ଗୋଟିଏ ଦିନରେ ପାଳନ କରୁଥିଲେ ଜନ୍ମଦିନ, ବିବାହର ୬ ବର୍ଷ ପରେ ହେଲା ଡିଭୋର୍ସ
ଚଳଚ୍ଚିତ୍ର ଜଗତ,ଟିଭି ଇଣ୍ଡଷ୍ଟ୍ରିରେ ବିବାହ ଏବଂ ଛାଡପତ୍ର ସାଧାରଣ କଥା । ଟିଭି ଦୁନିଆରେ ଏପରି ଜଣେ ଲୋକପ୍ରିୟ ଦମ୍ପତି ଅଛନ୍ତି ଯେଉଁମାନେ ସେଟରେ ପରସ୍ପରକୁ ଭଲ ପାଉଥିଲେ ଏବଂ ବିବାହ ମଧ୍ୟ କରିଥିଲେ ଖାସ୍ କଥା ହେଲା ଯେ ଉଭୟଙ୍କ ମନ ମିଶିବା ସହ ଜନ୍ମ ତାରିଖ ମଧ୍ୟ ଗୋଟିଏ ଥିଲା ।
ତେବେ ଉଭୟ ସମାନ ଦିନରେ ନିଜ ଜନ୍ମଦିନ ପାଳନ କରି ଆସୁଥିଲେ ହେଲେ ବିବାହର କିଛି ବର୍ଷ ପରେ ଉଭୟଙ୍କର ଛାଡ ପତ୍ର ହୋଇଯାଇଥିଲା ।

ଟିଭି ଅଭିନେତ୍ରୀ ଦଲଜିତ୍ କୌର ଏବଂ ଅଭିନେତା ଶାଲିନ୍ ଭନୋଟଙ୍କ ପ୍ରେମର ଚର୍ଚ୍ଚା ତ ଗୋଟିଏ ସମୟରେ ଖୁବ୍ ଅଧିକ ଥିଲା ହେଲେ ଉଭୟ ଡିଭୋର୍ସକୁ ନେଇ ମଧ୍ୟ ବେଶ୍ ଚର୍ଚ୍ଚା ହୋଇଥିଲା । ଉଭୟ ଅଭିନେତା ଟିଭି ଦୁନିଆରେ ଏକ ଲୋକପ୍ରିୟ ନାମ ।ଦଲଜିତ୍ କୌର ଏବଂ ଶାଲିନ୍ ଭନୋଟ 15 ନଭେମ୍ବରରେ ଗୋଟିଏ ଦିନର ସେମାନଙ୍କର ଜନ୍ମଦିନ ପାଳନ କରନ୍ତି ।ସେ ଦୀର୍ଘ ଦିନ ଧରି ଟିଭି ଇଣ୍ଡଷ୍ଟ୍ରିରେ କାମ କରି ଆସୁଛନ୍ତି । ଏକ ଶୁଟିଂ ସେଟରୁ ହିଁ ଉଭୟଙ୍କ ପ୍ରେମ ଗଢି ଉଠିଥିଲା ।
ଦୀର୍ଘ ଦିନ ଡେଟ୍ କରିବା ପରେ 2009 ରେ ଉଭୟ ବିବାହ କରିଥିଲେ ହେଲେ ବିବାହର ପ୍ରାୟ 6 ବର୍ଷ ପରେ ଉଭୟ ପରସ୍ପରଠୁ ଅଲଗା ହେବାର ଅର୍ଥାତ୍ ଡିଭୋର୍ସ ନେଇଥିଲେ । ସେମାନଙ୍କର ଏକ ପୁତ୍ର ସନ୍ତାନ ମଧ୍ୟ ଅଛି ।
ଦଲଜିତ କୌର ଶାଲିନ ଏବଂ ତାଙ୍କ ପରିବାର ଉପରେ ମାଡମାରିବାର ଅଭିଯୋଗ ଲଗାଇଥିଲେ । 2015 ରେ, ଦୁହେଁଙ୍କର ଡିଭୋର୍ସ ହୋଇଥିଲା । ଶାଲିନଙ୍କଠାରୁ ଛାଡପତ୍ର ପରେଦଲଜିତମାର୍ଚ୍ଚ 2023 ରେ ଦ୍ୱିତୀୟ ଥର ପାଇଁ କେନିଆର ବ୍ୟବସାୟୀ ନିଖିଲ ପଟେଲଙ୍କୁ ବିବାହ କରିଥିଲେ। ହେଲେ ବିବାହର ଏକ ବର୍ଷ ମଧ୍ୟରେ ସେମାନଙ୍କ ସମ୍ପର୍କରେ ମତଭେଦ ଦେଖାଦେଇଥିଲା ଏବଂ ଦଲଜିତ କୋର୍ଟରେ ଛାଡପତ୍ର ଆବେଦନ କରିଥିଲେ।












Click it and Unblock the Notifications