ଆଜି ଅନୁଷ୍କା ଶର୍ମାଙ୍କ ୩୫ ତମ ଜନ୍ମଦିନ, ଜାଣନ୍ତୁ ଅଭିନେତ୍ରୀଙ୍କ ନେଟୱର୍ଥ

Anushka Sharma Net Worth:ବଲିଉଡର କିଛି ଟପ୍ ଆକଟ୍ରେସଙ୍କ ଲିଷ୍ଟରେ ଅନୁଷ୍କା ଶର୍ମାଙ୍କ ନାମ ମଧ୍ୟ ସାମିଲ ଅଛି । ସେ ଶାହାରୁଖ ଖାନଙ୍କ ଫିଲ୍ମ 'ରବ ନେ ବନା ଦି ଯୋଡି'ରୁ ବଲିଉଡରେ ନିଜ କ୍ୟାରିୟର ଆରମ୍ଭ କରିଥିଲେ । ଏହା ପରେ ଅଭିନେତ୍ରୀ ଏପର୍ଯ୍ୟନ୍ତ ତାଙ୍କ କ୍ୟାରିୟରରେ ଅନେକ ହିଟ୍ ଫିଲ୍ମ ଦେଇଛନ୍ତି ।

ଅନୁଷ୍କା ଶର୍ମାଙ୍କ ନେଟ୍ ୱାର୍ଥ
ସବୁଠାରୁ ଦାମୀ ଅଭିନେତ୍ରୀମାନଙ୍କ ମଧ୍ୟରେ ଅନୁଷ୍କା ଶର୍ମାଙ୍କ ଗଣନା କରାଯାଏ । ଅଭିନେତ୍ରୀଙ୍କ ନାମ ଚଳଚ୍ଚିତ୍ର ଜଗତର ଧନୀ କଳାକାରମାନଙ୍କ ମଧ୍ୟରେ ମଧ୍ୟ ଅନ୍ତର୍ଭୁକ୍ତ । କେବଳ ଚଳଚ୍ଚିତ୍ରରୁ ନୁହେଁ ବିଜ୍ଞାପନରୁ ମଧ୍ୟ ଅଭିନେତ୍ରୀ ବେଶ୍ ମୋଟା ଅଙ୍କର ରୋଜଗାର କରନ୍ତି । ଆଜି ଅର୍ଥାତ୍ ମେ ୧ ତାରିଖରେ ସେ ନିଜ ୩୫ ତମ ଜନ୍ମଦିନ ପାଳନ କରୁଛନ୍ତି । ତେବେ ଚାଲନ୍ତୁ ଜାଣିବା ଅଭିନେତ୍ରୀଙ୍କ ମୋଟ୍ ନେଟ୍ ୱର୍ଥ କେତେ ।

anushka sharma

ଏକ ଫିଲ୍ମ ପାଇଁ ଅନୁଷ୍କା ଶର୍ମା କେତେ ଚାର୍ଜ କରନ୍ତି?
ରିପୋର୍ଟ ଅନୁସାରେ ଅନୁଷ୍କା ଶର୍ମାଙ୍କ ମୋଟ ନେଟ୍ ୱର୍ଥ ପ୍ରାୟ ୨୬୫କୋଟି ଟଙ୍କା । ଅଭିନେତ୍ରୀଙ୍କ ଗଣନା ବଲିଉଡର ମହଙ୍ଗା ଅଭିନେତ୍ରୀମାନଙ୍କ ମଧ୍ୟରେ କରାଯାଏ । ଅଭିନେତ୍ରୀ ତାଙ୍କର ଗୋଟିଏ ଫିଲ୍ମ ପାଇଁ ପ୍ରାୟ ୧୦ ରୁ ୧୨ କୋଟି ଟଙ୍କା ଡିମାଣ୍ତ କରନ୍ତି । ସେହିପରି ବିଜ୍ଞାପନ ପାଇଁ ସେ ୪ ରୁ ୫ କୋଟି ନେଉଥିବା ନେଇ ସୂଚନା ରହିଛି ।

ଅନୁଷ୍କାଙ୍କ କାର କଲେକ୍ସନ୍
ଅଭିନେତ୍ରୀ କୋଟି କୋଟି ସମ୍ପତ୍ତିର ମାଲିକ । ମୁମ୍ବାଇରେ ତାଙ୍କର ଏକ ବିଳାସପୂର୍ଣ୍ଣ ଘର ରହିଛି । ଯାହାର ମୂଲ୍ୟ ୧ କୋଟିରୁ ଅଧିକ । ଏହା ବ୍ୟତୀତ ଅନୁଷ୍କା ଶର୍ମାଙ୍କ ପାଖରେ ରହିଛି ବିଳାସପୂର୍ଣ୍ଣ ଗାଡ଼ି । ଯେଉଁଥିରେ ଅଡି R8 V10 ପ୍ଲସ୍ ସ୍ପୋର୍ଟସ୍ କାର୍, ବହୁତ ଉଚ୍ଚ କ୍ଷମତା ସମ୍ପନ୍ନ କାର ଅନ୍ତର୍ଭୁକ୍ତ ରହିଛି ।

କିଛି ଗଣମାଧ୍ୟମ ରିପୋର୍ଟ ଅନୁସାରେ ସ୍ୱାମୀ ବିରାଟ କୋହଲିଙ୍କ ତୁଳନାରେ ଅନୁଷ୍କା ଶର୍ମାଙ୍କ ଜୀବନ ଶୈଳୀ ବହୁତ ସରଳ। ସେ ପ୍ରାୟତଃ ଲାଇମଲାଇଟ୍ ଠାରୁ ଦୂରରେ ରହିବାକୁ ଚେଷ୍ଟା କରନ୍ତି । ସେ ନିଜର ବ୍ୟକ୍ତିଗତ ଜୀବନକୁ ବ୍ୟକ୍ତିଗତ ରଖିବାକୁ ପସନ୍ଦ କରନ୍ତି । ଅଭିନେତ୍ରୀ ପ୍ରାୟତଃ ନିଜ ଝିଅକୁ ଲାଇମଲାଇଟ୍ ଠାରୁ ଦୂରରେ ରଖିବାକୁ ପସନ୍ଦ କରନ୍ତି ।

ବିରାଟ-ଅନୁଷ୍କାଙ୍କ ବିବାହ
ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ବହୁ ବର୍ଷ ଧରି ପରସ୍ପରକୁ ଡେଟ୍ କରିବା ପରେ ୧୧ ଡିସେମ୍ବର ୨୦୧୭ରେ ବିବାହ କରିଥିଲେ। ଉଭୟ ନିଜର କିଛି ଘନିଷ୍ଠ ବନ୍ଧୁ ଏବଂ ପରିବାର ଲୋକଙ୍କ ଉପସ୍ଥିତିରେ ଇଟାଲୀରେ ବିବାହ କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+