Get Updates
Get notified of breaking news, exclusive insights, and must-see stories!

Year Ender 2023: ଚଳିତ ବର୍ଷ ଏହି ସୁପରଷ୍ଟାରଙ୍କ ରିଲିଜ୍ ହୋଇନାହିଁ ଗୋଟିଏ ବି ଫିଲ୍ମ, ୨୦୨୪ରେ କିରିବେ କି ରିଟର୍ଣ୍ଣ

Year Ender 2023: 2023 ବଲିଉଡ ପାଇଁ ଏକ ଦମଦାର ବର୍ଷ ଭାବେ ପ୍ରମାଣିତ ହୋଇଛି । ଅନେକ ଷ୍ଟାରଙ୍କ ଫିଲ୍ମ ବକ୍ସଅଫିସ ରାଜ୍ କରିଥିଲା । ସୁପରହିଟ୍ ଫିଲ୍ମ, ଜବରଦସ୍ତ ଆୟ ସାଙ୍ଗକୁ ସିନେମାର ପପୁଲାରିଟି ଦେଶ ବିଦେଶରେ ଦେଖିବା ପାଇଁ ମିଳିଥିଲା କିନ୍ତୁ କିଛି ଅଭିନେତା ଅଛନ୍ତି ଯେଉଁମାନେ ଚଳିତ ବର୍ଷ ବଡ଼ ପରଦାରୁ ଦୂରେଇ ରହିଥିଲେ । ଆମେ ଯେଉଁ ଷ୍ଟାରଙ୍କ ବିଷୟରେ ଆଲୋଚନା କରିବା ପାଇଁ ଯାଉଛୁ ସେହି କଳାକାରଙ୍କର ଗୋଟିଏ ବି ଫିଲ୍ମ 2023ରେ ରିଲିଜ୍ ହୋଇ ନାହିଁ । ତେବେ ଚାଲନ୍ତୁ ଜାଣିବା ଏହି ତାଲିକାରେ କେଉଁ କେଉଁ ଅଭିନେତାଙ୍କ ନାଁ ରହିଛି ।

ହ୍ରିତିକ ରୋଶନ: ଚଳିତ ବର୍ଷ ଅର୍ଥାତ୍ 2023 ମସିହାରେ ବଲିଉଡ ଅଭିନେତା ହ୍ରିତିକ ରୋଶନଙ୍କର ଗୋଟିଏ ବି ଫିଲ୍ମ ରିଲିଜ୍ ହୋଇନାହିଁ । ଏପରି ମଧ୍ୟ କହିବା ପାରିବା ଯେ ଅଭିନେତା କୌଣସି ଫିଲ୍ମରେ ମଧ୍ୟ ନଜର ଆସି ନାହାଁନ୍ତି । ତାଙ୍କୁ ଶେଷ ଥର ପାଇଁ 'ବିକ୍ରମ ବେଧା' ଫିଲ୍ମରେ ଦେଖିବାକୁ ମିଳିଥିଲା। ଯାହା 2022 ମସିହାରେ ମୁକ୍ତିଲାଭ କରିଥିଲା ​​। ଆଜିକାଲି ହ୍ରିତିକ ରୋଶନ ତାଙ୍କର ଆଗାମୀ ଚଳଚ୍ଚିତ୍ର ଫାଇଟର ସୁଟିଂରେ ବ୍ୟସ୍ତ ଅଛନ୍ତି ଯାହା ଆସନ୍ତା ବର୍ଷ 25 ଜାନୁୟାରୀ 2024 ରେ ମୁକ୍ତିଲାଭ କରିବା ନେଇ ସୂଚନା ରହିଛି । ଏହି ଫିଲ୍ମରେ ତାଙ୍କ ସହ ପ୍ରଥମ ଥର ଦୀପିକା ପାଦୁକୋଣଙ୍କୁ ଦେଖିବା ପାଇଁ ମିଳିବ ।

