ନ୍ୟାୟ ମାଗିଲେ ତୁନିଶା ଶର୍ମାଙ୍କ ମା' , କହିଲେ ପ୍ରେମ ମୃତ୍ୟୁର କାରଣ
ନ୍ୟାୟ ମାଗିଲେ ତୁନିଶା ଶର୍ମାଙ୍କ ମା' , କହିଲେ ପ୍ରେମ ମୃତ୍ୟୁର କାରଣ
ମୁମ୍ବାଇ: ନ୍ୟାୟ ମାଗିଲେ ଅଭିନେତ୍ରୀ ତୁନିଶା ଶର୍ମା ମା'ଙ୍କ । ପ୍ରେମ, ପ୍ରତାରଣ ତୁନିଶାଙ୍କ ମୃତ୍ୟୁର କାରଣ ବୋଲି କହିଲେ ଅଭିନେତ୍ରୀଙ୍କ ମା' । କୋ-ଷ୍ଟାର ଶିଜାନ ଖାନ ସମ୍ପର୍କ ରଖି ଧୋକା ଦେଇଥିବା ଯୋଗୁଁ ସେ ବାଧ୍ୟ ହୋଇ ଆତ୍ମହତ୍ୟା କରିଥିବା ନେଇ ଅଭିଯୋଗ ଆଣିଲେ ମା' । ଏସବୁ ପ୍ରକାଶ କରି ଅଭିନେତ୍ରୀଙ୍କ ମା' ଏକ ଭିଡିଓ ସେୟାର କରିଛନ୍ତି ।

ତୁନିଶାଙ୍କ ମା' ଆତ୍ମହତ୍ୟା ପାଇଁ ଏକ ମାମଲା ଦାୟର କରିଥିଲେ । ଯେଉଁଥି ପାଇଁ ଅଭିନେତାଙ୍କୁ ପୋଲିସ ଗିରଫ କରିଛି । ସେପଟେ ତୁନିଶାଙ୍କ ମୃତ୍ୟୁ ଏବଂ ଶିଜାନଙ୍କ ଗିରଫ ପରେ ସୋ' ନିର୍ମାତାଙ୍କ ଚିନ୍ତା ବଢିଯାଇଛି, ସୁଟିଂ କିଛି ଦିନ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏଥି ସହିତ ସୂଚନା ଅନୁସାରେ, ଶିଜାନ୍-ତୁନିଶାଙ୍କର ୧୫ ଦିନ ପୂର୍ବରୁ ବ୍ରେକ୍ ଅପ୍ ହୋଇଥିଲା ।
Actress Tunisha Sharma death case | Sheezan cheated Tunisha, he was involved with some other girl but despite that, he was with Tunisha. Sheezan should not be spared, he should be punished: Vanita Sharma, Tunisha Sharma's mother pic.twitter.com/mNkA3Y6fPV
— ANI (@ANI) December 26, 2022
ଏହି ଚଳଚ୍ଚିତ୍ରରେ ତୁନିଶା ଅଭିନୟ କରିଛନ୍ତି
ଏହାପୂର୍ବରୁ ତୁନିଶାଙ୍କ ମାମୁଁ ପୱନ ଶର୍ମା ଗଣମାଧ୍ୟମକୁ ସୂଚନା ଦେଇଥିଲେ ଯେ, ତୁନିଶାଙ୍କ ପୂର୍ବରୁ ଶିଜାନଙ୍କର ଅନ୍ୟ ଅନେକ ଝିଅଙ୍କ ସହ ସମ୍ପର୍କ ରହିଥିଲା । ୨୦୧୩ ରେ ପ୍ରସିଦ୍ଧ ସିରିଏଲ 'Bharat ka Veer Putra Maharana Pratap'ଜରିଆରେ ତୁନିଶା ନିଜ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ । ଅନେକ ଟିଭି ସୋ'ରେ ଅଭିନୟ କରିବା ବ୍ୟତୀତ ସେ ବଲିଉଡ ଫିଲ୍ମ 'ଫିତୁର', 'ବାର ବାର ଦେଖୋ' ଏବଂ 'କାହାନି ୨' ରେ ମଧ୍ୟ ଅଭିନୟ କରିଛନ୍ତି ।












Click it and Unblock the Notifications