ମହମ୍ମଦ ଶାମିଙ୍କୁ ବିବାହ କରିବାକୁ ପ୍ରସ୍ତାବ ଦେଲେ ଏହି ବଲିଉଡ ଅଭିନେତ୍ରୀ
World Cup 2023: ବିଶ୍ୱକପରେ ଭାରତ ବୋଲିଂ ବାହିନୀର ଦମଦାର ପ୍ରଦର୍ଶନ ଜାରି ରହିଛି । ମହମ୍ମଦ ଶାମିଙ୍କୁ ଇଣ୍ତିଆନ୍ ଟିମ୍ ମ୍ୟାନେଜମେଣ୍ଟ 'World Cup'ଖେଳିବାର ସୁଯୋଗ ଦେଇଥିଲା । କିନ୍ତୁ ଯେତେବେଳେ ତାଙ୍କୁ ଖେଳିବାର ସୁଯୋଗ ମିଳିଲା ସେତେବେଳେ ଚର୍ଚ୍ଚା ଜୋର ଧରିଥିଲା । ମହମ୍ମଦ ଶାମି ଏହି ବିଶ୍ୱକପ୍ରେ ମାତ୍ର 4 ଟି ମ୍ୟାଚ୍ ଖେଳିଛନ୍ତି, କିନ୍ତୁ ଅନ୍ୟ ସମସ୍ତ ଭାରତୀୟ ବୋଲରଙ୍କ ଅପେକ୍ଷା ସେ ଅଧିକ୍ 16 ଟି ୱିକେଟ୍ ନେଇଛନ୍ତି। ଗତ କିଛି ମ୍ୟାଚ୍ରେ ମହମ୍ମଦ ଶାମିଙ୍କ ବୋଲିଂ ସବୁଠାରୁ ବିପଜ୍ଜନକ ଦେଖାଯାଉଛି, ଯାହା ଅନ୍ୟଦଳର ଖେଳାଳୀଙ୍କ ଚିନ୍ତା ବଢାଉଛି ।
ଯେଉଁଥି ପାଇଁ ଏବେ ସାରା ଦେଶରେ ମହମ୍ମଦ ଶାମିଙ୍କୁ ନେଇ ଚହଳ ସୃଷ୍ଟି ହୋଇଛି । ସେହିପରି ସାମି ନିଜ ଏକ୍ସ-ୱାଇଫଙ୍କୁ ନେଇ ଚର୍ଚ୍ଚାରେ ଅଛନ୍ତି । ଏହି ସମୟରେ ଜଣେ ବଲିଉଡ ଅଭିନେତ୍ରୀ ମହମ୍ମଦ ଶାମିଙ୍କୁ ବିବାହ ପ୍ରସ୍ତାବ ଦେଇଛନ୍ତି । ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ସାମିଙ୍କୁ ବିବାହ ପାଇଁ ଆପରୋଚ୍ କରିଛନ୍ତି । ତାଙ୍କ ପ୍ରସ୍ତାବ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି।

ଅନେକ ବଲିଉଡ ଚଳଚ୍ଚିତ୍ରରେ ଅଭିନୟ କରିଥିବା ଅଭିନେତ୍ରୀ ପାୟଲ ଘୋଷ ମହମ୍ମଦ ଶାମିଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଇଛନ୍ତି। ପାୟଲ ଘୋଷ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ମାଧ୍ୟମରେ ମହମ୍ମଦ ଶାମିଙ୍କୁ ଏକ ପୋଷ୍ଟ ଲେଖିଥିଲେ ଯେଉଁଥିରେ ସେ କହିଥିଲେ ଯେ ଶାମି, ତୁମେ ତୁମର ଇଂରାଜୀକୁ ଉନ୍ନତ କରିବା ପାଇଁ ଚେଷ୍ଟାକର , ମୁଁ ତୁମକୁ ବିବାହ କରିବାକୁ ପ୍ରସ୍ତୁତ।
#Shami Tum apna English sudharlo, I’m ready to marry you 🤣🤣
— Payal Ghoshॐ (@iampayalghosh) November 2, 2023
ପାୟଲ ଘୋଷ ନଭେମ୍ବର 2 ରେ ତାଙ୍କ X ହ୍ୟାଣ୍ଡେଲରେ ଏହି ପୋଷ୍ଟ ସେୟାର କରିଥିଲେ କିନ୍ତୁ ଗତ କିଛି ଦିନ ହେବ ଏହା ଭାଇରାଲ ହେବାରେ ଲାଗିଛି। ପାୟଲ ଘୋଷଙ୍କ ଏହି ପ୍ରସ୍ତାବ ପରେ ମହମ୍ମଦ ଶାମିଙ୍କ ପ୍ରଶଂସକମାନେ ସୋସିଆଲ ମିଡିଆରେ ତାଙ୍କ ପ୍ରକୃତ ପତ୍ନୀ ହସିନ ଜାହାନଙ୍କୁ ଟ୍ରୋଲ କରୁଛନ୍ତି, ଯିଏ ମହମ୍ମଦ ଶାମିଙ୍କ ବିରୋଧରେ ଲଗାତାର ଅନେକ ଅଭିଯୋଗ ଆଣୁଛନ୍ତି।
ନିକଟରେ ଏକ ଟିଭି ଚ୍ୟାନେଲକୁ ଦିଆଯାଇଥିବା ସାକ୍ଷାତକାରରେ ହସିନ୍ ଜାହାନ୍ କହିଥିଲେ ଯେ, କ୍ରିକେଟ୍ ପ୍ରତି ତାଙ୍କର କୌଣସି ଆଗ୍ରହ ନାହିଁ, ତେଣୁ ସେ ଜାଣି ନାହାଁନ୍ତି ଶାମି କଣ କରୁଛନ୍ତି ଏବଂ କଣ କରୁନାହାଁନ୍ତି, କିନ୍ତୁ ଯଦି ସେ ଭଲ ପ୍ରଦର୍ଶନ କରୁଛନ୍ତି ତେବେ ଦଳ ଜିତୁ । ଯଦି ସେ ଅଧିକ ଟଙ୍କା ରୋଜଗାର କରୁଛି ତେବେ ଏହା ଆମ ସମସ୍ତଙ୍କ ପାଇଁ ଭଲ ।












Click it and Unblock the Notifications