ପିତାଙ୍କୁ ଘୃଣା କରନ୍ତି ଏହି ଅଭିନେତ୍ରୀ, ବ୍ୟବହାର କରନ୍ତି ନାହିଁ ସରନେମ୍
Tabassum Fatima: ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀଙ୍କ ମଧ୍ୟ ଜଣେ ହେଲେ ତବୁ । ଭିନ୍ନ ଭିନ୍ନ ଚରିତ୍ରରେ ସେ ଅଭିନୟ କରି ଦର୍ଶକଙ୍କ ମଧ୍ୟରେ ବେଶ୍ ପ୍ରଶଂସା ସାଉଁଟିଥିଲେ ଏହି ଅଭିନେତ୍ରୀ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଏବଂ ପଦ୍ମଶ୍ରୀ ପୁରସ୍କାର ମଧ୍ୟ ପାଇଛନ୍ତି । ହେଲେ ସେ କେବେ ଅଭିନେତ୍ରୀ ହେବାକୁ ଚାହୁଁନଥିଲେ କାରଣ ସେ ବେଶ୍ ଭଲ ପାଠପଢୁଥିଲେ । କିନ୍ତୁ ଦେବ ଆନନ୍ଦଙ୍କ କାରଣରୁ ସେ ଏହି ସିନେମା ଜଗତରେ ପାଦ ଦେଇଥିଲେ ଏବଂ ସମୟ ସହ ତାଙ୍କୁ ଫିଲ୍ମରେ ଭଲ ସଫଳତା ମିଳିଥିଲା ।
ହେଲେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଏହି ଅଭିନେତ୍ରୀ ତାଙ୍କ ପିତାଙ୍କୁ ଘୃଣା କରନ୍ତି ଏବଂ ଆଜି ପର୍ଯ୍ୟନ୍ତ ସେ ତାଙ୍କ ପିତାଙ୍କ ସରନେମ୍ ମଧ୍ୟ ବ୍ୟବହାର କରନ୍ତି ନାହିଁ । ତବୁ ହାଇଦ୍ରାବାଦର ଏକ ମୁସଲମାନ ପରିବାରରେ 4 ନଭେମ୍ବର 1971 ରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ ଜମାଲ ଅଲି ହାଶମୀ ଏବଂ ମାତାଙ୍କ ନାମ ରିଜୱାନା ଥିଲା। ଜମାଲ ପାକିସ୍ତାନର ଜଣେ ଲୋକପ୍ରିୟ ଅଭିନେତା ଥିଲେ ଏବଂ ସେ 1970 ଦଶକରେ ଅନେକ ଚଳଚ୍ଚିତ୍ର କରିଥିଲେ।

ତବୁଙ୍କୁ ତାଙ୍କ ପିଲାଦିନରେ ପିତାଙ୍କ ପ୍ରେମ ମିଳିପାରି ନଥିଲା । ଯେତେବେଳେ ତାଙ୍କୁ ମାତ୍ର 3 ବର୍ଷ ବୟସ ହୋଇଥିଲା ତାଙ୍କ ପିତାମାତାଙ୍କ ଛାଡପତ୍ର ହୋଇଯାଇଥିଲା । ଏହା ପରେ ତାଙ୍କ ମା ତାଙ୍କର ଏବଂ ଭଉଣୀରଙ୍କର ସମ୍ପୂର୍ଣ୍ଣ ଦାୟିତ୍ୱ ତୁଳାଇଥିଲେ ।
ସିମି ଗରେୱାଲଙ୍କୁ ଦିଆଯାଇଥିବା ଏକ ସାକ୍ଷାତକାରରେ ତବୁ କହିଥିଲେ, ମୋର ପିଲାଦିନ ବହୁତ ଭଲ ଥିଲା, ଆମେ ସାରା ପରିବାର ହାଇଦ୍ରାବାଦରେ ରହୁଥିଲୁ, ମୋର ପିତାମାତାଙ୍କ ଛାଡପତ୍ର ପରେ ମୁଁ ମୋ ମା'ଙ୍କ ପିତାମାତା ଙ୍କ ସହ ରହୁଥିଲି। ମୋ ମା ଜଣେ ଶିକ୍ଷକ ଥିଲେ ତେଣୁ ମୁଁ ତାଙ୍କ ମା ସହିତ ବହୁତ ସମୟ ବିତାଉଥିଲି ।
ତବୁ ନିଜ ନାଁ ତବସୁମ୍ ଫାତିମା ଲେଖନ୍ତି। ସେ ତାଙ୍କ ପିତାଙ୍କ ସରନେମ୍ ବ୍ୟବହାର କରନ୍ତି ନାହିଁ । ସେ ଏହା ମଧ୍ୟ କହିଥିଲେ ଯେ, ମୋର ତାଙ୍କ ସହିତ କୌଣସି ସ୍ମୃତି ନାହିଁ, ମୁଁ ତାଙ୍କ ବିଷୟରେ ଜାଣିବାକୁ ଆଗ୍ରହୀ ମଧ୍ୟ ନୁହେଁ।
ତବୁ ଆହୁରି କହିଥିଲେ ଯେ, ସେ କେବେ ବି ଅନୁଭବ କରିନାହାଁନ୍ତି ଯେ ତାଙ୍କୁ ସରନେମ୍ ବ୍ୟବହାର କରିବା ଉଚିତ୍ । ଏପରିକି ସ୍କୁଲରେ ମଧ୍ୟ ପିତାଙ୍କ ସରନେମ୍ ବ୍ୟବହାର କରି ନାହିଁ । ତବୁଙ୍କ ଭଉଣୀ ଅନେକ ଥର ତାଙ୍କ ପିତାଙ୍କୁ ଭେଟିଛନ୍ତି ହେଲେ ସେ କେବେ ତାଙ୍କ ପିତାଙ୍କର ସହ ଭେଟିବା ପାଇଁ ଇଚ୍ଛା କରି ନାହାଁନ୍ତି । ତିନି ତିନି ଥର ପ୍ରେମରେ ପଡି ସାରିବା ପରେ ମଧ୍ୟ ଆଜି 53 ବର୍ଷ ବୟସରେ ସେ ଏକା ଜୀବନ ବିତାଉଛନ୍ତି ।












Click it and Unblock the Notifications