ଆତ୍ମହତ୍ୟାର ୧୫ ମିନିଟ୍ ପୂର୍ବରୁ କାହା ସହ କଥା ହୋଇଥିଲେ ତୁନିଶା, ଶିଜାନଙ୍କ ଭଉଣୀ କହିଲେ ଏପରି କଥା
ଆତ୍ମହତ୍ୟାର ୧୫ ମିନିଟ୍ ପୂର୍ବରୁ କାହା ସହ କଥା ହୋଇଥିଲେ ତୁନିଶା, ଶିଜାନଙ୍କ ଭଉଣୀ କହିଲେ ଏପରି କଥା
ମୁମ୍ବାଇ: 'Ali Baba-Dastaan E Kabul'ଫେମ୍ ଟିଭି ଅଭିନେତ୍ରୀ ତୁନିଶା ଶର୍ମାଙ୍କ ଆତ୍ମହତ୍ୟା ମାମଲାରେ ଦିନକୁ ଦିନ ନୂଆ ନୂଆ ରହସ୍ୟ ସାମ୍ନାକୁ ଆସୁଛି । ଅଭିନେତ୍ରୀଙ୍କ ମା'ଙ୍କ ଅଭିଯୋଗ ପରେ ପୋଲିସ ଲଗାତାର ଏହି ମାମଲାର ତଦନ୍ତ ଜାରି ରଖିଛି । ତେବେ ରିପୋର୍ଟ ଅନୁସାରେ, ମୃତ୍ୟୁର ୧୫ ମିନିଟ୍ ପୂର୍ବରୁ ତୁନିସା ଏହଂ ଶିଜାନଙ୍କ ମଧ୍ୟରେ ଏପରି କ'ଣ ଘଟିଥିଲା ଯେଉଁଥି ପାଇଁ ତୁନିଶା ଆତ୍ମହତ୍ୟା କରିବା ପରି ନିଷ୍ପତ୍ତି ନେଲେ ସେ ବିଷୟରେ ଜାଣିବା ପାଇଁ ପୋଲିସ ପଚରାଉଚରା କରୁଛି । ବର୍ତ୍ତମାନ ଶିଜାନଙ୍କ ଓକିଲ ଦାବି କରିଛନ୍ତି ଯେ, ତୁନିଶା ମୃତ୍ୟୁର ୧୫ ମିନିଟ୍ ପୂର୍ବରୁ ଶିଜାନ ନୁହେଁ ବରଂ ଆଉ କାହା ସହିତ ୧୫ ମିନିଟ ପାଇଁ କଥା ହେଉଥିଲେ ।

ଶିଜାନ ଖାନଙ୍କ ଓକିଲ ଏବଂ ପରିବାର ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ, ଯେଉଁଥିରେ ସେମାନେ ତୁନିଶାଙ୍କ ମାଆଙ୍କ ଦ୍ୱାରା ଦିଆଯାଇଥିବା ସମସ୍ତ ଅଭିଯୋଗର ଉତ୍ତର ଦେଇଥିଲେ । ଆତ୍ମହତ୍ୟା କରିବାର ୧୫ ମିନିଟ ପୂର୍ବରୁ ଶିଜାନ ଏବଂ ତୁନିଶାଙ୍କ ମଧ୍ୟରେ କୌଣସି ବାର୍ତ୍ତାଳାପ ହୋଇ ନ ଥିବା ଶେଜାନଙ୍କ ଓକିଲ ଦାବି କରିଛନ୍ତି । ଦୁହେଁ ଅଲଗା ଅଲଗା ବସିଥିଲେ। ତୁନିଶା ରୁମରେ ବସିଥିବା ବେଳେ ଶିଜାନ ସୁଟିଂରେ ବିଜି ଥିଲେ । ସିଜାନଙ୍କ ଓକିଲ କହିଛନ୍ତି ଯେ, ମୃତ୍ୟୁର ୧୫ ମିନିଟ ପୂର୍ବରୁ ତୁନିଶା ଅନ୍ୟ କାହା ସହ କଥା ହେଉଥିଲେ, ଯାହା ପୋଲିସ ଦ୍ୱାରା ଅନୁସନ୍ଧାନ କରାଯାଉଛି ।
ତୁନିଶାଙ୍କ ମା' ଶିଜାନ ଖାନ ଏବଂ ତାଙ୍କ ପରିବାର ବିରୋଧରେ ଅଭିଯୋଗ କରିଥିଲେ ଯେ, ସେମାନେ ତାଙ୍କ ଝିଅର ଧର୍ମ ପରିବର୍ତ୍ତନ କରିବାକୁ ଅଭିନେତ୍ରୀଙ୍କ ଉପରେ ଚାପ ପକାଉଥିଲେ ବୋଲି ଏପରିକି ତୁନିଶା ଉର୍ଦ୍ଦୁ ଶିଖୁଥିଲେ, ହିଜାବ ପିନ୍ଧି ଶିଜାନଙ୍କ ମା'ଙ୍କୁ ଆମ୍ମା ଏବଂ ଭଉଣୀଙ୍କୁ ଅପି ବୋଲି ମଧ୍ୟ ଡାକୁଥିଲେ । ଏହା ଉପରେ ଶିଜାନଙ୍କ ଭଉଣୀ କହିଛନ୍ତି ଯେ, ଏହା ଲଭ୍ ଜିହାଦ ପ୍ରସଙ୍ଗ ନୁହେଁ ବରଂ ଭୁଲ ମାନସିକତା ଅଟେ । ସେ ସୋ' ପାଇଁ ହିଜାବ ପିନ୍ଧୁଥିଲେ ଏବେ 'Ali Baba-Dastaan E Kabul' ପାଇଁ ସେ ଉର୍ଦ୍ଦୁ ଶିଖୁଥିଲେ । ଏହା ବ୍ୟତୀତ ସେ ଆହୁରି ମଧ୍ୟ କହିଛନ୍ତି ଯେ, ତୁନିଶାଙ୍କୁ ଶିଜାନଙ୍କ ପରିବାରଠୁ ଭଲ ପାଇବା ମିଳୁଥିଲା ଅଭିନେତ୍ରୀଙ୍କ ଘର ଲୋକଙ୍କ ସହ ତାଙ୍କର କିଛି ଖାସ ଭଲ ସମ୍ପର୍କ ନଥିଲା ।












Click it and Unblock the Notifications