ଜାଣନ୍ତୁ ବଲିଉଡ ଅଭିନେତ୍ରୀ ତାପସୀ ପନ୍ନୁ ଫିଟନେସ୍ ରହସ୍ୟ, ପ୍ରତ୍ୟେକ ଦିନ ଏହି ଖାଦ୍ୟ ଖାଇବା କରନ୍ତି ପସନ୍ଦ
Taapsee Pannu: ଅନେକ ଲୋକ ଜାଣିବା ପାଇଁ ଚାହାଁନ୍ତି ବଲିଉଡ ଷ୍ଟାର ମାନେ ନିଜକୁ କିପକି ଫିଟ୍ ରଖନ୍ତି । ଆଜି ଆମେ ଆପଣଙ୍କୁ ଜଣେ ଏପରି ବିଟାଉନ ସୁନ୍ଦରୀଙ୍କ ଫିଟନେସ୍ ରାଜ ବିଷୟରେ ସୂଚନା ଦେଉ ଯିଏ ନିଜ ଅଭିନୟ ପାଇଁ ତ ଚର୍ଚ୍ଚାରେ ରହିଥାନ୍ତି ହେଲେ ତାଙ୍କ ଫିଟନେସର ପ୍ରଶଂସା ମଧ୍ୟ ଖୁବ୍ କରାଯାଇଥାଏ ।
ବଲିଉଡ ଅଭିନେତ୍ରୀ ତାପସୀ ପନ୍ନୁ ତାଙ୍କ ଅଭିନୟ ପାଇଁ ଯେତିକି ପ୍ରଶଂସିତ, ତାଙ୍କ ପ୍ରଶଂସକମାନେ ତାଙ୍କ ଫିଟନେସ୍ ଏବଂ ଫିଗର ଦ୍ୱାରା ସମାନ ଭାବରେ ପ୍ରଭାବିତ । ଚାଲନ୍ତୁ ଜାଣିବା ନିଜକୁ ଫିଟ୍ ରଖିବାକୁ ଅଭିନେତ୍ରୀ କ'ଣ କରିଥାନ୍ତି ବା ତାଙ୍କ ଫିଟନେସ୍ ରହସ୍ୟ କ'ଣ । ତାପସୀ ପନ୍ନୁ ନିଜର ଫିଟନେସ୍ ଏବଂ ସୌନ୍ଦର୍ଯ୍ୟ ପାଇଁ ଜଣାଶୁଣା । ପିଙ୍କ୍ ଏବଂ ମନମାରଜିଆ ପରି ଫିଲ୍ମରେ ଅଭିନୟ କରି ସେ ବେଶ୍ ପ୍ରସିଦ୍ଧି ଲାଭ କରିଥିଲେ । ହେଲେ ଆପଣ ଜାଣିଛନ୍ତି କି ନିଜକୁ ଫିଟ୍ ରଖିବା ପାଇଁ ଅଭିନେତ୍ରୀ କଠିନ ପରିଶ୍ରମ କରିଥାନ୍ତି ।

ଲୋକମାନେ ସାଧାରଣତଃ ଫିଟ୍ ରହିବା ପାଇଁ ଜିମରେ ଅଧିକ ପରିଶ୍ରମ କରିଥାନ୍ତି , ତାପସୀ ଏକ ଫିଟ୍ ଶରୀର ପାଇଁ ଜିମ୍ ପରିବର୍ତ୍ତେ Squash କରିବା ପସନ୍ଦ କରନ୍ତି । ସେ ପ୍ରତିଦିନ ଅତି କମରେ ଅଧ ଘଣ୍ଟା ପାଇଁ ସ୍କ୍ୱାସ୍ ଖେଳନ୍ତି ଯାହା ଦ୍ୱାରା ସେ କେବଳ ଶାରୀରିକ ନୁହେଁ ବରଂ ମାନସିକ ସ୍ତରରେ ମଧ୍ୟ ନିଜକୁ ସୁସ୍ଥ ରଖିପାରନ୍ତି ।
ତାପସୀ ପନ୍ନୁଙ୍କ ଫିଟନେସର ଆଉ ଏକ ବଡ଼ ରହସ୍ୟ ହେଉଛି ଯୋଗ । ବ୍ୟାୟାମ ବ୍ୟତୀତ, ତାପସୀ ପନ୍ନୁ ନିଜକୁ ଫିଟ୍ ରଖିବା ପାଇଁ ପ୍ରତିଦିନ ଯୋଗ କରନ୍ତି । ତାପସୀ ପନ୍ନୁ ସକାଳୁ ଉଠି ଏକ ଲିଟର ଗରମ ପାଣି ପିଇ ବାଦାମ ଖାଇଥାନ୍ତି । ଏହା ପରେ ସେ ଗ୍ରୀନ୍ ଟି ଏବଂ କାକୁଡି ବା କିଛି ଗ୍ରିନ୍ ପରିବାର ଖାଇବା ପସନ୍ଦ କରନ୍ତି । ତାପସୀ ପନ୍ନୁ ଭାତ, ରୁଟି ଏବଂ ବ୍ରେଡ୍ ମଧ୍ୟ ଖାଇଥାନ୍ତି । ତାପସୀ ଏକ ସାକ୍ଷାତକାରରେ କହିଛନ୍ତି ସେ ଅଧିକ ଭାତ ଖାଇବା ପସନ୍ଦ କରନ୍ତି ।
ତାପସୀ ପନ୍ନୁଙ୍କ ଖାଦ୍ୟରେ କ୍ଷୀର ସାମିଲ କରନ୍ତି । ଅଭିନେତ୍ରୀ କ୍ଷୀର ପିଇବାକୁ ପସନ୍ଦ କରନ୍ତି । ଏହା ବ୍ୟତୀତ ସେ ନିଜକୁ ହାଇଡ୍ରେଟ୍ ରଖିବା ଏବଂ ଚର୍ମକୁ ସତେଜ ରଖିବା ପାଇଁ ଦିନସାରା ଖୁବ୍ ପାଣି ପିଇଥାନ୍ତି । ଏହା ହେଉଛି ତାଙ୍କ ସୌନ୍ଦର୍ଯ୍ୟ ଏବଂ ଫିଟନେସର ରହସ୍ୟ । ନିଜକୁ ଫିଟ୍ ରଖିବା ପାଇଁ ତାପସି ପନ୍ନୁ କାର୍ଡିଓ ସହିତ ୱାର୍କଆଉଟ୍ କରିବା ପାଇଁ ପସନ୍ଦ କରନ୍ତି ।












Click it and Unblock the Notifications