂର୍ବରୁ ତୁନିଶା ଏବଂ ଶିଜାନଙ୍କ ମଧ୍ୟରେ କିଛି କାରଣକୁ ନେଇ ଝଗଡ଼ା ହୋଇଥିଲା । ଏବଂ ଉଭୟଙ୍କ ଝଗଡ଼ା ପାଇଁ ସୁଟିଂ ମଧ୍ୟ ୨ ଘଣ୍ଟା ପାଇଁ ବନ୍ଦ କରିବା ପାଇଁ ପଡିଥିଲା । ଏହି ଘଟଣା ବିଷୟରେ ଜାଣିବା ପାଇଁ ପୋଲିସ ଯାଞ୍ଚ ଜାରି ରହିଛି । ବ୍ରେକଅପ୍ ପରେ ଉଭୟଙ୍କ ମଧ୍ୟରେ କିଛି ଠିକ୍ ନଥିଲା । ମାନସିକ ସ୍ତରରେ ଖୁବ୍ ଭାଙ୍ଗି ପଡିଥିଲେ ତୁନିଶା ।

ଶ୍ୱାସରୁଦ୍ଧ ହୋଇ ତୁନିଶା ଶର୍ମାଙ୍କର ମୃତ୍ୟୁ ହୋଇଥିବା ନେଇ ସ୍ପଷ୍ଟ

ତୁନିଶା ଶର୍ମା ଆତ୍ମହତ୍ୟା ମାମଲାରେ ପୋଲିସ ନିରନ୍ତର ଅନୁସନ୍ଧାନ କରୁଛି । ଏହି ମାମଲା ସମ୍ପର୍କରେ ମୁମ୍ବାଇ ପୋଲିସର ଏସିପି ଚନ୍ଦ୍ରକାନ୍ତ ଯାଦବ ରାଜ୍ୟର ଭାଲିଭ ପୋଲିସ ଷ୍ଟେସନରେ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ଯେ, ତୁନିଶା ଶର୍ମାଙ୍କ ମୃତ୍ୟୁ ଶ୍ୱାସରୁଦ୍ଧ ହେବା କାରଣରୁ ହୋଇଛି । ଏହି ମାମଲାରେ ବର୍ତ୍ତମାନ ତଦନ୍ତ ଜାରି ରହିଛି । ଅଭିନେତ୍ରୀଙ୍କ ଆତ୍ମହତ୍ୟା ପଛର ପ୍ରକୃତ କାରଣ ଜାଣିବା ପାଇଁ ଅନୁସନ୍ଧାନ ଜାରି ରଖିଛି ପୋଲିସ । ଏହି ମାମଲାରେ ପୋଲିସ ତାଙ୍କ ପ୍ରେମିକ Sheezan Mohammed Khan ଖାନଙ୍କୁ ଗିରଫ କରି ୪ ଦିନିଆ ରିମାଣ୍ତରେ ନେଇଛି । ସେହିପରି ଏହି ମାମଲାରେ ବର୍ତ୍ତମାନ ଅନେକ ଜଣଙ୍କ ବୟାନ ରେକର୍ଡ କରାଯାଇଛି ।

ଆଜି ମୁମ୍ବାଇରେ ତୁନିଶା ଶର୍ମାଙ୍କର ଶେଷ ରୀତିନୀତି କରାଯିବ । ତୁନିଶାଙ୍କ ମାଉସୀ ଇଂଲଣ୍ଡରେ ରୁହନ୍ତି, ତେଣୁ ସେଠାରୁ ଆସିବାରେ ତାଙ୍କୁ ସମୟ ଲାଗିଥିଲା, ଯେଉଁଥିପାଇଁ ଅଭିନେତ୍ରୀଙ୍କ ଅନ୍ତିମ ସଂସ୍କାରରେ ବିଳମ୍ବ ହୋଇଥିଲା । ଅନ୍ୟ ପକ୍ଷରେ ତୁନିଶାଙ୍କ ମା'ଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯେଉଁଥିରେ ସେ ନିଜ ଝିଅକୁ ନ୍ୟାୟ ମିଳୁ ବୋଲି ଦାବି କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+