ଆଜି କିମ୍ବଦନ୍ତୀ ଅଭିନେତା ଅମିତାଭ ବଚ୍ଚନଙ୍କ ଜନ୍ମଦିନ

ମୁମ୍ବାଇ: ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ଆଜି ଜନ୍ମଦିନ। ବିଶ୍ଵର ସର୍ବଶ୍ରେଷ୍ଠ ଅଭିନେତା ଭାବରେ ପରିଗଣିତ ବିଗ ବି ଆଜି ପାଦ ଥାପିଛନ୍ତି ୭୯ ବର୍ଷ ବୟସରେ। ତେବେ ତାଙ୍କ ବ୍ୟକ୍ତିତ୍ବ ଆଗରେ ଯେପରି ହାର ମାନିଛି ବୟସ। ଦୀର୍ଘ ୫୦ ବର୍ଷ ତଳେ ସେ ଥିଲେ ଚଳଚିତ୍ର ଦୁନିଆର ବହୁ ଚର୍ଚିତ ନାୟକ । ଆଜି ପାଞ୍ଚ ଦଶନ୍ଧି ପରେ ବି ଟିକିଏ ଫିକା ପଡିନି ବାବୁ ମସାୟୀଙ୍କ ପ୍ରତିଭା । ଚିତ୍ର ଜଗତର ସେ ଆଜି ପାଲଟିଛନ୍ତି କିମ୍ବଦନ୍ତୀ।

Amitabh Bachan

ଭେଟେରାନ୍‌ ଅଭିନେତା ତଥା ବିଗ୍‌ ବି ଅମିତାଭ ବଚ୍ଚନ ନିଜ ଅଭିନୟ ଯାଦୁରେ ଦୀର୍ଘ ବର୍ଷ ହେଲା ଦର୍ଶକଙ୍କୁ ମତୁଆଲା କରିଆସୁଛନ୍ତି । ଅମିତାଭଙ୍କ ଫ୍ୟାନ୍‌ ଫଲୋଅର୍ସ ମଧ୍ୟ ସେହିଭଳି ବିଶାଳ । ତେବେ ବର୍ତ୍ତମାନ ବିଗ୍‌ ବି ଙ୍କର ଏକ ପୁରୁଣା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

amitabh Bacchan

ଭାଇରାଲ ହେଉଥିବା ଭିଡିଓରେ ଅମିତାଭ ବଚ୍ଚନ ପୁଅ ଅଭିଷେକଙ୍କୁ ଟଙ୍କା ଦେବାକୁ ମନାକରିଦେଉଛନ୍ତି । ତେବେ ଏହା କୌଣସି ଘରୋଇ କଳହ ନୁହେଁ ବରଂ ପ୍ରାଇଜ୍‌ ଅର୍ଥ ଦେବାକୁ ମନାକରୁଛନ୍ତି ବିଗ୍‌ ବି । 'କୌନ୍‌ ବନେଗା କରୋଡ୍‌ ପତି'ର ଏକ ଏପିସୋଡ୍‌ରେ ହୋଷ୍ଟ ହୋଇଥିଲେ ଅଭିଷେକ ବଚ୍ଚନ ଏବଂ ହଟ୍‌ ସିଟ୍‌ରେ ବସିଥିଲେ ଅମିତାଭ ବଚ୍ଚନ ।

ସୋ ଆରମ୍ଭ ହେବା କ୍ଷଣି ପ୍ରଥମେ ପିତା ଅମିତାଭ ବଚ୍ଚନଙ୍କୁ ସାକ୍ଷାତ କରାଇବା ପୂର୍ବକ ଅଭିଷେକ କହିଥିଲେ, 'ମୋ ସାମ୍ନାରେ ବସିଛନ୍ତି ମୁମ୍ବାଇରୁ ଆସିଥିବା ଅମିତାଭ ବଚ୍ଚନ । ଯିଏକି ଅନେକ ଚଳଚିତ୍ରରେ କାମ କରିସାରିଛନ୍ତି । ବିଭିନ୍ନ ଭାଷାରେ ଫିଲ୍ମ କରି ଖୁବ ନାଁ କରିଛନ୍ତି । ଗୀତ ଗାଇବା ଏବଂ ଅନବରତ ଭାବେ କାମ କରିବା ତାଙ୍କର ଅଭ୍ୟାସ । ତେବେ ଯଦି ସେ ଏହି କୌନ୍‌ ବନେଗା କରୋଡ୍‌ପତି ସୋରୁ ଟଙ୍କା ଜିତିବେ ତ ସେ ସମସ୍ତ ଟଙ୍କା ତାଙ୍କ ପୁଅକୁ ଦେଇଦେବେ ।'

ଏହାକୁ ମଜାଳିଆ ଢଙ୍ଗରେ ନେଇ ବିଗ୍‌ ବି କହିଥିଲେ , 'କିଏ ନେବ ?' । ଏହାକୁ ନେଇ ଅଭିଷେକ ପୁଣି କହିଲେ, 'ଯାହା ଆପଣଙ୍କର ତାହା ମଧ୍ୟ ମୋର ବୋଲି କହିଥିଲେ ।' ଏହାର ଯବାବରେ ଅମିତାଭ ବଚ୍ଚନ ଉତ୍ତର ଦେଇଥିଲେ, କିନ୍ତୁ ଆଜି ଯାହା ମୋ ପାଖକୁ ଆସିବ ତାହା ମୋର ଆଉ କାହକୁ ଦେବି ନାହିଁ ।

ଘଟଣାକୁ ନେଇ ପୁରା ସୋ ରେ ହାସ୍ୟାତ୍ମକ ପରିବେଶ ସୃଷ୍ଟି ହୋଇଥିଲା । ଅଭିଷେକ ବଚ୍ଚନ ଅନେକ ଥର ଉକ୍ତ ସୋ ରେ ଅତିଥି ଭାବେ ଯୋଗଦେଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+