ରିଲିଜ୍ ହେଲା 'ତୁ ଝୁଟି ମେ ମକ୍କାର', ଓପନିଂ ଡେ'ରେ କଲା ଜବରଦସ୍ତ ଆୟ

ରିଲିଜ୍ ହୋଇଯାଇଛି ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା ଲଭ୍ ରଂଜନଙ୍କ ଫିଲ୍ମ 'ତୁ ଝୁଟି ମେ ମକ୍କାର' । ରିଲିଜ୍ ହେବାର ପ୍ରଥମ ଦିନରେ ବଲିଉଡ ସୁପରଷ୍ଟାର ରଣବୀର କପୁର ଏବଂ ଶ୍ରଦ୍ଧା କପୁରଙ୍କ ଏହି ସିନେମା କରୁଛି ଚମତ୍କାର ପ୍ରଦର୍ଶନ ।

Tu Jhooti Main Makkaar

ମୁମ୍ବାଇ:ହୋଲି ଅବସରରେ ରିଲିଜ୍ ହୋଇଯାଇଛି ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା ଲଭ୍ ରଂଜନଙ୍କ ଫିଲ୍ମ 'ତୁ ଝୁଟି ମେ ମକ୍କାର' । ରିଲିଜ୍ ହେବାର ପ୍ରଥମ ଦିନରେ ବଲିଉଡ ସୁପରଷ୍ଟାର ରଣବୀର କପୁର ଏବଂ ଶ୍ରଦ୍ଧା କପୁରଙ୍କ ଏହି ସିନେମା କରୁଛି ଚମତ୍କାର ପ୍ରଦର୍ଶନ । ଓପିନିଂ ଡେରେ ହିଁ ଫିଲ୍ମଟି ଭଲ ଆୟ କରିଛି । ମାର୍ଚ୍ଚ ୮ ଅପରାହ୍ନ ୩ଟା ପର୍ଯ୍ୟନ୍ତ 'ତୁ ଝୁଟି ମେ ମକାର'ର ଆୟ ବର୍ତ୍ତମାନ ପ୍ରକାଶ ପାଇଛି ।

ପ୍ରସିଦ୍ଧ ବାଣିଜ୍ୟ ବିଶ୍ଳେଷକ ତରନ୍ ଆଦର୍ଶ ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମରେ ରଣବୀର-ଶ୍ରଦ୍ଧାଙ୍କର ଏହି ଫିଲ୍ମର ପ୍ରଥମ ଦିନର ଆୟ ବିଷୟରେ ସୂଚନା ଦେଇଛନ୍ତି । ତରଣଙ୍କ ଅନୁଯାୟୀ, ଫିଲ୍ମ 'ତୁ ଝୁଟି ମେ ମକାର' ମାର୍ଚ୍ଚ ୮ ରେ ବକ୍ସ ଅଫିସରେ ୩.୭୮ କୋଟି ଆୟ କରିଛି । ଯେଉଁଥିରେ PVR ରେ ୧.୮୨ କୋଟି, INOX ରେ ୧.୨୦ କୋଟି ଏବଂ ସିନେପୋଲିସରେ ୭୫ ଲକ୍ଷ ଟଙ୍କା ଆୟ କରିଛି ।

ତରନ ଆଦର୍ଶ ସେୟାର କରିଥିବା ଏହି ଏହି ରିପୋର୍ଟକୁ ଦେଖିଲେ ଏହା ସହଜରେ ଅନୁମାନ କରାଯାଇ ପାରିବ ଯେ, ରଣବୀର-ଶ୍ରଦ୍ଧାଙ୍କ ଅଭିନୀତ ଏହି ଚଳଚ୍ଚିତ୍ର 'ତୁ ଝୁଟି ମେ ମକ୍କାର' ରିଲିଜ୍ ପରେ ବକ୍ସ ଅଫିସରେ କରୁଛି ରାଜ୍ । ପ୍ରଥମ ଦିନରେ ହିଁ ଏହି ଫିଲ୍ମଟିର ଆୟ ୧୦ କୋଟି ପାର କରିବ ବୋଲି ଆଶା କରାଯାଉଛି ।

ହୋଲି ଅବସରରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିବା ଫିଲ୍ମ 'ତୁ ଝୁଟି ମେ ମକ୍କାର' ଚଳଚ୍ଚିତ୍ରକୁ ସମାଲୋଚକମାନଙ୍କ ଠାରୁ ସକାରାତ୍ମକ ପ୍ରତିକ୍ରିୟା ମିଳୁଛି । ସେହିପରି ଦର୍ଶକ ମଧ୍ୟ ଏହି ସିନେମାକୁ ଭଲ ପ୍ରକିକ୍ରିୟା ଦେଉଛନ୍ତି । ୱେଲ୍ ଏହା ମଧ୍ୟ କୁହାଯାଇ ପାରିବ ଯେ, ଶ୍ରଦ୍ଧା କପୁର ଏବଂ ରଣବୀର କପୁରଙ୍କର ଯୋଡିକୁ ଲୋକେ ବେଶ୍ ପସନ୍ଦ କରୁଛନ୍ତି । ତେବେ ପଠାନ୍ ପରେ ଏହି ଫିଲ୍ମଟି ବକ୍ସଅଫିସରେ ସୁପରହିଟ୍ ପ୍ରମାଣିତ ହୋଇପାରେ ବୋଲି ଆଶା କରାଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+