Get Updates
Get notified of breaking news, exclusive insights, and must-see stories!

ତୁନିଶା ଆତ୍ମହତ୍ୟା ମାମଲା:ଜେଲରୁ ବାହାରିଲେ ବୟଫ୍ରେଣ୍ତ ଶିଜାନ

ତୁନିଶା ଆତ୍ମହତ୍ୟା ମାମଲା । ୩ ମାସ ପରେ ଜେଲରୁ ବାହାରିଲେ ବୟଫ୍ରେଣ୍ତ ଶିଜାନ । ସମସ୍ତ ଜାମିନ ଆବେଦନ ପ୍ରତ୍ୟାଖ୍ୟାନ ହେବା ପରେ ଶେଷରେ ତାଙ୍କୁ ଜାମିନ୍ ମିଳିପାରିଛି ।

Tunisha Sharma

Tunisha Sharma Suicide Case: ତୁନିଶା ଆତ୍ମହତ୍ୟା ମାମଲା । ଗତ ବର୍ଷ ଡିସେମ୍ବର ମାସରେ 'ଅଲି ବାବା: ଦସ୍ତାନ-ଏ-କାବୁଲ'ର ମୁଖ୍ୟ ଅଭିନେତା ଶିଜାନ ଖାନଙ୍କୁ ସିରିଏଲର ଅଭିନେତ୍ରୀ ତଥା ତାଙ୍କ ପ୍ରେମିକା ତୁନିଶା ଶର୍ମାଙ୍କ ଆତ୍ମହତ୍ୟା ମାମଲାରେ ଗିରଫ କରାଯାଇଥିଲା । ସେବେଠାରୁ ହିଁ ଅଭିନେତା ଜେଲରେ ଥିଲେ । ଶେଷରେ ୩ ମାସ ପରେ ତାଙ୍କୁ ଜାମିନ୍ ମିଳିଛି । ସମସ୍ତ ଜାମିନ ଆବେଦନ ପ୍ରତ୍ୟାଖ୍ୟାନ ହେବା ପରେ ଶେଷରେ ତାଙ୍କୁ ଜାମିନ୍ ମିଳିପାରିଛି ।

ଅଭିନେତା ଶିଜାନଙ୍କୁ ମିଳିଲା ଜାମିନ
ଶିଜାନ ଖାନଙ୍କୁ ଆଜି ଅର୍ଥାତ୍ ୪ ମାର୍ଚ୍ଚ ୨୦୨୩ରେ ମୁମ୍ବାଇ କୋର୍ଟ ଜାମିନ ପ୍ରଦାନ କରିଛନ୍ତି । ୧ ଲକ୍ଷ ଟଙ୍କା ବଣ୍ଡରେ ଶିଜାନଙ୍କୁ ମୁକ୍ତକରା ଯାଇଛି । ଦୀର୍ଘ ଦିନ ଧରି ଶିଜାନଙ୍କ ଜାମିନ ଆବେଦନ ପ୍ରତ୍ୟାଖ୍ୟାନ କରାଯାଉଥିଲା । ପରିବାର ପକ୍ଷରୁ ଲଗାତାର ଶିଜାନଙ୍କୁ ଜେଲରୁ କାଢିବା ପାଇଁ ଚେଷ୍ଟା କରାଯାଉଥିଲା । ସେହିପରି ଅଭିନେତାଙ୍କ ଓକିଲ ମଧ୍ୟ ଲଗାତାର ଚେଷ୍ଟା କରୁଥିଲେ । ଦୀର୍ଘ ଦିନର ଚେଷ୍ଟା ପରେ ଶେଷରେ ଅଭିନେତା ବର୍ତ୍ତମାନ ଜେଲରୁ ବାହାରି ନିଜ ପରିବାର ପାଖକୁ ଫେରିବେ ।

କ'ଣ ପାଇଁ ଶିଜାନଙ୍କୁ ଗିରଫ କରାଯାଇଥିଲା

ତୁନିଶା ଶର୍ମା ଆତ୍ମହତ୍ୟା ମାମଲାରେ ଶିଜାନ ଖାନଙ୍କୁ ଗିରଫ କରାଯାଇଥିଲା। ସେ ତୁନିଶାଙ୍କୁ ଆତ୍ମହତ୍ୟା କରିବାକୁ ପ୍ରବର୍ତ୍ତାଇଥିବା ଅଭିଯୋଗ ହୋଇଥିଲା। ୨୧ ବର୍ଷିୟା ଅଭିନେତ୍ରୀ ୨୧ ଡିସେମ୍ବର ୨୦୨୨ 'ଅଲି ବାବା'ର ସେଟରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ। ଯେଉଁ ସମୟରେ ଶିଜାନ ମଧ୍ୟ ସେଟରେ ଉପସ୍ଥିତ ଥିଲେ । ଆତ୍ମହତ୍ୟା କରିବା ପୂର୍ବରୁ ତୁନିଶା ଶିଜାନଙ୍କ ସହ କଥା ହୋଇଥିବା ନେଇ ମଧ୍ୟ ସୂଚନା ରହିଥିଲା । ଅଭିନେତ୍ରୀଙ୍କ ମୃତ୍ୟୁ ପରେ ଟେଲିଭିଜନ ଜଗତରେ ଚହଳ ସୃଷ୍ଟି ହୋଇଥିଲା ।

ତୁନିଶାଙ୍କ ସହିତ ବ୍ରେକଅପ୍ ହୋଇଥିଲା

'ଅଲି ବାବା'ର ମୁଖ୍ୟ ଅଭିନେତା ଶିଜାନ ଖାନ ଏବଂ ତୁନିଶା ଶର୍ମା । ଏହି ଶୋ'ରେ ଉଭୟଙ୍କର ପ୍ରଥମ ଥର ଦେଖା ହୋଇଥିଲା । ପରବର୍ତ୍ତି ସମୟରେ ଉଭୟଙ୍କ ମଧ୍ୟ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଦୀର୍ଘ ଦିନ ଧରି ପରସ୍ପରକୁ ଡେଟ୍ କରିବା ପରେ ଡିସେମ୍ବରରେ ତୁନିଶାଙ୍କ ସହ ସମ୍ପର୍କ ଭାଙ୍ଗିବାର ନିଷ୍ପତ୍ତି ନେଇଥିଲେ ଅଭିନାତେ ଶିଜାନ । ହେଲେ ତୁନିଶା ଏହି ସମ୍ପର୍କରୁ ବାହାରି ପାରି ନଥିଲେ । ଅଭିନେତ୍ରୀଙ୍କ ମା ଦାବି କରିଥିଲେ ଯେ, ଶିଜନ ତୁନିଶାଙ୍କୁ ପ୍ରତାରଣା ଦେଉଥିଲେ । କେବଳ ଏତିକି ନୁହେଁ, ଚର୍ଚ୍ଚା ଏହା ମଧ୍ୟ ଜୋର ଧରିଥିଲା ଯେ, ଉଭୟଙ୍କ ସମ୍ପର୍କ ଭାଙ୍ଗିବା ପରେ ତୁନିଶା ଡିପ୍ରେସନର ଶିକାର ହୋଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+