ରିଲିଜ୍ ହେଲା ଅକ୍ଷୟ କୁମାରଙ୍କ ଫିଲ୍ମ 'କେସରୀ ଚାପ୍ଟର ୨' ର ଟ୍ରେଲର
Akshay Kumar: ବଲିଉଡ ଅଭିନେତା ଅକ୍ଷୟ କୁମାର ବର୍ତ୍ତମାନ ତାଙ୍କ ଆଗାମୀ ଫିଲ୍ମ 'କେସରୀ ଚାପ୍ଟର 2 - ଦି ଅନଟୋଲ୍ଡ ଷ୍ଟୋରୀ ଅଫ୍ ଜାଲିଆନୱାଲା ବାଗ' ପାଇଁ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚାରେ ଅଛନ୍ତି । ଅଭିନେତାଙ୍କ ସହ ପ୍ରଶଂସକମାନେ ମଧ୍ୟ ଏହି ଫିଲ୍ମର ମୁକ୍ତିଲାଭ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି।
ଆଜି ନିର୍ମାତାମାନେ ଫିଲ୍ମର ଟ୍ରେଲର ରିଲିଜ୍ କରିଛନ୍ତି। ଏହି ଫିଲ୍ମଟି ବର୍ଷର ସବୁଠାରୁ ପ୍ରତୀକ୍ଷିତ ଫିଲ୍ମ ମଧ୍ୟରୁ ଗୋଟିଏ। ଏହି ଫିଲ୍ମର ଟିଜର ଏବଂ ଲୁକ ଆଉଟ୍ ପୋଷ୍ଟର ପରେ, ପ୍ରଶଂସକମାନେ ଏହାର ଟ୍ରେଲର ରିଲିଜ୍ ପାଇଁ ଅପେକ୍ଷା ରହିଥିଲେ ।

ଫିଲ୍ମର ଟ୍ରେଲର ରିଲିଜ୍ ହେବା ମାତ୍ରେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରିବା ଆରମ୍ଭ କରି ଦେଇଛନ୍ତି । ଏହି ସୁନ୍ଦର ରୋମାଞ୍ଚକର ଟ୍ରେଲରକୁ ଲୋକ ମାନେ ବେଶ କରୁଛନ୍ତି । ଟ୍ରେଲରରେ ଜାଲିଆନାୱାଲା ବାଗର ଭୟଙ୍କର ଘଟଣାର ଦୃଶ୍ୟ ଦେଖିବା ପାଇଁ ମିଳୁଛି । ଅକ୍ଷୟ କୁମାରଙ୍କ ଏକ ଜବରଦସ୍ତ ଅନ୍ଦାଜ ଏହି ଫିଲ୍ମର ଟ୍ରେଲରେ ଦେଖିବା ପାଇଁ ମିଳୁଛି । ଫିଲ୍ମର ଟ୍ରେଲରରେ ଭାରତର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆଇନଗତ ଲଢ଼େଇ ମଧ୍ୟରୁ ଗୋଟିଏର କାହାଣୀର ଏକ ଝଲକ ଦେଖିବା ପାଇଁ ମିଳିବ ।
ଏହି ଚଳଚ୍ଚିତ୍ରଟି ଜାଲିଆନାୱାଲା ବାଗ ହତ୍ୟାକାଣ୍ଡ ପରବର୍ତ୍ତୀ ଘଟଣା ଏବଂ ଆଇନଜୀବୀ ଏବଂ ଭାରତୀୟ ଜାତୀୟ କଂଗ୍ରେସର ପୂର୍ବତନ ସଭାପତି ସି ଶଙ୍କରନ ନାୟାରଙ୍କ ନେତୃତ୍ୱରେ ନ୍ୟାୟ ପାଇଁ ଲଢ଼େଇ ଉପରେ ଆଧାରିତ।
ଆପଣଙ୍କୁ କହି ରଖୁଛୁ ଯେ ଏହି ଫିଲ୍ମରେ ଅକ୍ଷୟ କୁମାର ସି ଶଙ୍କରନ ନାୟାରଙ୍କ ଭୂମିକାରେ ଅଭିନୟ କରିଛନ୍ତି, ଯିଏ ୧୯୧୯ ମସିହାରେ ଜାଲିଆନାୱାଲା ବାଗ ହତ୍ୟାକାଣ୍ଡ ପରେ ବ୍ରିଟିଶ ସାମ୍ରାଜ୍ୟ ବିରୁଦ୍ଧରେ ଲଢ଼ିଥିଲେ। ଏହି ହତ୍ୟାକାଣ୍ଡରେ ହଜାର ହଜାର ଭାରତୀୟଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଆଜି ମଧ୍ୟ ସେହି ବଗିଚାର କାନ୍ଥରେ ଗୁଳି ଚିହ୍ନ ରହିଛି ।
ଫିଲ୍ମ 'କେସରୀ ଚାପ୍ଟର 2 - ଦି ଅନଟୋଲ୍ଡ ଷ୍ଟୋରୀ ଅଫ୍ ଜାଲିଆନୱାଲା ବାଗ' ୧୮ ଏପ୍ରିଲ ୨୦୨୫ରେ ସିନେମା ହଲରେ ମୁକ୍ତିଲାଭ କରିବ। ଏହା କରଣ ସିଂହ ତ୍ୟାଗୀଙ୍କ ଦ୍ୱାରା ନିର୍ଦ୍ଦେଶିତ। ଏହି ଫିଲ୍ମରେ ଅକ୍ଷୟ କୁମାରଙ୍କ ସହ ଆର ମାଧବନ ଏବଂ ଅନନ୍ୟା ପାଣ୍ଡେ ମଧ୍ୟ ନଜର ଆସିବେ।












Click it and Unblock the Notifications