ଦୀପାବଳିରେ ଟାଇଗର-3 କଲା ଧମାଲ୍, ପ୍ରଥମ ଦିନରେ ଏତେ କୋଟିର କଲା ବ୍ୟବସାୟ
Tiger 3 Box Office Collection Day 1: ସଲମାନ ଖାନ ଏବଂ କ୍ୟାଟ୍ରିନା କୈଫଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ଟାଇଗର 3 ନଭେମ୍ବର 12 ରେ ଦୀପାବଳିରେ ମୁକ୍ତିଲାଭ କରିଛି। ଲୋକେ ଦୀପାବଳି ପାଳନ କରିବା ସହ ଦବଙ୍ଗ ଖାନଙ୍କ ଫିଲ୍ମ ଦେଖିବାକୁ ଭୁଲି ନାହାଁନ୍ତି । ସଲମାନଙ୍କ କ୍ରେଜ୍ ଏତେ ଅଧିକ ଥିଲା ଯେ, ସିନେମା ହଲରେ ଭାଇଜାନାଙ୍କ ଜଲୱା ଦେଖିବା ପାଇଁ ନାହିଁନଥିବା ଭିଡ଼ ଯମିଥିଲା । ଚାଲନ୍ତୁ ଜାଣିବା ପ୍ରଥମ ଦିନରେ ଏହି ଆକ୍ସନ୍ ଥ୍ରୀଲର ଫିଲ୍ମ କେତେ କୋଟିର ବ୍ୟବସାୟ କରିଛି ।
ସଲମାନ ଖାନ ଏବଂ କ୍ୟାଟ୍ରିନା କୈଫଙ୍କ ଚଳଚ୍ଚିତ୍ର ଟାଇଗର-3 ରିଲିଜକୁ ଡେଟକୁ ପ୍ରଶଂସକ ଉତ୍ସାହର ସହ ଅପେକ୍ଷା କରିଥିଲେ । ଟାଇଗରର ଏହା ହେଉଛି ତୃତୀୟ ଫ୍ରାଞ୍ଚାଇଜ୍ ଯାହା ବକ୍ସ ଅଫିସରେ ଚହଳ ସୃଷ୍ଟି କରିଛି । ଏହି ଚଳଚ୍ଚିତ୍ରରେ ପୁଣି ଥରେ ସଲମାନ ଖାନ ଏଜେଣ୍ଟ ଭୂମିକାରେ ନଜର ଆସୁଛନ୍ତି ଏବଂ କ୍ୟାଟ୍ରିନା କୈଫ ଜୋୟା ଭୂମିକାରେ ଅଭିନୟ କରୁଥିବାର ଦେଖିବା ପାଇଁ ମିଳୁଛି । ଏପରି ପରିସ୍ଥିତିରେ, ଦୀପାବଳି ହୋଇଥିଲେ ମଧ୍ୟ ପ୍ରଶଂସକଙ୍କ ଭିଡ ଥିଏଟରରେ ବାହାରେ ଦେଖିବାକୁ ମିଳିଥିଲା ଏବଂ ଯେଉଁଥି ପାଇଁ ଓପନିଂ ଡେ'ରେ ମଧ୍ୟ ଫିଲ୍ମଟି ଜବରଦସ୍ତ ଆୟ କରିଛି ।

ପ୍ରାରମ୍ଭିକ ଟ୍ରେଣ୍ଡ ରିପୋର୍ଟ ଅନୁସାରେ, ଟାଇଗର-3 ପ୍ରଥମ ଦିନରେ 44.5 କୋଟି ଟଙ୍କା ସଂଗ୍ରହ କରିଛି । ତେଲୁଗୁ ଭାଷାରେ ଏହି ଫିଲ୍ମ 1.15 କୋଟି ଟଙ୍କା ଏବଂ ତାମିଲରେ ଫିଲ୍ମର କଲେକ୍ସନ୍ 15 ଲକ୍ଷ ଟଙ୍କାର ବ୍ୟବସାୟ କରିଛି । ହେଲେ ଶାହାରୁଖ ଖାନଙ୍କ ଜୱାନ ଏବଂ ପଠାନର ରେକର୍ଡ ଭାଙ୍ଗିବାରେ ଟାଇଗର 3 ଟିକେ ପଛରେ ପଡିଯାଇଛି । ଆପଣଙ୍କୁ କହିରଖୁଛୁ ଯେ ପଠାନ ପ୍ରଥମ ଦିନରେ 57 କୋଟି ଟଙ୍କା ସଂଗ୍ରହ କରିଥିବାବେଳେ ଜୱାନ 75 କୋଟି ଟଙ୍କା ରୋଜଗାର କରି ହିନ୍ଦୀ ସିନେମାର ରେକର୍ଡ ସୃଷ୍ଟିକରିଥିଲା ।
ତେବେ ଟାଇଗର-3କୁ ନେଇ ପ୍ରଶଂସକଙ୍କ ମଧ୍ୟରେ ଏକ ଭିନ୍ନ ଉତ୍ସାହ ଦେଖିବାକୁ ମିଳିଥିଲା । ପ୍ରେକ୍ଷାଳୟ ବାହାରେ ସେଲିବ୍ରେସନର ମାହୋଲ ଦେଖିବାକୁ ମିଳିଥିଲା । ଲୋକଙ୍କ ମୁଁହରେ କେବଳ ସଲମାନ ଖାନଙ୍କ ନାଁ ଥିଲା । ଆସନ୍ତୁ ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ଟାଇଗର-3ରେ ଶାହାରୁଖ ଖାନଙ୍କର କ୍ୟାମୋ ରହିଛି । ଏହି ଚଳଚ୍ଚିତ୍ରରେ ଇମ୍ରାନ୍ ହାଶମି ଭିଲେନ୍ ଭୂମିକାରେ ଅଭିନୟ କରିଛନ୍ତି। ଆଗାମୀ ଦିନରେ ଟାଇଗର 3 କେତେ ରେକର୍ଡ ଭାଙ୍ଗିବ ତାହା ଦେଖିବାକୁ ବାକି ରହିଲା ।
-
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
କମିବ ତାପମାତ୍ରା, ଆଜିଠୁ ୩ ଦିନ ପ୍ରବଳ ବର୍ଷା -
ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍ ;ମୁହାଁମୁହିଁ ହେବେ ଶକ୍ତିଶାଳୀ ଭାରତ ଓ ନ୍ୟୁଜିଲାଣ୍ଡ -
ରାଷ୍ଟ୍ରପତିଙ୍କ ପ୍ରୋଟୋକଲ୍ରେ ତ୍ରୁଟି ଅଭିଯୋଗ; ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ବିସ୍ତୃତ ରିପୋର୍ଟ ଦେବାକୁ କେନ୍ଦ୍ରର କଡ଼ା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଏପ୍ରିଲ୍ ୮ରେ ମହମ୍ମଦ ମୋକିମ୍ଙ୍କ ନୂଆ ଦଳ ଲଞ୍ଚ୍, ନାଁ ରହିବ ଓଡ଼ିଶା ଜନତା କଂଗ୍ରେସ -
ପ୍ରତିଦିନ ଖାଆନ୍ତୁ ଗଜାମୁଗ, ସ୍ୱାସ୍ଥ୍ୟରେ.... -
ଇସ୍ରାଏଲକୁ ୧୨ ହଜାର ବୋମା ବିକିବ ଆମେରିକା, ମିଳିଲା ମଞ୍ଜୁରୀ -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ












Click it and Unblock the Notifications