ଟ୍ରେଣ୍ତରେ ଠୁମକେଶ୍ୱରୀ, ବଢିଲା କ୍ରିତି ସାନନଙ୍କ ଡିମାଣ୍ତ

ଟ୍ରେଣ୍ତରେ ଠୁମକେଶ୍ୱରୀ, ବଢିଲା କ୍ରିତି ସାନନଙ୍କ ଡିମାଣ୍ତ

ମୁମ୍ବାଇ: ଲଗାତାର ଟ୍ରେଣ୍ତରେ ରହିଛି ଠୁମକେଶ୍ୱରୀ । ଦର୍ଶକଙ୍କୁ ମତୁଆଲା କରୁଛି କ୍ରିତିଙ୍କ ଠୁମକା । ବରୁଣଙ୍କ ଫିଲ୍ମ 'ଭେଡିଆ' ଦେଲା ନୂଆ ପରିଚୟ । ବଢିଲେ ସୋସିଆଲ ମିଡିଆ ଫଲୋର୍ସ । ପ୍ରଥମ ଥର ଅଭିନେତା ବରୁଣ ଧୱନଙ୍କ ସହ କରିବେ ଅନସ୍କ୍ରିନ୍ ରୋମାନ୍ସ ।

thumkeswari

ଅମର କୌଶିକଙ୍କ ଅପ୍‌କମିଙ୍ଗ ଫିଲ୍ମ 'ଭେଡ଼ିୟା' ଖୁବ୍ ଶିଘ୍ର ରିଲିଜ୍ ହେବା ପାଇଁ ଯାଉଛି । ଅଭିନେତା ବରୁଣ ଓ ଅଭିନେତ୍ରୀ କ୍ରିତି ସାନନ୍‌ ଏବେ ଫିଲ୍ମର ପ୍ରମୋସନରେ ବିଜି ଅଛନ୍ତି । ଅନେକ ଇଭେଣ୍ଟରେ ଉଭୟଙ୍କୁ ଏକାଠି ଦେଖିବା ପାଇଁ ମିଳୁଛି । ଫ୍ୟାନ୍ସ ଏହି ଯୋଡିକୁ ସୁପରହିଟ୍ ବୋଲି ମଧ୍ୟ କହିବା ଆରମ୍ଭ କରିଦେଇଛି । ତେବେ ଏହି ସନେମାରେ କ୍ରିତି ଡାକ୍ତର ଭୂମିକାରେ ନଜର ଆସିବେ । ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନେତା ବରୁଣ ଧୱନଙ୍କୁ ଦେଖିବା ପାଇଁ ମିଳିବ । ଫିଲ୍ମର ଟ୍ରେଲର ଓ ଗୀତକୁ ଦର୍ଶକଙ୍କର ବେଶ୍ ଭଲପାଇବା ମିଳିଛି ।

ଫିଲ୍ମର ଗୀତ 'ଠୁମ୍‌କେଶ୍ୱରୀ' ର ରିଲିଜ୍‌ ପରେ ଦର୍ଶକ କ୍ରିତିଙ୍କୁ ଠୁମ୍‌କେଶ୍ୱରୀ ଡାକିବା ଆରମ୍ଭ କରିଦେଇଛନ୍ତି । ନିକଟରେ କ୍ରିତି ଓ ବରୁଣ ଫିଲ୍ମର ଆଉ ଏକ ଗୀତ 'ଅପ୍‌ନା ବନା ଲେ' ରିଲିଜ୍‌ କରିଥିଲେ । ଗୀତଟିକୁ ଅରିଜିତ ସିଂହ ଗାଇଛନ୍ତି । ଏହି ସୁନ୍ଦର ଗୀତଟି ତାମିଲ ଓ ତେଲୁଗୁ ଭାଷାରେ ରିଲିଜ୍ ହୋଇଥିଲା । ହାଇଦ୍ରାବାଦରେ ଫିଲ୍ମ ପ୍ରମୋସନ୍‌ ପୂର୍ବରୁ ଉଭୟ କ୍ରିତି ଓ ବରୁଣ ଗୀତର ତାମିଲ ଓ ତେଲୁଗୁ ସଂସ୍କରଣକୁ ଶିଖିବା ଆରମ୍ଭ କରିଦେଇଛନ୍ତି । ଉଭୟଙ୍କ କେମିଷ୍ଟ୍ରିକୁ ଦର୍ଶକ ଖୁବ୍‌ ପସନ୍ଦ କରୁଛନ୍ତି । ଫିଲ୍ମ 'ଭେଡ଼ିୟା' ଆସନ୍ତା ୨୫ ତାରିଖରେ ମୁକ୍ତିଲାଭ କରିବା ଯାଉଛି ଯାହାକୁ ବେଶ୍ ଉତ୍ସାହର ସହ ଅପେକ୍ଷା କରିଛନ୍ତି ଫ୍ୟାନ୍ସ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+