Get Updates
Get notified of breaking news, exclusive insights, and must-see stories!

ଆରପାରିରେ ତେଲଗୁ ଫିଲ୍ମ ରିବେଲ୍ ଷ୍ଟାର ଉପ୍ପଲପଟି କ୍ରିଷ୍ଣମ ରାଜୁ

ଆରପାରିରେ ତେଲଗୁ ଫିଲ୍ମ ରିବେଲ୍ ଷ୍ଟାର ଉପ୍ପଲପଟି କ୍ରିଷ୍ଣମ ରାଜୁ, ୧୮୦ରୁ ଅଧିକ ଫିଲ୍ମରେ କରିଛନ୍ତି ଅଭିନୟ

Krishnam Raju Passes Away: ଟଲିଉଡର ଭେଟେରାନ ଅଭିନେତା କୃଷ୍ଣ ରାଜୁଙ୍କ ଦେହାନ୍ତ ହୋଇଛି । କୃଷ୍ଣ ରାଜୁ ୮୩ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଅଭିନେତା ଅପ୍ପଲପଟି କୃଷ୍ଣ ରାଜୁଙ୍କ ପରିବାରରେ ପତ୍ନୀ ଏବଂ ତିନି ଝିଅ ଅଛନ୍ତି । ସୁପରଷ୍ଟାର ପ୍ରଭାସ ହେଉଛନ୍ତି ଅଭିନେତାଙ୍କର କାକା ।

ପ୍ରାୟ ୫ ଦଶନ୍ଧୀ ଧରି ତେଲୁଗୁ ଫିଲ୍ମରେ କାମ କରୁଥିବା କ୍ରିଷ୍ଣମ ରାଜୁ ୧୮୦ରୁ ଅଧିକ ଫିଲ୍ମରେ କାମ କରିଛନ୍ତି । ତାଙ୍କୁ ଟଲିଉଡ୍ ଇଣ୍ତଷ୍ଟ୍ରିରେ ରିବେଲ ଷ୍ଟାର ମଧ୍ୟ କୁହାଯାାଏ । ସେ ଅନେକ ଚଳଚ୍ଚିତ୍ର ଯଥା ସାମାଜିକ, ଫ୍ୟାମିଲି, ରୋମାଣ୍ଟିକ୍, ଥ୍ରୀଲର, ଐତିହାସିକ, ପୌରାଣିକ, ଆଦି ସିନେମାରେ ଅଭିନୟ କରି ଦର୍ଶକଙ୍କ ମନ ଜିଣିଛନ୍ତି । ଅମର ଦୀପମ, ସୀତା ରମୁଲୁ, କଟକାଟାଲ ରୁଦ୍ରାୟ ଆଦି ଫିଲ୍ମରେ ଦେଖିବା ପାଇଁ ମିଳିଥିଲା ତାଙ୍କର ସୁନ୍ଦର ଅଭିନୟ ।

Krishnam Raju

ଚମତ୍କାର ଅଭିୟନ ପାଇଁ ତାଙ୍କୁ ଦୁଇଥର ଆନ୍ଧ୍ରପ୍ରଦେଶ ସରକାର ନନ୍ଦି ଆୱାର୍ଡରେ ସମ୍ମାନିତ କରିଥିଲେ । ୧୯୮୬ର ଫିଲ୍ମ 'ତନ୍ଦ୍ରା ପାପାରାୟୁଡୁ' ପାଇଁ ସେ ଫିଲ୍ମ ଫେୟାରରେ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଥିଲେ । ସେହିପରି ୨୦୦୬ରେ ଫିଲ୍ମ ଫେୟାର ସାଉଥ୍ ତରଫରୁ 'ଲାଇଫଟାଇମ୍ ଆଚିଭମେଣ୍ଟ' ଆୱାର୍ଡରେ କ୍ରିଷ୍ଣମ ରାଜୁଙ୍କୁ ସମ୍ମାନିତ କରାଯାଇଥିଲା ।

୧୯୪୦ ମସିହା ଜାନୁଆରୀ ୨୦ ତାରିଖ ପଶ୍ଚିମ ଗୋଦାବରୀ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ କ୍ରିଷ୍ଣମ ରାଜୁ । ୧୯୬୬ରେ ସେ 'ଚିଲିକା ଗୋରିଙ୍କା' ଜରିଆରେ ତେଲୁଗୁ ଫିଲ୍ମ ଜଗତରେ ପାଦ ଦେଇଥିଲେ । କ୍ରିଷ୍ଣମ ରାଜୁଙ୍କ ମୃତ୍ୟୁ ଖବର ଆସିବା ପରେ ଫିଲ୍ମ ଇଣ୍ତଷ୍ଟ୍ରି ଓ ପ୍ରଶଂସକଙ୍କ ମଧ୍ୟ ଶୋକ ପ୍ରକାଶ ପାଇଛି । ସୋସିଆଲ ମିଡିଆରେ ଅନେକ ପ୍ରଶଂସକ ଓ କଳାକାର କ୍ରିଷ୍ଣମ ରାଜୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+