ୟଶଙ୍କ ବହୁ ଚର୍ଚ୍ଚିତ ଫିଲ୍ମ 'ଟକ୍ସିକ' ଟିଜର ରିଲିଜ
ସାଉଥ ସୁପରଷ୍ଟାର ୟଶ ଆଜି ତାଙ୍କର ୪୦ତମ ଜନ୍ମଦିନ ପାଳନ କରୁଛନ୍ତି । ଏହି ଅବସରରେ ତାଙ୍କୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟୁଥିବା ବେଳେ ୟଶ ମଧ୍ୟ ତାଙ୍କ ଫ୍ୟାନ୍ସଙ୍କୁ ଭେଟି ଦେଇଛନ୍ତି । ୟଶଙ୍କ ବହୁ ଚର୍ଚ୍ଚିତ ଫିଲ୍ମ 'ଟକ୍ସିକ' ଟିଜର ରିଲିଜ ହୋଇଛି । ଫିଲ୍ମର ଟିଜର ସକାଳ ୧୦ଟା ୧୦ ରେ ୟୁଟ୍ୟୁବରେ ରିଲିଜ୍ ହୋଇଛି ।

ଯେଉଁଥିରେ ୟଶଙ୍କ ଆକ୍ସନ ଦେଖିବାକୁ ମିଳିଛି । ତେବେ ୨.୫୧ ମିନିଟର 'ଟକ୍ସିକ' ଟ୍ରେଲରଟି ଏକ କବରସ୍ଥାନରୁ ଆରମ୍ଭ ହୋଇଛି, ଯେଉଁଠାରେ କିଛି ପ୍ରମୁଖ ବ୍ୟକ୍ତି ନିଜ ପ୍ରିୟଜନଙ୍କୁ କବର ଦେବାକୁ ଆସନ୍ତି ଏବଂ କାହାକୁ ପ୍ରବେଶ କରିବାକୁ ନ ଦେବା ପାଇଁ କବରସ୍ଥାନକୁ ତାଲା ପକାଇ ଦିଅନ୍ତି । ଏହି ସମୟରେ ଏକ ବ୍ଲାକ କାର୍ ଆସେ । ଯାହାର କିଛି ସମୟ ପରେ ବିସ୍ଫୋରଣ ହୁଏ । ଏହା ପରେ ୟଶଙ୍କ ଦମଦାର ଏଣ୍ଟ୍ରି ହୁଏ । ଫିଲ୍ମରେ ୟଶଙ୍କ ଚରିତ୍ରର ନାମ 'ରାୟା', ଯାହାକୁ ଫିଲ୍ମରେ ଏକ ମାଷ୍ଟର ମାଇଣ୍ଡ କୁହାଯାଉଛି ।
"ଟକ୍ସିକ" ଗୀତୁ ମୋହନଦାସଙ୍କ ଦ୍ୱାରା ନିର୍ଦ୍ଦେଶିତ । ଭେଙ୍କଟ ନାରାୟଣ ଏବଂ ୟଶ ପ୍ରଯୋଜକ। କେଭିଏନ ପ୍ରଡକ୍ସନ୍ସ ଏବଂ ମନଷ୍ଟର ମାଇଣ୍ଡ କ୍ରିଏସନ୍ସ ବ୍ୟାନରରେ ନିର୍ମିତ, ଏହି ଫିଲ୍ମର ସିନେମାଟୋଗ୍ରାଫର ହେଉଛନ୍ତି ରାଜୀବ ରବି । ଏହି ଫିଲ୍ମରେ ୟଶ ଏବଂ କିୟାରା ଆଡଭାନୀ ଅଭିନୟ କରିଛନ୍ତି । ମାଆ ହେବା ପରେ ଏହା କିଆରା ଆଡଭାନୀଙ୍କ ପ୍ରଥମ ଫିଲ୍ମ । ତାରା ସୁତାରିଆ, ହୁମା