Get Updates
Get notified of breaking news, exclusive insights, and must-see stories!

ଖୁଲମ୍ ଖୁଲା ଇମ୍ରାନ ହାଶମୀଙ୍କୁ କିସ୍ କଲେ ସଲମାନ ଖାନ, ଦେଖନ୍ତୁ ଫଟୋ

Entertainment News: ଶୁକ୍ରବାର ଦିନ ଏକ କାର୍ଯ୍ୟକ୍ରମରେ ଟାଇଗର-3ର ଅଭିନେତା ସଲମାନ ଖାନ, କ୍ୟାଟ୍ରିନା କୈଫ ଏବଂ ଇମ୍ରାନ ହାସମୀ ଏକାଠି ନଜର ଆସିଥିଲେ ।

Tiger 3

ଏହି ଇଭେଣ୍ଟର ବଦଙ୍ଗ ଖାନ ଏପକି କିଛି ହରକତ କରିଥିଲେ ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚା ଏବଂ ସୋସିଆଲ ମିଡିଆରେ ଏହା ଟ୍ରେଣ୍ତ ମଧ୍ୟ କରୁଛି । ତେବେ ସଲମାନ ଖାନ ରୋମାନ୍ସ କିଙ୍ଗ୍ ଇମ୍ରାନ ହାଶମୀଙ୍କୁ ଇସାର କରି କହିଥିଲେ ଯେ, ଯଦି ଅଭିନେତା (ଇମରାନ୍ ହାଶମୀ) ସିନେମାରେ ଭିଲେନ୍ ବଦଳରେ ହିରୋ ଭୂମିକାରେ ନଜର ଆସିଥାନ୍ତେ ତେବେ ନିଶ୍ଚିତ ଭାବରେ ସେ ଫିଲ୍ମରେ କିସିଂ ସିନ୍ କରୁଥିବାର ନଜର ଆସିଥାନ୍ତେ । ଏହା ପରେ ସଲମାନ ଖାନ ପଛକୁ ବୁଲି ଇମ୍ରାନ ହାଶମୀଙ୍କୁ କିସ୍ କରିବା ପରି ଅଭିନୟ କରିଥିଲେ ।

ଇଭେଣ୍ଟର ଏହି ଭିଡିଓ ଜଣେ ପାପାରାଜି ନିଜ ଇନଷ୍ଟାଗ୍ରାମରେ ଆକାଉଣ୍ଟରେ ସେୟାର କରିଛନ୍ତି । ଏହି କ୍ଲିପ୍‌ରେ ସଲମାନ ଏକ ସ୍କାଏ ଟି-ସାର୍ଟ ଏବଂ ଡେନିମରେ ଦେଖିବାକୁ ମିଳିଥିଲା ସେହିପରି କ୍ୟାଟ୍ରିନା ହଳଦିଆ ରଙ୍ଗରେ ପୋଷାକରେ ନଜର ଆସିଥିଲେ । ସେହିପରି ଟାଇଗର-3ରେ ରୋମାନ୍ସ ବିଷୟରେ ପଚାରିବାରୁ ସଲମାନ କହିଛନ୍ତି ଯେ, କ୍ୟାଟ୍ରିନା ଏହି ଫିଲ୍ମରେ ଅଛନ୍ତି ତେଣୁ ଜୋୟା ଏବଂ ଟାଇଗର ମଧ୍ୟରେ ନିଶ୍ଚିତ ଭାବେ କିଛି ରୋମାନ୍ସ ତ ନିଶ୍ଚୟ ଦେଖିବାକୁ ମିଳିବ ।

ଟାଇଗର-3 ରେ ମୁଖ୍ୟ ଭିଲେନ୍ ଆତିଶଙ୍କ ଭୂମିକାରେ ଅଭିନୟ କରିଥିବା ଇମ୍ରାନ୍ ହାଶମୀଙ୍କ ସହ ଦବଙ୍ଗ ଖାନ ଖୁବ୍ ମସ୍ତ କରୁଥିବାର ନଜର ଆସିଥିଲେ । ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ, ଏହି ଫିଲ୍ମରେ ଇମରାନଙ୍କ ଅଭିନୟକୁ ଖୁବ ପସନ୍ଦ କରାଯାଉଛି । ଫ୍ୟାନ୍ସ ସୋସିଆଲ ମିଡିଆରେ ନିଜ ମତାମତ ସେୟାର ମଧ୍ୟ କରୁଛନ୍ତି ।

ପ୍ରଥମ ଥର ପାଇଁ 'ଟାଇଗର'ସିରିଜରେ 'ଇମ୍ରାନ ହାଶମୀ ସାମିଲ ହୋଇଛନ୍ତି । ସଲମାନ ଏବଂ କ୍ୟାଟ୍ରିନାଙ୍କ ଟାଇଗର ଫ୍ରାଞ୍ଚାଇଜର ଏହା ତୃତୀୟ ସିନେମା । ଯେଉଁଥିରେ ଇମ୍ରାନ ହାଶମୀ ଭିଲେନ୍ ଭାବେ ଅଭିନୟ କରୁଛନ୍ତି । ଏଥିରେ ଶାହାରୁଖ ଖାନ ପଠାନ ଏବଂ ହ୍ରିତିକ ରୋଶନଙ୍କୁ କବୀର ଭାବରେ ଦେଖିବାକୁ ମିଳୁଛି ।

ସଲମାନ କହିଛନ୍ତି ଯେ, ଟାଇଗର-3 ର ସଫଳତା ତାଙ୍କ ପାଇଁ ଅତ୍ୟନ୍ତ ଗର୍ବର ବିଷୟ । ସେ କହିଛନ୍ତି, "ସେମାନେ ଅର୍ଥାତ୍ ଫ୍ୟାନ୍ସ ବର୍ଷ ବର୍ଷ ଧରି ମୋତେ ଦେଇଥିବା ପ୍ରେମ ପାଇଁ ମୁଁ କୃତଜ୍ଞ ଏବଂ ଟାଇଗର ଫ୍ରାଞ୍ଚାଇଜର ସମସ୍ତ ଫିଲ୍ମକୁ ଏତେ ଭଲ ପାଇବା ଦେଖିଥିବାରୁ ମୁଁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି । କହିବା ପାଇଁ ଗଲେ ଏହି ଫିଲ୍ମ ପାଇଁ ମୁଁ ମୋର ସବୁ କିଛି ଦେଇଛି, ସେଥିପାଇଁ ଏହାର ସଫଳତା ମୋତେ ଖୁବ୍ ଖୁସି ଦିଏ ଏବଂ ଏହାର ସଫଳତା ମୋ ପାଇଁ ଅତ୍ୟନ୍ତ ବ୍ୟକ୍ତିଗତ ଅଟେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+