ଟକ୍ସିକ୍ରୁ ତାରାଙ୍କ ରେବେକା ଲୁକ୍ ଭାଇରାଲ୍
ବ୍ୟକ୍ତିଗତ ଜୀବନକୁ ନେଇ ବେଶ କିଛି ମାସ ହେଲା ଖବରରେ ରହିଛନ୍ତି ଅଭିନେତ୍ରୀ ତାରା ସୁତାରିଆ । ୩ ବର୍ଷ ଧରି ଆଦାର ଜୈନଙ୍କୁ ଡେଟ୍ କରିବା ପରେ ୨୦୨୩ରେ ଉଭୟଙ୍କ ବ୍ରେକ୍ଅପ୍ ହେଲା । ଗତ ବର୍ଷ 'ସ୍କାଇ ଫୋର୍ସ' ଫେମ୍ ବୀର ପାହାଡ଼ିଆଙ୍କ ସହ ପ୍ରେମ ସମ୍ପର୍କକୁ ସାର୍ବଜନୀନ କରି ସେ ପୁଣି ଚର୍ଚ୍ଚାକୁ ଆସିଲେ । ତାରା ଏବେ ନିଜର ଅପ୍କମିଙ୍ଗ ପ୍ରୋଜେକ୍ଟକୁ ନେଇ ଚର୍ଚ୍ଚାରେ । ଅପ୍କମିଙ୍ଗ ଫିଲ୍ମ 'ଟକ୍ସିକ୍: ଏ ଫେରି ଟେଲ୍ ଫର୍ ଗ୍ରୋନ୍-ଅପ୍ସ'ର ନିର୍ମାତା ତାରାଙ୍କ ଫାର୍ଷ୍ଟ ଲୁକ୍ ପୋଷ୍ଟର୍ ଶେୟାର କରିଛନ୍ତି । ଫିଲ୍ମର ରେବେକା ଚରିତ୍ରରେ ତାରାଙ୍କ ଲୁକ୍ ଦର୍ଶକଙ୍କୁ ମୁଗ୍ଧ କରିଛି ।

ୟଶ୍ ଷ୍ଟାରର୍ ଏହି ଫିଲ୍ମରେ ନାଦିୟା ଭାବେ କିଆରା ଆଡ୍ଭାନି, ଏଲିଜାବେଥ୍ ଭାବେ ହୁମା କୁରେଶୀ ଓ ଗଙ୍ଗା ଭାବେ ନୟନତାରାଙ୍କ ଫାର୍ଷ୍ଟ ଲୁକ୍ ପୋଷ୍ଟର୍ ପରେ ତାରାଙ୍କ ଫାର୍ଷ୍ଟ ଲୁକ୍ ଜାରି ହୋଇଛି । ୟଶ୍ ତାଙ୍କ ପୋଷ୍ଟର୍ ଶେୟାର କରି ରେବେକା ଚରିତ୍ରର ପରିଚୟ ଦେଇଛନ୍ତି । ଅଫ୍-ଶୋଲଡର୍ ଗାଉନ୍ ଓ କାନ୍ଧ ଉପରକୁ କେଶ ତାରାଙ୍କ ଲୁକ୍କୁ ଆକର୍ଷଣୀୟ କରିଛି ।
ହାତରେ ବନ୍ଧୁକ ଧରି ନିର୍ଭୀକତାର ସହ କ୍ୟାମେରାକୁ ଚାହିଁଛନ୍ତି । ଏହା ତାରାଙ୍କର ଏପର୍ଯ୍ୟନ୍ତର ସର୍ବଶ୍ରେଷ୍ଠ ପୋଷ୍ଟର୍ ବୋଲି ଇଣ୍ଟର୍ନେଟ୍ ୟୁଜର୍ କହୁଛନ୍ତି । ଏହି ଲୁକ୍ରେ ତାରା ହଲିଉଡ୍ ଷ୍ଟାର୍ ଭଳି ଦିଶୁଥିବା କିଛି କହିଛନ୍ତି । ଗୀତୁ ମୋହନଦାସଙ୍କ 'ଟକ୍ସିକ୍' ଆସନ୍ତା ମାର୍ଚ୍ଚ ୧୯ରେ ମୁକ୍ତିଲାଭ କରିବ । ରଣବୀର ସିଂହ ଓ ଅକ୍ଷୟ ଖାନ୍ନାଙ୍କ 'ଧୁରନ୍ଧର୍-୨' ସହ ଏହାର ଟକ୍କର୍ ହେବ ।












Click it and Unblock the Notifications