ଦୁଇ ସପ୍ତାହ ପରେ ମଧ୍ୟ ଜବରଦସ୍ତ ଆୟ କରୁଛି ଟାଇଗର-3
Tiger 3 Box Office Collection: ସଲମାନ ଖାନ ଏବଂ କ୍ୟାଟ୍ରିନା କୈଫଙ୍କ ଫିଲ୍ମ 'ଟାଇଗର-3'ର ଅପେକ୍ଷା ଦର୍ଶକ ଦୀର୍ଘ ସମୟରୁ କରି ଆସୁଥିଲେ । ଶେଷରେ ଏହି ଚଳଚ୍ଚିତ୍ରଟି ଦୀପାବଳି ଅବସରରେ ମୁକ୍ତିଲାଭ କରିଥିଲା ଏବଂ ବକ୍ସ ଅଫିସରେ ଏହି ଫିଲ୍ମ ଏକ ଜବରଦସ୍ତ ଓପନିଂ କରିଥିଲା । ଏହି ଚଳଚ୍ଚିତ୍ରଟି ନଭେମ୍ବର 12ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା ଏବଂ ଏହା ପ୍ରଥମ ଦିନରେ ମୋଟ 44 କୋଟି ଟଙ୍କାର ବ୍ୟବସାୟ କରିଥିଲା ।

ଏହା ପୂର୍ବରୁ ସଲମାନ ଖାନଙ୍କ ଅନେକ ଫିଲ୍ମ ଦୀପାବଳି ପୂର୍ବରୁ ସିନେମା ଘରେ ରିଲିଜ୍ ହୋଇସାରିଛି । ଯେପରିକି, 'ପ୍ରେମ ରତନ୍ ଧନ ପାୟୋ', 'ଅନ୍ଦାଜ୍ ଅପନା ଅପନା', 'ହମ ସାଥ ସାଥ ହୈ' ଏବଂ 'ଜାନ-ଏ-ମନ' ହେଲେ 'ଟାଇଗର-3' ପ୍ରଥମ ଦିନର ରୋଜଗାରାରେ ସମସ୍ତଙ୍କୁ ପଛରେ ପକାଇଛି । ଏହି ଫିଲ୍ମଟି ଦେଶ -ବିଦେଶରେ କରୁଛି ରାଜ୍ । ବିଦେଶରେ ମଧ୍ୟ ଜବରଦସ୍ତ ଆୟ କରୁଛି ଏହି ଫିଲ୍ମ ।
'ଟାଇଗର-3' 'ହେଉଛି ୟଶ ରାଜ ଫିଲ୍ମସ ସ୍ପାଏ ୟୁନିଭର୍ସ ଫ୍ରାଞ୍ଚାଇଜର ତୃତୀୟ ସିକ୍ୱେଲ। 'ଟାଇଗର 3' ଘରୋଇ ବକ୍ସ ଅଫିସରେ 259 କୋଟି ଏବଂ ସାରା ବିଶ୍ୱରେ 400 କୋଟିରୁ ଅଧିକ ଆୟ କରିଛି। ଏହିପରିକି ଟାଇଗର-3ର ଆୟ 'ଏକ ଥା ଟାଇଗର'ରୁ ମଧ୍ୟ ଅଧିକ । ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ ବକ୍ସ ଅଫିସରେ 'ଏକ ଥା ଟାଇଗର'ର ମୋଟ୍ ଆୟ 198.78 କୋଟି ଟଙ୍କା ଥିବା ବେଳେ ବିଶ୍ୱବ୍ୟାପୀ ଏହି ଚଳଚ୍ଚିତ୍ର 320 କୋଟି ଟଙ୍କାର ବ୍ୟବସାୟ କରିଥିଲା । ଦୀପାବଳି ଅବସରରେ ମୁକ୍ତିଲାଭ କରିଥିବା 'ପ୍ରେମ ରତ୍ନ ଧନ ପାୟୋ' 389 କୋଟି ଟଙ୍କା ସଂଗ୍ରହ କରିଥିଲା। ହେଲେ 'ଟାଇଗର 3' ମାତ୍ର 10 ଦିନ ମଧ୍ୟରେ 400 କୋଟି ଟଙ୍କା ରୋଜଗାର କରିଛି। ସଲମାନ ଖାନ ଏବଂ କ୍ୟାଟ୍ରିନା କୈଫଙ୍କ ଅଭିନୀତ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ମନୀଷ ଶର୍ମା ଯେଉଁଥିରେ ଇମ୍ରାନ ହାସମି ମୁଖ୍ୟ ଭିଲେନ୍ ଭୂମିକାରେ ଅଭିନୟ କରିଛନ୍ତି।












Click it and Unblock the Notifications