ବକ୍ସଅଫିସରେ ରାଜ କରୁଛି ରଣବୀର-ଶ୍ରଦ୍ଧାଙ୍କ ଫିଲ୍ମ 'ତୁ ଝୁଟି ମୈ ମକ୍କାର', ଦେଖନ୍ତୁ ଦ୍ୱିତୀୟ ଦିନର ଆୟ
ୱାର୍କିଂ ଡେ' ସତ୍ୱେ ଏହି ଫିଲ୍ମଟି ଗୁରୁବାର ଦିନ ୧୦କୋଟିର ବ୍ୟବସାୟ କରିଛି । ଯାହା ପରେ ଫିଲ୍ମର ମୋଟ୍ ଆୟ ୨୬.୦୭ କୋଟିରେ ପହଞ୍ଚିଛି । ଶନିବାର, ରବିବାର ଏହି ଫିଲ୍ମର ଆୟ ଆହୁରି ବଢିବ ବୋଲି ଆଶଙ୍କା କରାଯାଉଛି ।

ମୁମ୍ବାଇ:'ତୁ ଝୁଟି ମୈ ମକ୍କାର'ରେ ଶ୍ରଦ୍ଧା ଏବଂ ରଣବୀର କପୁରଙ୍କର ଯୋଡି କରୁଛି ଦର୍ଶକଙ୍କୁ ମତୁଆଲା । ଏହି ଫ୍ରେସ୍ ଯୋଡିର ଅନସ୍କ୍ରିନ୍ ରୋମାନ୍ସ ଜିଣୁଛି ଦର୍ଶକଙ୍କ ମନ । ଲଭ ରଂଜନଙ୍କ ନିର୍ଦ୍ଦେଶିତ ଏହି ରୋମାଣ୍ଟିକ କମେଡି ଫିଲ୍ମ ହୋଲିରେ ଅବସରରେ ମାର୍ଚ୍ଚ ୮ରେ ମୁକ୍ତିଲାଭ କରିଥିଲା । ଚଳଚ୍ଚିତ୍ରର ଓପନିଂ ଡେ'ରେ ଜବରଦସ୍ତ ଆୟ କରିଥିଲା । ଏଥି ସହିତ ଫିଲ୍ମର ଦ୍ୱିତୀୟ ଦିନର ଆୟ ମଧ୍ୟ ଏବେ ସାନ୍ନାକୁ ଆସି ସାରିଛି । ଚାଲନ୍ତୁ ନଜର ପକାଇବା ଏହି ସିନେମାଟି ଗୁରୁବାର ଦିନ କେତେ ବ୍ୟବସାୟ କରିଛି ।
ରଣବୀର କପୁର-ଶ୍ରଦ୍ଧା କପୁରଙ୍କ ଅଭିନୀତ ଚଳଚ୍ଚିତ୍ର 'ତୁ ଝୁଟି ମୈ ମକ୍କାର'କୁ ଦର୍ଶକଙ୍କର ବେଶ୍ ଭଲ ପାଇବା ମିଳୁଛି । ଏହି ଚଳଚ୍ଚିତ୍ରଟି ପ୍ରଥମ ଦିନରେ ଅର୍ଥାତ୍ ବୁଧବାର ଦିନ ଭାରତରେ ୧୫.୭୫ କୋଟି ଟଙ୍କା ଆୟ କରିଛି । ଏହାରି ମଧ୍ୟରେ ଫିଲ୍ମର ଦ୍ୱିତୀୟ ଦିନର ଆୟ ମଧ୍ୟ ଏବେ ପ୍ରକାଶ ପାଇଛି । ପ୍ରଥମ ଦିନ ତୁଳନାରେ ଫିଲ୍ମର ଆୟ ଯଥେଷ୍ଟ ହ୍ରାସ ପାଇଛି। ପ୍ରସିଦ୍ଧ ବାଣିଜ୍ୟ ବିଶ୍ଳେଷକ ତରନ ଆଦର୍ଶ 'ତୁ ଝୁଟି ମୈ ମକ୍କାର'ର ଗୁରୁବାର ଦିନର ଆୟ ବିଷୟରେ ନିଜ ଅଫିସିଆଲ୍ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ସେୟାର କରିଛନ୍ତି ।
ଏହି ପୋଷ୍ଟରେ ତାରନ୍ ଆଦର୍ଶ ଲେଖିଛନ୍ତି, ୱାର୍କିଂ ଡେ' ସତ୍ୱେ ଏହି ଫିଲ୍ମଟି ଗୁରୁବାର ଦିନ ୧୦କୋଟିର ବ୍ୟବସାୟ କରିଛି । ଯାହା ପରେ ଫିଲ୍ମର ମୋଟ୍ ଆୟ ୨୬.୦୭ କୋଟିରେ ପହଞ୍ଚିଛି । ଶନିବାର, ରବିବାର ଏହି ଫିଲ୍ମର ଆୟ ଆହୁରି ବଢିବ ବୋଲି ଆଶଙ୍କା କରାଯାଉଛି ।
ରଣବୀର କପୁର- ଶ୍ରଦ୍ଧା କପୁରଙ୍କ ଫିଲ୍ମ 'ତୁ ଝୁଟି ମୈ ମକ୍କାର'କୁ ଦର୍ଶକ ପସନ୍ଦ କରୁଛନ୍ତି । ବର୍ତ୍ତମାନ ସମସ୍ତଙ୍କ ଆଖି ସପ୍ତାହ ଶେଷର ଆୟ ଉପରେ ରହିଛି । ନିର୍ମାତାମାନେ ଆଶା କରୁଛନ୍ତି ଯେ, ଶନିବାର ଏବଂ ରବିବାର ଛୁଟିଦିନରେ ଏହି ଫିଲ୍ମର ରୋଜଗାର ଆହୁରି ବୃଦ୍ଧି ପାଇବ। ରଣବୀର କପୁର ଏବଂ ଶ୍ରଦ୍ଧା କପୁରଙ୍କ ବ୍ୟତୀତ, ବୋନି କପୁର ମଧ୍ୟ ଏହି ଫିଲ୍ମରେ ଅଭିନୟ କରିଛନ୍ତି । ଏଥି ସହିତ ଡିମ୍ପଲ୍ କାପାଡିଆ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସୁଛନ୍ତି ।












Click it and Unblock the Notifications