ଏକାସହିତ ୭ଟି ଆୱାର୍ଡ ନେଇ ଇତିହାସ ରଚିଲା ଏହି ହଲିଉଡ ଫିଲ୍ମ
ଏକାସହିତ ୭ଟି ଆୱାର୍ଡ ନେଇ ଇତିହାସ ରଚିଲା ଏହି ହଲିଉଡ ଫିଲ୍ମ ।

Oscar 2023: ଓସ୍କାର ୨୦୨୩ ର ବିଜେତା ଘୋଷିତ ହୋଇଛି । ଆମେରିକାର ଲସ୍ ଆଞ୍ଜେଲ୍ସର ଡଲବି ସେଣ୍ଟରରେ ୯୫ ତମ ଓସ୍କାର ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଚଳିତ ବର୍ଷ ହଲିଉଡ ଫିଲ୍ମ 'ଏଭ୍ରିଥିଙ୍ଗ ଏଭ୍ରିହ୍ୱେର୍ ଅଲ୍ ଆଟ୍ ୱାନ୍ସ'ଏକା ସହିତ ୭ଟି ଆୱାର୍ଡ ନେଇ ଇତିହାସ ରଚିଛି ।
ସର୍ବଶ୍ରେଷ୍ଠ ଫିଲ୍ମ, ସର୍ବଶ୍ରେଷ୍ଠ ଅଭିନେତ୍ରୀ, ସର୍ବଶ୍ରେଷ୍ଠ ନିର୍ଦ୍ଦେଶକ, ସର୍ବଶ୍ରେଷ୍ଠ ଫିଲ୍ମ ସମ୍ପାଦନ, ସର୍ବଶ୍ରେଷ୍ଠ ସ୍କ୍ରିପ୍ଟ ରାଇଟିଂ, ସର୍ବଶ୍ରେଷ୍ଠ ସହାୟକ ଅଭିନେତ୍ରୀ ଏବଂ ଅଭିନେତା କ୍ୟାଟେଗୋରୀରେ ପୁରଷ୍କାର ଜିତି ହଲିଉଡ ଫିଲ୍ମ 'ଏଭ୍ରିଥିଙ୍ଗ ଏଭ୍ରିହ୍ୱେର୍ ଅଲ୍ ଆଟ୍ ୱାନ୍ସ' ଏକ ନୂଆ ଇତିହାସ ରଚିଛି । ସେହିପରି ସର୍ବଶ୍ରେଷ୍ଠ ଅଭିନେତା ଭାବେ ଦ ହ୍ୱେଲ୍ ସିନେମା ପାଇଁ ବ୍ରେଡନ୍ ଫେଜରଙ୍କୁ ପୁରସ୍କୃତ କରାଯାଇଛି । ସେହିପରି ସର୍ବଶ୍ରେଷ୍ଠ
ଆନିମେଟେଡ୍ ଫିଲ୍ମ ପାଇଁ ଗୁଏଲର୍ମୋ ଡେଲ୍ ଟୋରୋଙ୍କ ସିନେମା ପିନୋଚିଓ ପୁରସ୍କାର ଜିତିଛି ।
ଓସ୍କାର ପୁରସ୍କାର ୨୦୨୩ରେ ଶ୍ରେଷ୍ଠ ଡକ୍ୟୁମେଣ୍ଟାରୀ ଫିଚର ଚଳଚ୍ଚିତ୍ରର ଟାଇଟଲ୍ ହଲିଉଡର କ୍ଷୁଦ୍ର ଚଳଚ୍ଚିତ୍ର 'Navalny'ଜିତିଛି । ଏହି ଚଳଚ୍ଚିତ୍ରଟି OTT ପ୍ଲାଟଫର୍ମ ଆମାଜନ ପ୍ରାଇମ ଭିଡିଓରେ ଆପଣ ଦେଖିବା ପାଇଁ ମିଳିବ । ଚଳିତ ବର୍ଷ ଓସ୍କାରରେ ଭାରତୀୟ ସିନେମା ମଧ୍ୟ ଇତିହାସ ରଚିଛି । ଟ୍ରିପଲ୍ ଆର୍'ର ଗୀତ ନାଟୁ ନାଟୁ ଏବଂ ଡକ୍ୟୁମେଣ୍ଟାରୀ ଫିଲ୍ମ ଦ ଏଲିଫ୍ୟାଣ୍ତ ହ୍ୱିସପର୍ସ ଆୱାର୍ଡ ପାଇଛି ।












Click it and Unblock the Notifications