ସବୁଠୁ ମହଙ୍ଗା ଅଭିନେତା ଆଲ୍ଲୁ ଅର୍ଜୁନ ! ଜାଣନ୍ତୁ ଗୋଟେ ଫିଲ୍ମ ପାଇଁ ନିଅନ୍ତି କେତେ ଟଙ୍କା
ସବୁଠୁ ମହଙ୍ଗା ଅଭିନେତା ଆଲ୍ଲୁ ଅର୍ଜୁନ ! ଜାଣନ୍ତୁ ଗୋଟେ ଫିଲ୍ମ ପାଇଁ ନିଅନ୍ତି କେତେ ଟଙ୍କା
ମୁମ୍ବାଇ: ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ଚଳଚ୍ଚିତ୍ରଗୁଡ଼ିକ ଆଜିକାଲି ବକ୍ସ ଅଫିସରେ ଭଲ ବ୍ୟବସାୟ କରୁଛି । ବର୍ତ୍ତମାନ ଟଲିଉଡର ଯାଦୁ ଦକ୍ଷିଣ ଦର୍ଶକଙ୍କ ସହ ହିନ୍ଦୀ ଦର୍ଶକଙ୍କର ମଧ୍ୟ ମନ ଜିଣୁଛି । ଏହାର ସର୍ବୋତ୍ତମ ଉଦାହରଣ ହେଉଛି 'ବାହୁବଳୀ ସିରିଜ୍' ଏବଂ 'ପୁଷ୍ପା: ଦି ରାଇଜ୍' ଭଳି ମହାନ ଚଳଚ୍ଚିତ୍ର । ଯାହା ଉତ୍ତରରେ ମଧ୍ୟ ବହୁତ ଭଲ କଲେକ୍ସନ୍ କରିଛି । ଏହି ଚଳଚ୍ଚିତ୍ରଗୁଡ଼ିକର ସଫଳତା ପ୍ରଭାସ ଏବଂ ଆଲ୍ଲୁ ଅର୍ଜୁନଙ୍କ ପରି ତାରକାଙ୍କ ଲୋକପ୍ରିୟତା ଦ୍ୱିଗୁଣ ବଢିଯାଇଛି । ଆସନ୍ତୁ ଜାଣିବା ଏହି ଷ୍ଟାରମାନେ ପ୍ରତି ପ୍ରୋଜେକ୍ଟକୁ କେତେ ଡିମାଣ୍ତ କରନ୍ତି ।

ପ୍ରଭାସ କେତେ ଚାର୍ଜ କରନ୍ତି ।
ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ସର୍ବାଧିକ ଆୟ କରୁଥିବା ଅଭିନେତାଙ୍କ ତାଲିକାରେ ପ୍ରଭାସଙ୍କ ନାମ ସାମିଲ ଅଛି । ପ୍ରଭାସ ତାଙ୍କର ପ୍ରତ୍ୟେକ ଚଳଚ୍ଚିତ୍ର ପାଇଁ 100 କୋଟି ଟଙ୍କା ଚାର୍ଜ କରନ୍ତି । ତେବେ କିଛି ଅନଲାଇନ୍ ମିଡିଆ ରିପୋର୍ଟ ଅନୁଯାୟୀ, ପ୍ରଭାସ ତାଙ୍କର ଆଗାମୀ ଚଳଚ୍ଚିତ୍ର 'ଆଦିପୁରୁଷ' ପାଇଁ 120 କୋଟି ଟଙ୍କା ଚାର୍ଜ କରିଛନ୍ତି ।
ଆଲ୍ଲୁ ଅର୍ଜୁନଙ୍କ ଫିସ୍
ପ୍ରଭାସଙ୍କ ସହ ଆଲ୍ଲୁ ଅର୍ଜୁନଙ୍କ ନାମ ଦକ୍ଷିଣ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ତାରକା ତାଲିକାରେ ମଧ୍ୟ ଅନ୍ତର୍ଭୁକ୍ତ ହୋଇଛି। 'ପୁଷ୍ପା: ଦି ରାଇଜ୍' ପାଇଁ 60 କୋଟି ଟଙ୍କା ଫି ନେଇଥିଲେ ଅଭିନେତା । ଏହି ଚଳଚ୍ଚିତ୍ରର ସଫଳତା ପରେ ଆଲ୍ଲୁ ଅର୍ଜୁନ ତାଙ୍କ ଫି ଦୁଇଗୁଣ କରିଛନ୍ତି। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, 'ପୁଷ୍ପା'ର ପରବର୍ତ୍ତୀ ଭାଗ ପାଇଁ ଅଲ୍ଲୁ ଅର୍ଜୁନ 125 କୋଟି ଟଙ୍କା ଫିସ୍ ଡିମାଣ୍ତ କରିଛନ୍ତି ।
ଅନ୍ୟ କଳାକାରଙ୍କ ଫିସ୍
ପ୍ରଭାସ ଏବଂ ଅଲ୍ଲୁ ଅର୍ଜୁନଙ୍କ ବ୍ୟତୀତ ମହେଶ ବାବୁ 70 କୋଟି ଟଙ୍କା ଫିସ୍ ନେଉଥିବାବେଳେ ପୱନ କଲ୍ୟାଣ ଏକ ଚଳଚ୍ଚିତ୍ର ପାଇଁ 50 ରୁ 65 କୋଟି ଟଙ୍କା ଡିମାଣ୍ତ କରିଥାନ୍ତି । ଏହା ସହିତ ଜୁନିଅର NTR 30 ରୁ 80 କୋଟି ଏବଂ ଚିରଞ୍ଜୀବୀ 50 କୋଟି ଟଙ୍କା ଚାର୍ଜ କରନ୍ତି ଏହା ସହିତ ରାମ ଚରଣ ତାଙ୍କର ପ୍ରତ୍ୟେକ ଚଳଚ୍ଚିତ୍ର ପାଇଁ ପ୍ରାୟ 30 ରୁ 70 କୋଟି ଟଙ୍କା ଫିସ୍ ନିଅନ୍ତି ।












Click it and Unblock the Notifications