୬ ବର୍ଷ ପରେ ଅଲଗା ହେଲେ ଟାଇଗର-ଦିଶା
Tiger Shroff-Disha Patani Breakup:୬ ବର୍ଷ ପରେ ଅଲଗା ହେଲେ ଟାଇଗର-ଦିଶା
ମୁମ୍ବାଇ: ଟାଇଗର ସର୍ଫ ଏବଂ ଦିଶା ପଟାନିଙ୍କ ମଧ୍ୟରେ ଦୀର୍ଘଦିନରୁ ପ୍ରେମ ସମ୍ପର୍କ ରହିଥିଲା । ବଲିଉଡର କିଛି ଲୋକପ୍ରିୟ କପଲଙ୍କ ମଧ୍ୟରେ ଏମାନଙ୍କ ନାଁ ମଧ୍ୟ ସାମିଲ ଥିଲା । ବର୍ଷ ବର୍ଷ ଧରି ପରଷ୍ପରକୁ ଡେଟ୍ କରୁଥିଲା ଏହି କପଲ ହେଲେ କେବେ ସ୍ୱୀକାର କରି ନଥିଲେ । ଉଭୟଙ୍କୁ ଅନେକ ସ୍ଥାନରେ ଏକାଠି ମଧ୍ୟ ଦେଖିବା ପାଇଁ ମିଳେ । ହେଲେ ଏବେ ଉଭୟଙ୍କ ରାସ୍ତା ହୋଇଛି ଭିନ୍ନ । ଦିଶା ଓ ଟାଇଗରଙ୍କ ବ୍ରେକଅପ୍ ଖବର ଆଜି ଚର୍ଚ୍ଚାରେ ରହିଛି । ଆଗକୁ ଉଭୟଙ୍କୁ ଆଉ ଏକାଠି ଦେଖିବା ପାଇଁ ମିଳିବ ନାହିଁ । ରିପୋର୍ଟ ଅନୁଯାୟୀ, ଦିଶା-ଟାଇଗର ନିଜର ୬ ବର୍ଷର ସମ୍ପର୍କକୁ ଭାଙ୍ଗିଛନ୍ତି ।

ସୋସିଆଲ୍ ମିଡିଆରେ ଖବର ଭାଇରାଲ୍ ହେବାରେ ଲାଗିଛି । ହେଲେ ଦୁଇ ଜଣଙ୍କ ପକ୍ଷରୁ କୌଣସି ସୂଚନା ବର୍ତ୍ତମାନ ପର୍ଯ୍ୟନ୍ତ ନାହିଁ । ତେବେ ଗତ ୧ ବର୍ଷ ଧରି ବିଭିନ୍ନ କାରଣରୁ ଏହି ଷ୍ଟାରଙ୍କ ସମ୍ପର୍କରେ ଉତ୍ଥାନ-ପତନ ଘଟିଥିଲା । ଯାହା ଧିରେ ଧିରେ ବଢିବାରେ ଲାଗିଲା। ଶେଷରେ ଉଭୟଙ୍କ ରାସ୍ତା ଅଲଗା ହୋଇଛି । ସୋସିଆଲ ମିଡିଆରେ ଏବେ ଏହି ଖବର ଖୁବ ଭାଇରାଲ ହେବା ଲାଗିଛି । ତେବେ ନିକଟରେ ହିନ୍ଦୁସ୍ତାନ ଟାଇମ୍ସକୁ ଟାଇଗରର ଜଣେ ବନ୍ଧୁ ଏହି କପଲଙ୍କ ବ୍ରେକଅପ୍ ଖବରକୁ ସତ ବୋଲି କହିଛନ୍ତି ।












Click it and Unblock the Notifications