ଏହା ଥିଲା ଅଭିନେତା ନିତେଶ ପାଣ୍ତେଙ୍କ ଶେଷ ପୋଷ୍ଟ, ଜାଣନ୍ତୁ କିପରି ଥିଲା ଶେଷ ସମୟ !
ମୁମ୍ବାଇ: 'ଅନୁପମା'ଫେମ୍ ଅଭିନେତା ନିତେଶ ପାଣ୍ତେ ମାତ୍ର 51 ବର୍ଷ ବୟସରେ ଦୁନିଆକୁ ଅଲବିଦା କହି ଆରପାରିକି ଚାଲିଯାଇଛନ୍ତି । ମଙ୍ଗଳବାର ଦିନ ଏକ କାର ଦୁର୍ଘଟଣାରେ ଅଭିନେତ୍ରୀ ବୈଭବୀଙ୍କର ମଧ୍ୟ ଦେହାନ୍ତ ହୋଇଛି । ଏହି ଦୁଇ ଷ୍ଟାର ମୃତ୍ୟୁ ଖବର ଏବେ ଟେଲି ଇଣ୍ତଷ୍ଟ୍ରିକୁ ଝଟକା ଦେଇଛି ।
ନିତେଶ ପାଣ୍ତେଙ୍କ ମୃତ୍ୟୁ ଖବର କେବଳ ଟେଲି ଜଗତକୁ ହିଁ ନୁହେଁ ବରଂ ବଲିଉଡରେ ମଧ୍ୟ ଶୋକର ଲହରି ଖେଳିଯାଇଛି । ସୂଚନା ଅନୁସାରେ ହୃଦ୍ଘାତ ପାଇଁ ଅଭିନେତାଙ୍କର ମୃତ୍ୟୁ ହୋଇଛି ।

ନିତେଶ ପାଣ୍ତେ ଶାହରୁଖ ଖାନଙ୍କ ଅଭିନୀତ 'ଓମ ଶାନ୍ତି ଓମ', 'ଖୋସଲା କା ଘୋସଲା', 'ଦବଙ୍ଗ 2', 'ରେଙ୍ଗୁନ', 'ଶିକାରୀ', ପରି ଅନେକ ଚଳଚ୍ଚିତ୍ରରେ ମଧ୍ୟ ଦେଖିବାକୁ ମିଳିଥିଲା । ବର୍ତ୍ତମାନ ସେ ଅନୁପମା ପରି ଟିଭି ସିରିଏଲରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଦେଖିବା ପାଇଁ ମିଳୁଥିଲେ । ଅଭିନେତା ସୋସିଆଲ ମିଡିଆରେ ଖୁବ୍ କମ୍ ଆକ୍ଟିଭ୍ ରୁହନ୍ତି । 13 ସପ୍ତାହ ପୂର୍ବରୁ ତାଙ୍କର ଶେଷ ପୋଷ୍ଟ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଏହା ଥିଲା ନିତେଶ ପାଣ୍ତେଙ୍କ ଶେଷ ପୋଷ୍ଟ
ଭିଡିଓରେ ନିତେଶ ପାଣ୍ତେ ଖୁବ୍ ଖୁସ୍ ନଜର ଆସୁଛନ୍ତି । ତାଙ୍କୁ ଏକ ଗାର୍ଡେନରେ ବସିଥିବାର ଦେଖିବା ପାଇଁ ମିଳୁଛି । ତାଙ୍କ ସହ ତାଙ୍କ ପୋଷା କୁକୁରକୁ ମଧ୍ୟ ଦେଖିବା ପାଇଁ ମିଳୁଛି । ସେ ଏହି ଭିଡିଓଟିକୁ 21 ଫେବୃଆରୀରେ ସେୟାର କରିଥିଲେ । ଏକ ସୁନ୍ଦର ଗୀତ ସହ ସେ ନିଜ ଫ୍ୟାନ୍ସଙ୍କ ପାଇଁ ଏହି ରିଲସ୍ ପୋଷ୍ଟ କରିଥିଲେ ଯେଉଁଥିରେ ପ୍ରଶଂସକଙ୍କର ଖୁବ ଲାଇକ୍ ଓ କମେଣ୍ଟ ମଧ୍ୟ ଦେଖିବା ପାଇଁ ମିଳୁଛି । ବର୍ତ୍ତମାନ ତାଙ୍କର ଏହି ପୋଷ୍ଟ ଭାଇରାଲ ହେଉଛି । ଲୋକେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି ।
ନିତେଶ ପାଣ୍ତେ ପ୍ରାୟ 25 ବର୍ଷ ହେବ ମନୋରଞ୍ଜନ ଜଗତରେ କାର୍ଯ୍ୟ କରିଆସିଛନ୍ତି । ଟିଭି ସିରିଏଲ ସମେତ ସେ ଅନେକ ଚଳଚ୍ଚିତ୍ରରରେ ମଧ୍ୟ କାମ କରିଛନ୍ତି ।












Click it and Unblock the Notifications