ପ୍ରଶଂସକଙ୍କୁ କିମିଆ କଲା ଧନୁଷଙ୍କ ଅଭିନୟ, ଦୁଇ ଦିନରେ ୩୮ କୋଟି କଲେକସନ୍ କଲା ଫିଲ୍ମ 'ଥିରୁଚିତ୍ରାମ୍ବଲମ୍'
'Thiruchitrambalam' Box Office Collection :ପ୍ରଶଂସକଙ୍କୁ କିମିଆ କଲା ଧନୁଷଙ୍କ ଅଭିନୟ, ଦୁଇ ଦିନରେ ୩୮ କୋଟି କଲେକସନ୍ କଲା ଫିଲ୍ମ 'ଥିରୁଚିତ୍ରାମ୍ବଲମ୍'
ମୁମ୍ବାଇ: ୨୦୨୨ରେ ବଲିଉଡକୁ ପଛରେ ପକାଇ ଆଗରେ ରହିଛି ସାଉଥ୍ ଫିଲ୍ମ ଇଣ୍ତଷ୍ଟ୍ରି । ଚଳିତ ବର୍ଷ ସାଉଥର ଅନେକ ଫିଲ୍ମ ବ୍ଲକବଷ୍ଟର ହିଟ୍ ଲିଷ୍ଟରେ ସାମିଲ ହୋଇଛି । ସାଉଥ୍ ସୁପରଷ୍ଟାର୍ ଧନୁଷଙ୍କ ଫିଲ୍ମ 'ଥିରୁଚିତ୍ରାମ୍ବଲମ୍'ର ବକ୍ସଅଫିସରେ ଭଲ ଆୟ କରୁଛି । ଚଳଚ୍ଚିତ୍ରଟି ରିଲିଜ ହେବାର ମାତ୍ର ଦୁଇ ଦିନ ମଧ୍ୟରେ ୩୮କୋଟି ଟଙ୍କା ରୋଜଗାର କରିସାରିଲାଣି । ଏପଟେ ବଲିଉଡ ଫିଲ୍ମ ଲାଲ ସିଂ ଚଢା ଓ ରକ୍ଷାବନ୍ଧନ ବକ୍ସ ଅଫିସ୍ରେ ସେତେ ଭଲ ଆୟ କରୁ ପାରିନାହିଁ । ଫିଲ୍ମକୁ ନେଇ ଦେଖାଦେଇଥିବା ବିବାଦର ପ୍ରଭାବ ଚଳଚ୍ଚିତ୍ର ଆୟ ଉପରେ ପଡିଥିଲା ।

ନିକଟରେ ଗ୍ଲୋବାଲ୍ ଆଇକନ୍ ଧନୁଷଙ୍କ ଫିଲ୍ମ 'ଥିରୁଚିତ୍ରାମ୍ବଲମ୍' ରିଲିଜ୍ ହୋଇଥିଲା । ଯାହା ଏବେ ଦର୍ଶକଙ୍କ ମନ ଜିଣୁଛି । ଫିଲ୍ମର କହାଣୀର ବେଶ୍ ପ୍ରଶଂସା କରାଯାଉଛି । ସୂଚନା ଅନୁସାରେ ଫିଲ୍ମଟି ଦ୍ୱିତୀୟ ଦିନରେ ୱାର୍ଲୱାଇଡ୍ ବକ୍ସ ଅଫିସରେ ମୋଟ୍ ୩୮ କୋଟି ଟଙ୍କା କଲେକସନ୍ କରିଛି। ସାରା ବିଶ୍ୱରେ ଏବେ ଚର୍ଚ୍ଚା ଓ ପ୍ରଶଂସା ସାଉଁଟୁଛି ଧନୁଷଙ୍କ ଫିଲ୍ମ । ଫିଲ୍ମର ଆୟ ମଧ୍ୟ ଦିନକୁ ଦିନ ବଢିବାରେ ଲାଗିଛି । ଫିଲ୍ମରେ ଧନୁଷଙ୍କ ଅଭିନୟକୁ ବେଶ୍ ପ୍ରଶଂସା ମଧ୍ୟ କରାଯାଉଛି ।

ତେବେ ଫିଲ୍ମଟିକୁ ୬୦୦ରୁ ଅଧିକ ସିନେମା ହଲ୍ରେ ରିଲିଜ୍ କରାଯାଇଥିଲା । ପାରିବାରିକ ଡ୍ରାମାକୁ ନେଇ ଫିଲ୍ମର କହାଣୀ ଗତିଶୀଳ । ରିଲିଜ୍ ପୂର୍ବରୁ ହିଁ ଫିଲ୍ମ ପାଇଁ ଟିକଟ୍ ବୁକିଂ ଆରମ୍ଭ ହୋଇଯାଇଥିଲା । ଏହା ଧନୁଷଙ୍କ ସର୍ବାଧିକ ଆୟ କରିଥିବା ଚଳଚ୍ଚିତ୍ର ବୋଲି ମଧ୍ୟ କୁହାଯାଉଛି ।












Click it and Unblock the Notifications