ସିଂଘମ ଏଗେନରେ ଟାଇଗରଙ୍କ ଏଣ୍ଟ୍ରିଂ, ଦେଖନ୍ତୁ ଅଭିନେତାଙ୍କ ଫାଷ୍ଟ ଲୁକ୍
Tiger Shroff In Singham Again: ରୋହିତ ଶେଟ୍ଟୀ ଫିଲ୍ମ ସିଙ୍ଘମକୁ ନେଇ ପୁଣି ଅଛନ୍ତି ଚର୍ଚ୍ଚାରେ । ସିଙ୍ଘମ ଫ୍ରାଞ୍ଚାଇଜର ତୃତୀୟ ଚଳଚ୍ଚିତ୍ରକୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ରୋହିତ ଶେଟ୍ଟୀଙ୍କ ଫିଲ୍ମରେ ବ୍ୟାକ୍ ଟୁ ବ୍ୟାକ୍ ସେଲିବ୍ରିଟି ଯୋଗ ଦେଉଛନ୍ତି । ନିକଟରେ ଦୀପିକା ପାଦୁକୋଣଙ୍କ ସିଙ୍ଘମ ଲୁକ୍ ରିଲିଜ୍ କରାଯାଇଥିଲା ।
ଲେଡି ସିଙ୍ଘମକୁ ଦେଖିବା ପରେ ପ୍ରଶଂସକମାନଙ୍କ ଉତ୍ସାହ ଖୁବ୍ ବଢିଯାଇଛି । ହେଲେ ସରପ୍ରାଇଜ୍ ବର୍ତ୍ତମାନ ଶେଷ ହୋଇ ନାହିଁ । ଅକ୍ଷୟ କୁମାର ନୂଆ ଏସିପିଙ୍କ ଇଣ୍ଟଡ୍ୟୁସ୍ କରାଦେଇଛନ୍ତି । ତେବେ ନୂଆ ASP ହେଉଛନ୍ତି ଟାଇଗର ଶ୍ରଫ୍ । ଏବେ ଟାଇଗର ଶ୍ରଫଙ୍କୁ ମଧ୍ୟ ଏହି ଫିଲ୍ମରେ ଦେଖିବା ପାଇଁ ମିଳିବ । ସେ ଏସିପି ସତ୍ୟ ଭୂମିକାରେ ନଜର ଆସିବେ । ଏନେଇ ଏକ ପୋଷ୍ଟର ସେୟାର କରି ଖିଲାଡି କୁମାର ସୂଚନା ଦେଇଛନ୍ତି ।

ସେହିପରି ରୋହିତ ସେଟ୍ଟି ମଧ୍ୟ ସୋସିଆଲ ମିଡିଆରେ ଟାଇଗରଙ୍କ ଲୁକ୍ ସେୟାର କରିଛନ୍ତି । ଏହା ସହ ସେ ଲେଖିଛନ୍ତି ତୁମକୁ ଆମ ଟିମକୁ ସ୍ୱାଗତ । ତେବେ ୨୦୨୪ରେ ଏହି ଫିଲ୍ମ ରିଲିଜ୍ ହେବ ।
ସୂଚନା ଅନୁସାରେ, କ୍ଲାଇମାକ୍ସ ଶୁଟିଂ ପାଇଁ ରୋହିତ ସେଟ୍ଟି ୨୫ କୋଟିର ବଡେଟ୍ ରଖିଛନ୍ତି । କରୀନା କପୁର ମଧ୍ୟ ରୋହିତ ସେଟ୍ଟିଙ୍କ ଫିଲ୍ମରେ ନଜର ଆସିବେ । ତେବେ ଆକ୍ଟୋବର ୭ରେ ଏହାର ଶୁଟିଂ ଆରମ୍ଭ ହୋଇଥିବା ନେଇ ସୂଚନା ରହିଛି ।
ୱାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ ଟାଇଗର ଶ୍ରଫଙ୍କ ଫିଲ୍ମ ଗଣପଥ ଅକ୍ଟୋବର ୨୦ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି। ଏହି ଚଳଚ୍ଚିତ୍ରରେ କ୍ରିତି ସାନନ୍ ଏବଂ ଅମିତାଭ ବଚ୍ଚନ ଟାଇଗରଙ୍କ ସହ ମୁଖ୍ୟ ଭୂମିକାରେ ନଜର ଆସିବେ। ଏହି ଚଳଚ୍ଚିତ୍ରରେ ଉଭୟ ଟାଇଗର ଏବଂ କ୍ରିତି ଜବରଦସ୍ତ ଆକ୍ସନ୍ କରୁଥିବା ଦେଖିବାକୁ ମିଳିବ ।












Click it and Unblock the Notifications