କୁରେଶୀ, ରୁକ୍ମଣୀ ବସନ୍ତ, ଅକ୍ଷୟ ଓବେରୟ ଏବଂ ସୁଦେବ ନାୟର ମଧ୍ୟ ଏହି ଫିଲ୍ମର ଅଂଶ ହେବେ । ତେବେ ଫିଲ୍ମଟି ୬ଟି ଭାଷା ଇଂରାଜୀ, କନ୍ନଡ, ହିନ୍ଦୀ, ତେଲୁଗୁ, ତାମିଲ ଏବଂ ମାଲାୟଲମ ରେ ୧୯ ମାର୍ଚ୍ଚ, ୨୦୨୬ରେ ମୁକ୍ତିଲାଭ କରିବ ।
-
ବାବା ଭେଙ୍ଗାଙ୍କ ତୃତୀୟ ବିଶ୍ୱଯୁଦ୍ଧ ବିଷୟରେ ଭବିଷ୍ୟବାଣୀ, ସୋସିଆଲ ମିଡ଼ିଆରେ ଆତଙ୍କ -
ଟାଇଁ ଟାଇଁ ଖରା, ୩୯ ଡିଗ୍ରୀ ଛୁଇଁପାରେ ପାରଦ -
ଇରାନର ଡ୍ରୋନ୍ ଶକ୍ତି ଦେଖି ଆମେରିକା ଆଶ୍ଚର୍ଯ୍ୟ -
ଚନ୍ଦ୍ରଗ୍ରହଣ:ଜାଣନ୍ତୁ କିପରି କରିବେ ପାଳନ ? କ'ଣ ଖାଇବେ, କ'ଣ ପିଇବେ ? -
ଇରାନ-ଇସ୍ରାଏଲ ଯୁଦ୍ଧ ମଧ୍ୟରେ ଇଂଲଣ୍ଡର ବଡ଼ ନିଷ୍ପତ୍ତି, ବାତିଲ କଲା ଗସ୍ତ -
ମଧ୍ୟପାଚ୍ୟରେ ମହାଯୁଦ୍ଧ;ଫ୍ରାନ୍ସ ରାଷ୍ଟ୍ରପତିଙ୍କ ବଡ଼ ଘୋଷଣା, ୩୦୦ ପରମାଣୁ ବୋମାରେ ସନ୍ତୁଷ୍ଟ ନୁହେଁ,ନିଜର ବୃଦ୍ଧି କରିବ -
ମସ୍ତଙ୍କ ହୃଦୟ ଜିତୁଛନ୍ତି ବିଜୟ-ରଶ୍ମିକା, ଏବେ ୪୪ଟି ସରକାରୀ ସ୍କୁଲ ପାଇଁ... -
୪୪ଟି ସରକାରୀ ସ୍କୁଲ ପାଇଁ ଏକ ବଡ଼ ଘୋଷଣା କଲେ ନବବିବାହିତ ଦମ୍ପତି ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରକୋଣ୍ଡା -
ଆମେରିକୀୟଙ୍କୁ ୧୪ ଦେଶ ଛାଡ଼ିବାକୁ ନିର୍ଦ୍ଦେଶ ଜାରି -
ଷ୍ଟ୍ରେଟ୍ ଅଫ ହରମୁଜକୁ ବନ୍ଦ କଲା ଇରାନ, କୌଣସି ବି ଜାହାଜ ଅତିକ୍ରମ କଲେ ଧ୍ବଂସ କରିବାକୁ ଚେତାବନୀ -
ଚନ୍ଦ୍ରଗ୍ରହଣ ପାଇଁ ଶ୍ରୀମନ୍ଦିରରେ ସଅଳ ନୀତିକାନ୍ତି, ରାତିରେ ମହାପ୍ରଭୁଙ୍କ ସୁନାବେଶ -
ଦିଲ୍ଲୀପଙ୍କୁ ସମର୍ଥନ ଦେବ ବିଜେପି












Click it and Unblock the Notifications