ଟିକ୍ଟକ୍ ଷ୍ଟାର ତଥା ବିଜେପି ନେତ୍ରୀ ସୋନାଲି ଫୋଗାଟଙ୍କ ପରଲୋକ , ଖାସ୍ ଥିଲା ଶେଷ ଭିଡିଓ
Sonali Phogat: Tik Tok star Sonali Phogat Passes Away Due To Heart Attackଟିକ୍ଟକ୍ ଷ୍ଟାର ତଥା ବିଜେପି ନେତ୍ରୀ ସୋନାଲି ଫୋଗାଟଙ୍କ ପରଲୋକ
ମୁମ୍ବାଇ: ବିଜେପି ନେତ୍ରୀ ତଥା ଟିକଟକ୍ ଷ୍ଟାର ସୋନାଲି ଫୋଗାଟଙ୍କ ଦେହାନ୍ତ । ଗତକାଲି ଗୋଆରେ ହୃଦଘାତରେ ତାଙ୍କର ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୪୨ ବର୍ଷ ବୟସ ହୋଇଥିଲା । ସୋନାଲି ଫୋଗାଟ ଟିକଟକ ତାରକା ଥିଲେ । ସୋସିଆଲ ମିଡିଆରେ ଫ୍ୟାନ୍ ଫଲୋଅର୍ସ ଖୁବ ଅଧିକ । ଅନେକ ଭିଡିଓ ଓ ଫଟୋ ପୋଷ୍ଟ କରି ସେ ଫ୍ୟାନ୍ସଙ୍କର ମନୋରଞ୍ଜନ କରନ୍ତି । ରିଆଲିଟି ଶୋ' ବିଗ୍ ବସ୍-୧୪ରେ ସିଜିନରେ ମଧ୍ୟ ସେ ନଜର ଆସିଥିଲେ । ସେହିପରି ଛୋଟ ପରଦାର ଅନେକ ସିରିଏଲରେ ମଧ୍ୟ ତାଙ୍କୁ ଦେଖିବା ପାଇଁ ମିଳିଛି ।

#NewProfilePic pic.twitter.com/luT3wtNkMA
— Sonali Phogat (@sonaliphogatbjp) August 22, 2022
ସେହିପରି ସୋନାଲି ୨୦୦୮ରେ ବିଜେପିରେ ଯୋଗ ଦେଇଥିଲେ । ୨୦୧୯ରେ ହରିୟାଣା ନିର୍ବାଚନରେ ବିଜେପି ଟିକେଟରେ ଆଦମପୁରରୁ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ଯଦିଓ ସେ ନିର୍ବାଚନରେ ହାରିଥିଲେ ହେଲେ ନିର୍ବାଚନ ପରେ ଖୁବ ଚର୍ଚ୍ଚାରେ ରହିଥିଲେ ସୋନାଲି । ନିର୍ବାଚନ ସମୟରେ ମଧ୍ୟ ସେ
ଅନେକ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରୁଥିଲେ । ଯାହା ଫଳରେ ତାଙ୍କ ଲୋକପ୍ରିୟତା ମଧ୍ୟ ବଢିବାରେ ଲାଗିଥିଲା ।
ସୋନାଲି ଫୋଗାଟ ତାଙ୍କର କିଛି ବନ୍ଧୁଙ୍କ ସହ ଗୋଆ ଯାଇଥିଲେ । ସୋନାଲି ଫୋଗାଟ ମୃତ୍ୟୁର କିଛି ସମୟ ପୂର୍ବରୁ ନିଜର ଏକ ଭିଡିଓ ଓ ଟ୍ୱିଟର ଆକାଉଣ୍ଟରେ ନିଜର ଫଟୋ ମଧ୍ୟ ପୋଷ୍ଟ କରିଥିଲେ ।












Click it and Unblock the Notifications