Year Ender 2023

ଆମୀର ଖାନ: ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଭାବରେ ଜଣାଶୁଣା ଆମୀର ଖାନଙ୍କୁ ଶେଷ ଥର ପାଇଁ 'ଲାଲ ସିଂ ଚଢା' ଫିଲ୍ମରେ ଦେଖିବାକୁ ମିଳିଥିଲା। ଯାହା ବକ୍ସ ଅଫିସରେ ଖୁବ୍ ଖରାପ ପ୍ରଦର୍ଶନ କରିଥିଲା ଏହଂ ଫ୍ଲପ୍ ହୋଇଥିଲା । ଚଳିତ ବର୍ଷ ତାଙ୍କର ଗୋଟିଏ ବି ଫିଲ୍ମ ରିଲିଜ୍ ହୋଇନାହିଁ । ବର୍ତ୍ତମାନ ପ୍ରଶଂସକମାନେ ଉତ୍ସାହର ସହିତ ଅଭିନେତାଙ୍କ ପରବର୍ତ୍ତୀ ପ୍ରୋଜେକ୍ଟକୁ ଅପେକ୍ଷା କରିଛନ୍ତି । ହେଲେ ଏପର୍ଯ୍ୟନ୍ତ ତାଙ୍କ କୌଣସି ଫିଲ୍ମକୁ ଘୋଷଣା କରାଯାଇ ନାହିଁ ।

3. ସାହିଦ କପୁର: ବଲିଉଡ ଅଭିନେତା ସାହିଦ କପୁରଙ୍କୁ ଚଳିତ ବର୍ଷ ୱେବ୍ ସିରିଜ୍ ଫର୍ଜି ଓଟିଟିରେ ରିଲିଜ୍ ହୋଇଥିଲା । ଅଭିନେତା ଏହି ଫିଲ୍ମ ଜରିଆରେ ଓଟିଟିରେ ଡେବ୍ୟୁ କରିଥିଲେ । ହେଲେ ସାହିଦଙ୍କ କୌଣସି ଫିଲ୍ମ ଚଳିତ ବର୍ଷ ବଡ ପରଦାରେ ରିଲିଜ ହୋଇନାହିଁ। ଆଶା କରାଯାଉଛି ଖୁବ ଶୀଘ୍ର ଅଭିନେତା ତାଙ୍କର ପରବର୍ତ୍ତୀ ଚଳଚ୍ଚିତ୍ର ଘୋଷଣା କରିପାରନ୍ତି ଏବଂ ଫ୍ୟାନ୍ସ ମଧ୍ୟ ଖୁବ ଉତ୍ସାହିତ ଅଛନ୍ତି ।

4. ଦିଶା ପଟାନି: ବଲିଉଡ ଅଭିନେତ୍ରୀ ଦିଶା ପଟାନୀଙ୍କୁ 'ଏକ ଭିଲେନ ରିଟର୍ନସ' ଫିଲ୍ମରେ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା। ଯାହା ଗତ ବର୍ଷ ଅର୍ଥାତ୍ 2022 ରେ ମୁକ୍ତିଲାଭ କରିଥିଲା ​​। ହେଲେ ଏହି ବର୍ଷ 2023ରେ ଅଭିନେତ୍ରୀଙ୍କର କୌଣସି ଫିଲ୍ମ ମୁକ୍ତିଲାଭ କରିନାହିଁ । ସୂଚନା ଅନୁସାରେ, ଏହି ଅଭିନେତ୍ରୀଙ୍କ ପାଖରେ ବର୍ତ୍ତମାନ ଅନେକ ପ୍ରୋଜେକ୍ଟ ଅଛି ଏବଂ ତାଙ୍କୁ ଆସନ୍ତା ବର୍ଷ ଅନେକ ବିଗ୍ ବଜେଟ୍ ଫିଲ୍ମରେ ଦେଖିବା ପାଇଁ ମିଳିପାରେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+