ବ୍ରେକଅପ୍ ଦିନ ତୁନିଶାଙ୍କୁ ଚାପୁଡା ମାରିଥିଲେ ଶିଜାନ, ଧର୍ମ ପରିବର୍ତ୍ତନ କରିବାକୁ ମଧ୍ୟ କହୁଥିଲେ !
ବ୍ରେକଅପ୍ ଦିନ ତୁନିଶାଙ୍କୁ ଚାପୁଡା ମାରିଥିଲେ ଶିଜାନ, ଧର୍ମ ପରିବର୍ତ୍ତନ କରିବାକୁ ମଧ୍ୟ କହୁଥିଲେ !
ମୁମ୍ବାଇ:ଟେଲି ଅଭିନେତ୍ରୀ ତୁନିଶା ଶର୍ମା ଆତ୍ମହତ୍ୟା ମାମଲାର ରହସ୍ୟ ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ଅଭିନେତ୍ରୀଙ୍କ ପୂର୍ବତନ ପ୍ରେମିକ ଶିଜାନ ଖାନଙ୍କ ବିରୋଧରେ ତୁନିଶାଙ୍କ ମା' ବନିତା ଶର୍ମା ଗୁରୁତର ଅଭିଯୋଗ କରିଛନ୍ତି । ଏହାପୂର୍ବରୁ ଅଭିନେତ୍ରୀଙ୍କ ମା', ଶିଜାନ ତାଙ୍କ ଝିଅକୁ ପ୍ରେମରେ ଧୋକା ଦେଇଥିବା ନେଇ ଅଭିଯୋଗ କରିଥିଲେ । ପୂର୍ବ ଦିନ ପୋଲିସକୁ ଦେଇଥିବା ବିବୃତ୍ତିରେ ସେ କହିଥିଲେ ଯେ, ଶିଜାନ ଡ୍ରଗ୍ସ ମଧ୍ୟ ନିଅନ୍ତି । ଏହା ସହ ସେ କହିଛନ୍ତି ଯେ, ବ୍ରେକଅପ୍ ଦିନ ଶିଜାନ ତାଙ୍କ ଝିଅଙ୍କୁ ଚାପୁଡ଼ା ମାରିଥିଲେ ।
ନିକଟରେ ତୁନିଶାଙ୍କ ମା' ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ, ଯେଉଁଥିରେ ସେ ଶିଜାନ ଖାନଙ୍କ ବିରୋଧରେ ଗୁରୁତର ଅଭିଯୋଗ କରିଥିଲେ । ଅଭିନେତ୍ରୀଙ୍କ ମା କହିଥିଲେ, 'ମୁଁ ବୁଝି ପାରୁନାହିଁ ୧୫ ମିନିଟ ମଧ୍ୟରେ ସେମାଙ୍କ ମଧ୍ୟରେ ଏମିତି କ'ଣ ହେଲା । ଯେଉଁଥି ପାଇଁ ତୁନିଶା ଆତ୍ମହତ୍ୟା କରିବା ଭଳି ନିଷ୍ପତ୍ତି ନେଲେ । ତୁନିଶା ଆତ୍ମହତ୍ୟା କରିପାରିବ ନାହିଁ । ସେମାନେ ଝଗଡା କରୁଥିଲେ । କିନ୍ତୁ ଯେଉଁ ଦିନ ବ୍ରେକଅପ୍ ହୋଇଥିଲା, ଶିଜାନ ତୁନିଶାଙ୍କୁ ଚାପୁଡ଼ା ମାରିଥିଲେ ଏବଂ ସେ ବହୁତ କାନ୍ଦିଲେ । ତୁନିଶା ମୋତେ କହିଥିଲେ ଯେ, ତାଙ୍କୁ ଖରାପ ବ୍ୟବହାର କରାଯାଇଛି'।

ଏହି ମାମଲାରେ ତୁନିଶା ଶର୍ମାଙ୍କ ମା' ଶିଜାନଙ୍କ ପରିବାର ବିରୋଧରେ ମଧ୍ୟ ଅଭିଯୋଗ କରିଛନ୍ତି । ଏହା ସହ ସେ କହିଛନ୍ତି ଯେ, ଶିଜାନ ମୋ ଝିଅକୁ ଧର୍ମ ପରିବର୍ତ୍ତନ କରିବା ପାଇଁ ମଧ୍ୟ କହୁଥିଲେ ।
ତୁନିଶା ଶର୍ମା ଆତ୍ମହତ୍ୟା ମାମଲା କ'ଣ?
ଡିସେମ୍ବର ୨୪ ଶନିବାର ଦିନ 'ଅଲ୍ଲି ବାବା, ଦସ୍ତାଏଁ-ଏ-କାବୁଲ' ଫେମ୍ ଅଭିନେତ୍ରୀ ତୁନିଶା ଶର୍ମା ସେଟ୍'ରେ ଆତ୍ମହତ୍ୟା କରିଥିଲେ । ସୂଚନା ଏହା ମଧ୍ୟ ରହିଛି ଯେ, ମୃତ୍ୟୁର ୧୫ ମିନିଟ ପୂର୍ବରୁ ସେ ଶିଜାନଙ୍କ ସହ କଥା ହୋଇଥିଲେ।
ଶ୍ୱାସରୁଦ୍ଧ ହୋଇ ତୁନିଶା ଶର୍ମାଙ୍କର ମୃତ୍ୟୁ ହୋଇଥିବା ନେଇ ସ୍ପଷ୍ଟ ହୋଇଛି ତୁନିଶା ଶର୍ମା ଆତ୍ମହତ୍ୟା ମାମଲାରେ ପୋଲିସ ନିରନ୍ତର ଅନୁସନ୍ଧାନ କରୁଛି । ଏହି ମାମଲା ସମ୍ପର୍କରେ ମୁମ୍ବାଇ ପୋଲିସର ଏସିପି ଚନ୍ଦ୍ରକାନ୍ତ ଯାଦବ ରାଜ୍ୟର ଭାଲିଭ ପୋଲିସ ଷ୍ଟେସନରେ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ଯେ, ତୁନିଶା ଶର୍ମାଙ୍କ ମୃତ୍ୟୁ ଶ୍ୱାସରୁଦ୍ଧ ହେବା କାରଣରୁ ହୋଇଛି । ଏହି ମାମଲାରେ ବର୍ତ୍ତମାନ ତଦନ୍ତ ଜାରି ରହିଛି । ଅଭିନେତ୍ରୀଙ୍କ ଆତ୍ମହତ୍ୟା ପଛର ପ୍ରକୃତ କାରଣ ଜାଣିବା ପାଇଁ ଅନୁସନ୍ଧାନ ଜାରି ରଖିଛି ପୋଲିସ । ଏହି ମାମଲାରେ ପୋଲିସ ତାଙ୍କ ପ୍ରେମିକ Sheezan Mohammed Khan ଖାନଙ୍କୁ ଗିରଫ କରିଛି । ସେହିପରି ଏହି ମାମଲାରେ ବର୍ତ୍ତମାନ ଅନେକ ଜଣଙ୍କ ବୟାନ ରେକର୍ଡ କରାଯାଇଛି ।












Click it and Unblock the Notifications