Get Updates
Get notified of breaking news, exclusive insights, and must-see stories!

ବିଦେଶରେ ସଲମାନଙ୍କ କ୍ରେଜ୍, 'ଟାଇଗର-3' କଲାଣି ଏତିକି କୋଟିର ବ୍ୟବସାୟ

Tiger-3 Box Office Collection Day 8 Worldwide: ସଲମାନ ଖାନ ଏବଂ କ୍ୟାଟ୍ରିନା କୈଫଙ୍କ ଫିଲ୍ମ'ଟାଇଗର-3' 'ବକ୍ସ ଅଫିସରେ ଜବରଦସ୍ତ ରୋଜଗାର କରୁଛି । ଦେଶରେ ଅପେକ୍ଷା ବିଦେଶର ଅଧିକ ଦେଖିବା ପାଇଁ ମିଳୁଛି ଦବଙ୍ଗ ଖାନଙ୍କ କ୍ରେଜ୍, କାରଣ ଫିଲ୍ମଟି ଭାରତ ବାହାରେ ଭଲ ଆୟ କରୁଥିବାରେ ଦେଖିବା ପାଇଁ ମିଳୁଛି ।

'ଟାଇଗର-3' 'ର ନିର୍ମାତାଙ୍କ ସୂଚନା ଅନୁସାରେ, ଆଉ ଅଳ୍ପ ଦିନ ମଧ୍ୟରେ ବିଶ୍ୱବ୍ୟାପୀ ଆୟ 400 କୋଟି ଟଙ୍କା କ୍ଲବରେ ସାମିଲ ହେବାକୁ ଯାଉଛି । ବର୍ତ୍ତମାନ ଏହି ଚଳଚ୍ଚିତ୍ରର worldwide ଆୟ ପ୍ରକାଶ ପାଇଛି । ନିର୍ମାତାଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଅଷ୍ଟମ ଦିନରେ ଦେଶ ତଥା ବିଦେଶରେ 'ଟାଇଗର-3'ର ଆୟ ଖୁବ୍ ଅଧିକ ରହିଛି ।

ୟଶ ରାଜ ଫିଲ୍ମସର ଅଫିସିଆଲ୍ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏକ ପୋଷ୍ଟ ସେୟାର କରାଯାଇଛି, ଯେଉଁଥିରେ ସଲମାନ ଖାନଙ୍କ 'ଟାଇଗର 3'ର ଏପର୍ଯ୍ୟନ୍ତ ସାରା ଦେଶରେ 230.75 କୋଟି ଟଙ୍କା ବ୍ୟବସାୟ କରିଥିବା ନେଇ ସୂଚନା ଦିଆଯାଇଛି । ଏଥି ସହିତ ଏହାର worldwide ସଂଗ୍ରହ 376 କୋଟିରେ ପହଞ୍ଚିଛି। ଏହି ଫିଲ୍ମ ରବିବାର ଦିନ ମାତ୍ର 10.50 କୋଟି ଟଙ୍କା ରୋଜଗାର କରିଛି। କୁହାଯାଉଛି ଯେ କ୍ରିକେଟ୍ ବିଶ୍ୱକପ୍‌ର ଅନ୍ତିମ ମ୍ୟାଚର ପ୍ରଭାବ 'ଟାଇଗର-3' ଆୟ ଉପରେ ପଡିଛି । ରିପୋର୍ଟ ଅନୁସାରେ, ସୋମବାର ଅର୍ଥାତ୍ ନଭେମ୍ବର 20ରେ ଫିଲ୍ମର ଆୟ ଆହୁରି ହ୍ରାସ ପାଇଛି, ଫିଲ୍ମଟି ମାତ୍ର 4.24 କୋଟି ଟଙ୍କାର ବ୍ୟବସାୟ କରିବାରେ ସଫଳ ହୋଇଛି ।

Tiger-3

'ଟାଇଗର-3' 'ସଲମାନ ଖାନଙ୍କ କ୍ୟାରିୟରର ସବୁଠୁ ବଡ ଓପନିଂ ଫିଲ୍ମ ବୋଲି ପ୍ରମାଣିତ ହୋଇଛି। ଏହି ଚଳଚ୍ଚିତ୍ର ବକ୍ସ ଅଫିସରେ 44.50 କୋଟି ଟଙ୍କାରେ ଓପନିଂ କରିଥିଲା । ମାତ୍ର ଦୁଇ ଦିନ ମଧ୍ୟରେ ଏହି ଚଳଚ୍ଚିତ୍ର 100 କୋଟି ଟଙ୍କା ଅତିକ୍ରମ କରିଛି। ଏହିପରି, 'ଟାଇଗର 3' 2023 ବର୍ଷର ସବୁଠୁ ଅଧିକ ଆୟ କରିଥିବା ତୃତୀୟ ଚଳଚ୍ଚିତ୍ର ହୋଇପାରିଛି ଏହି ଫିଲ୍ମଟି 2 ଦିନ ମଧ୍ୟରେ 100 କୋଟି ଟଙ୍କା କ୍ଲବରେ ସାମିଲ ହୋଇଛି । ସେହିପରି ଶାହାରୁଖ ଖାନଙ୍କ 'ପଠାନ' ଏବଂ 'ଜୱାନ' ପ୍ରଥମ ଏବଂ ଦ୍ୱିତୀୟ ସ୍ଥାନରେ ରହିଛି।
More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+